ସଡ଼କ ସୁରକ୍ଷା ଜୀବନ ରକ୍ଷା ହେଲମେଣ୍ଟ ପିନ୍ଧନ୍ତୁ ମୂଲ୍ୟ ବାନ ଜିବନ ରକ୍ଷା କରନ୍ତୁ ।

ସଡ଼କ ସୁରକ୍ଷା  ଜୀବନ ରକ୍ଷା  ହେଲମେଣ୍ଟ ପିନ୍ଧନ୍ତୁ ମୂଲ୍ୟ ବାନ ଜିବନ ରକ୍ଷା କରନ୍ତୁ ।

ତାରିଖ -11/10/26 ଆଜି ରାୟଗଡା ଜିଲ୍ଲା ଗୁମୁଡା ଛକ ନିକଟରେ ହେଲେମେଟ ସଚେତନା ଶିବିର ଅନୁଷ୍ଠିତ ହୋଇଥିଲା । ରାୟଗଡା ଠାରୁ ବ୍ରହ୍ମପୁର ଯିବା ଆସିବା 326ରାଜ୍ୟ ରାଜପଥ ରାସ୍ତା ରେ ଜନ ସାଧାରଣ ମାନଙ୍କୁ ହେଲେଁମେଟ ପିନ୍ଦନ୍ତୁ ମୂଲ୍ୟବାନ ଜୀବନ ପ୍ରତି ସଜାଗ ରୁହନ୍ତୁ ବୋଲି ଆଜିର ସଚେତନା କାର୍ଯ୍ୟକ୍ରମରେ ବାର୍ତ୍ତା ଦେଇଛନ୍ତି ।ରାୟଗଡ଼ା ଜିଲ୍ଲା sp ଶ୍ରୀ ରାଜପ୍ରସାଦ ମହୋଦୟ ଙ୍କ ନିର୍ଦ୍ଦେଶ କ୍ରମେ ଗୁମୁଡ଼ା ଫାଣ୍ଡି ଏସାଈ ଖିରସିନ୍ଧୁ ସାହୁ, ଏବଂ ଭୁବନେଶ୍ଵର ରୁ ଆସିଥିବା ଶ୍ରୀ ଚକ୍ରଧର ମହାରଣା ଆଜିର ଟିମ ଲିଡର ଭାବେ ନିୟୋଜିତ ହୋଇ ଜନ ସାଧାରଣ ଗାଡି ଚାଳକ ମାନଙ୍କୁ ସଚେତନା କରାଇ ଯେଉଁ ମାନେ ହେଲମେଣ୍ଟ ବ୍ୟବହାର କରୁଥବା ବ୍ୟକ୍ତି ମାନଙ୍କୁ ଶୁଭେଚ୍ଛା ବାର୍ତା ସହ ଗୋଲାପ ଫୁଲ ଦେଇ ଜଗତର ନାଥ ଶ୍ରୀ ଜଗନ୍ନାଥ ମହା ପ୍ରଭୁ ଙ୍କ ପ୍ରତିମୂର୍ତ୍ତି ଦେଇ ସଚେତନା କରାଇଥିଲେ ।

ଗାଡି ଚାଳକ ମାନଙ୍କୁ ଅନୁରୋଧ କରି ଦୁଇ ଚକିଆ ଗାଡ଼ିରେ ଅଧିକ ବସନ୍ତୁ ନାହିଁ, ଚାରିଚକିଆ ଗାଡି ଚଲେଇଲା ବେଳେ ସିଟ ବେଲ୍ଟ ବ୍ୟବହାର କରନ୍ତୁ, ଗାଡି ର ସଂପୃକ୍ତ କାଗଜ ପତ୍ର ଗାଡିରେ ରଖନ୍ତୁ, ମଦ୍ୟପାନ କରି ଗାଡି ଚଳାନ୍ତୁ ନାହିଁ, ଫୋନ ରେ କଥା ହୋଇ କିମ୍ବା ଅନ୍ୟ ମନସ୍କ ହୋଇ ଗାଡି ଚଳାନ୍ତୁ ନାହିଁ, ଆଗ ଗାଡି ଠାରୁ 25 ଫୁଟ ଦୂରରେ ରହୁନ୍ତୁ,ଗାଡିର ଗତି 40 ରୁ ଅଧିକ ରଖନ୍ତୁ ନାହିଁ, ଦୁଇ ଚକିଆ ଯାନରେ ଜାତାୟତ କରୁଥିବା ସମୟରେ ଦୁଇ ଜଣ ବସନ୍ତୁ ଏବଂ ଦୁଇ ଜଣ ହେଲେମେଟେ ବ୍ୟବହାର କରନ୍ତୁ,ବୋଲି ଆଜିର ସଚେତନା ଦେଇଥିଲେ ।ଆଜିର କାର୍ଯ୍ୟକ୍ରମ ରେ ଗୁମୁଡା ଫାଣ୍ଡି ର si ଖିରସିନ୍ଦୁ ସାହୁ, ଚକ୍ରଧର ମହାରାଣା ଆଜିର ଟିମ ଲିଡର, ମୃତ୍ୟୁଞ୍ଜୟ , ଜଗନ୍ନାଥ ବେହରା, ରାଖେସ ସାହୁ, ଗଦାଧର ମହାରଣା,ଗୁମୁଡ଼ା ପାଣ୍ଡିର ସମସ୍ତ ହୋମଗାର୍ଡ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳାସହ ଗାଡି ଚାଳକ ମାନଙ୍କୁ ସଚେତନା କରାଇଥିଲେ ।ଆପଙ୍କ ମୂଲ୍ୟବାନ ଜୀବନ ଆମର ସମ୍ପତ୍ତି ଆଜିର ଏହି କାଯ୍ୟକ୍ରମକୁ ବୁଦ୍ଧି ଯିବି ମହଲ ରେ ପ୍ରସଂସା କରିଥିଲେ

ରାୟଗଡା ଜିଲ୍ଲା ପ୍ରତିନିଧି ରୁଦ୍ର ଚୌଧୁରୀ ଙ୍କ ରିପୋର୍ଟ ବିଶେଷ ଖବର