ସରକାରଙ୍କ ଜାଗାରେ ପକ୍କା ଘର
ତା- ୨୮/୦୨୬ରିଖ ପଟ୍ଟାମୁଣ୍ଡାଇ, ପଟ୍ଟାମୁଣ୍ଡାଇ ମୁନିସିପାଲିଟି ତହସିଲ ସମ୍ମୁଖ ରେ କିଛି ଅସାଧୁ ଲୋକ ସରକାରଙ୍କ ଜାଗା ଉପରେ ପକ୍କା ଘର ତୋଳି ନିଜର ବ୍ୟବସାୟ କରିବାରେ ଲାଗିଛନ୍ତି। ଯହାଦ୍ୱାରା ସାଧାରଣ ଲୋକେ ଜାତ କରିବା ପାଇଁ ବହୁତ ଅସୁବଧାର ସମ୍ମଖୀନ୍ନ ହେଉଛନ୍ତି। ସେ ଏରିଆ ମୁନିସିପାଲିଟି ର ୧୦ ନଂ ୱାର୍ଡ ରେ ଯାଉଥିବାରୁ ସେହି ୱାର୍ଡ ର ଅଧିବାସୀ ବହୁବାର ତହସିଲଦାର ଙ୍କୁ କହିବା ସ୍ୱତେ ମଧ୍ୟ ତାହାର କିଛି ପ୍ରତିକାର ହେଉନାହିଁ। ଯେହେତୁ ସେହି ପାଖାପାଖି ଏକ ଦେବସ୍ଥଳ ପ୍ରଭୁ ଶ୍ରୀ ରାମଙ୍କ ମନ୍ଦିର ଥିବାରୁ ସେଠାକୁ ସେହି ଗ୍ରାମର ବହୁ ବ୍ରୁଦ୍ଧା ଓ ବ୍ରୁଦ୍ଧି, ଝିଅ ଓ ସ୍ତ୍ରୀ ଲୋକ ମାନଙ୍କ ଗମନାଗମନ କରିବାକୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। କାରଣ ପ୍ରାୟତଃ ୧୭ ଗୋଟି ପଂତାୟତରୁ ଲୋକ ତହସିଲ କୁ ଆସୁଥିବା ରୁ ତାଙ୍କର ଗାଡି ଓ ସାଇକେଲ ସେମାନେ ରାସ୍ତା ଉପରେ ରଖି ପଳାଉଛନ୍ତି। ଫଳରେ ଅନେକ ସମୟେରେ ସେ ରାସ୍ତା ଟି ଜାମ ରହୁଛି। ଆହୁରି ମଧ୍ୟ ଦେଖାଯାଏ ଯେ ସେଠାରେ ଗ୍ରୋସରି ଓ ପରିବା ର ହୋସେଲର ଦୋକାନୀ ମାନଙ୍କ ର ଟ୍ରକ ଓ ପିକପ ଅଧିକାଂଶ ସମୟରେ ସେଠାରେ ଲୋଡ ଓଅନଲୋଡ କରୁଛନ୍ତି। ତେଣୁ ଏହି ୱାର୍ଡ ର ଲୋକେ ବଡ ହଟହଟା ହେଉଛନ୍ତି। ଯଦି ଏହା ସ୍ଥାଇ ପ୍ରତିକାର ନ ହୁଏ ତେବେ ସେହି ୱାର୍ଡ ର ଗ୍ରାମବାସୀ ମାନେ ତହସିଲ ସମ୍ମୁଖ ରେ ଧାରଣା ରେ ବସିବାକୁ ବାଧ୍ୟ ହେବେ। ୱାର୍ଡ ର ଗ୍ରାମବାସୀ ମାନେ ହେଲେ, ରଂଜନ ଦାସ, ବିଜୟ ଦାସ, ଅମୂଲ୍ୟ ମଳିକ, ଶରତ ମଳିକ, ସିତା ମଳିକ ଇତ୍ୟାଦି ବହୁ ଗ୍ରାମବାସୀ ମାନେ ମତ ରଖି ଛନ୍ତି।
ପଟ୍ଟାମୁଣ୍ଡାଇ ମୁନିସିପାଲିଟି ରୁ ପ୍ରଦୀପ କିଶୋର ସାହୁ ଜିଲ୍ଲାସ୍ୱତନ୍ତ୍ର ପ୍ରତି ନିଧି ବିଷେଶ ଖବର


admin 
