ଵଜ୍ରମହାକାଳୀ ହାଇସ୍କୁଲର ପୂରାତନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ପାଳିତ

ଵଜ୍ରମହାକାଳୀ ହାଇସ୍କୁଲର ପୂରାତନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ପାଳିତ

ପଟ୍ଟାମୁଣ୍ଡାଇ ୧୩/୪ ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ଅଠରଵାଟିଆ ଵଜ୍ରମହାକାଳୀ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି।ଏହି ସୁବର୍ଣ୍ଣ ଜୟନ୍ତୀର ପୂର୍ବାହ୍ନରେ 

ବିଦ୍ୟାଳୟର ପୂରାତନ ଛାତ୍ର ଜ୍ଞାନରଞ୍ଜନ ମହାନ୍ତି ଓ ରାଜିବ କୁମାର ବେହୁରାଙ୍କ ସଂଯୋଜନାରେ ଆୟୋଜିତ ସମସ୍ତ ପୁରାତନ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ଗୁରୁପୂଜନ କରିବା ସହିତ ପୁର୍ବତନ ଓ ପ୍ରାକ୍ତନ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ପୁଷ୍ପଗୁଛ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ଅବସରରେ ସ୍କୁଲର ପ୍ରତିଷ୍ଠାତା ସ୍ବର୍ଗତ ରାଜେନ୍ଦ୍ର ରାଉତଙ୍କୁ ମାନପତ୍ର ଜରିଆରେ ତାଙ୍କ ପରିବାରର ସଦସ୍ୟଙ୍କୁ  ସର୍ବଶ୍ରେଷ୍ଠ ସମ୍ମାନ ପ୍ରଦାନ କରାଯାଇଥିଲା। ଏହାପରେପୂରାତନ ଛାତ୍ରଛାତ୍ରୀଙ୍କ ମାନଙ୍କ ମଧ୍ୟରେ ପରିଚୟ ପ୍ରଦାନ,ସ୍କୁଲ ଜିବନର ସ୍ମୃତି ଚାରଣ କରିବା ସହିତ ଚଳିତଵର୍ଷ ବିଦ୍ୟାଳୟର ବାର୍ଷିକ କ୍ରିଡ଼ା ପ୍ରତିଯୋଗିତାରେ ଚମ୍ପିୟାନ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷରେ ଛାତ୍ରଛାତ୍ରୀ ମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମର ଅପରାହ୍ନରେ ଛାତ୍ରଛାତ୍ରୀ ମାନଙ୍କ 

ମଧ୍ୟରେ ପରିଚୟ ପ୍ରଦାନ,ପରେ

ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ବିକ୍ରମ ପରିଡା ବିବରଣୀ ପାଠ କରିଥିଲେ।ତୃତୀୟ ପର୍ଯ୍ୟାୟ

ଶୂଭସନ୍ଧ୍ୟାରେ ସଭା କାର୍ଯ୍ୟକ୍ରମ 

ଆରମ୍ଭ‌ ହୋଇଥିଲା। ପୂରାତନ ଛାତ୍ର ସଂସଦର‌ ସଭାପତି ଅକ୍ଷୟ କୁମାର ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୂଖ୍ୟ ଅତିଥିଭାବେ କେନ୍ଦ୍ରାପଡ଼ା ବିଧାୟକ 

ଗଣେଶ୍ଵର ବେହେରା,ମୂଖ୍ୟ ଵକ୍ତାଭାଵେ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ସମ୍ମାନିତ ଅତିଥି ଭାବେ ସରପଞ୍ଚ ଦୀପ୍ତିମୟୀ ପରିଡା, ପୂର୍ବତନ ପ୍ରଧାନ ଶିକ୍ଷକ

ବିଚିତ୍ର କୁମାର ନାୟକ,ଶିକ୍ଷକ 

ରଞ୍ଜନ କୁମାର ବେହୁରା,ବିକ୍ରମ ପରିଡା ଓ ସାଧୁ ଜଶେଶ୍ଵରାନନ୍ଦ

ସରସ୍ଵତୀ ମହାରାଜ ପ୍ରମୁଖ ଯୋଗଦେଇଥଲେ । ମୂଖ୍ୟ ଅତିଥି ଶ୍ରୀ ବେହେରା ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଏକ ଚମତ୍କାର ଉଦାହରଣରେ କହିଥିଲେ,

ଶିକ୍ଷା ଗୁରୁଙ୍କ ଶିକ୍ଷାକୁ ଭକ୍ତିର ସହିତ 

ଗ୍ରହଣକରି ଉତ୍ତମ ଶିକ୍ଷା ଓ ଉତ୍ତମ ଚରିତ୍ର ଗଠନ ପ୍ରତି ଦୃଷ୍ଟିଦେଲେ 

ଜୀବନରେ ଭଲ ଛାତ୍ର ହୋଇପାରିବେ ବୋଲି ମୂଖ୍ୟ ଅତିଥି ଶ୍ରୀ ବେହେରା କହିଥିଲେ।

ଏହି ପ୍ରସଙ୍ଗରେ ଦୁଇଟି ଉଦାହରଣ 

ଦେଇଥିଲେ,ପ୍ରଥମଟି ଛତ୍ରପତି ଶିବାଜି ଓ ଅନ୍ୟଟି ଗୈାତମ ବୁଦ୍ଧଙ୍କ ଜିଵନୀ

ଉପରେ ଆଲୋକପାତ କରିଥିଲେ।

ଶିକ୍ଷକ ସୈରେନ୍ଦ୍ର ପରିଡା ଅତିଥି ପରିଚୟ ପ୍ରଦାନ କରିଥିଲେ। ଯୁବ ସମାଜସେବୀ ସୁଶିଲ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ। ଏହିକ୍ରମରେ କେନ୍ଦ୍ରାପଡା ଭାବଗ୍ରାହୀ କଳା ନିକେତନ 

କଳାକାର ମାନଙ୍କ ଦ୍ଵାରା ବନ୍ଦେ ଉତ୍କଳଜନନୀ ଜନନୀ ଗାନ କରିବା ସହିତ ଅକ୍ଷୟ ମହାନ୍ତିଙ୍କ 

କାଳଜୟୀ ସଙ୍ଗୀତ ପରିବେଷଣ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଛାତ୍ର ସଂସଦର ଉମେଶ କୁମାର ରାଉତ,

ପ୍ରଶାନ୍ତ କୁମାର ରାଉତ, ସୁଧାଂଶୁ ଶେଖର ରାଉତ, ପରିକ୍ଷିତ ଦାଶ,

ପିୟୁସକାନ୍ତ ନାୟକ, ରାଜିବ କୁମାର ବେହୁରା, ଜ୍ଞ୍ୟାନରଞ୍ଜନ ମହାନ୍ତିଙ୍କ ସମେତ ବିଦ୍ୟାଳୟର 

ସମସ୍ତ ମାଟ୍ରିକ ଵ୍ୟାଚର ଛାତ୍ରଛାତ୍ରୀ ମାନେ ପରିଚାଳନା କରିଥିଲେ।