୮ ଘଣ୍ଟା ର ଅବଧି ଗୁରୁତ୍ୱପୂର୍ଣ୍ଣ ରହିଛି ବୋଲି ମେଡିକାଲ ସୁପରିଟେଣ୍ଡେଣ୍ଟ ଡଃ ଦିଲୀପ ପରିଡା  ସୂଚନ ପ୍ରଦାନ କରିଛନ୍ତି।

୮ ଘଣ୍ଟା ର ଅବଧି ଗୁରୁତ୍ୱପୂର୍ଣ୍ଣ ରହିଛି ବୋଲି ମେଡିକାଲ ସୁପରିଟେଣ୍ଡେଣ୍ଟ ଡଃ ଦିଲୀପ ପରିଡା  ସୂଚନ ପ୍ରଦାନ କରିଛନ୍ତି।

ଶ୍ରୀମତୀ ପ୍ରମିଳା ମଲ୍ଲିକ, ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ଶ୍ରୀମତୀ ଟୁକୁନି ସାହୁ, ଶ୍ରୀମତୀ ସୁଲୋଚନା ଦାସ, ଶ୍ରୀମତୀ ମଞ୍ଜୁଲତା କହ୍ନର, ଶ୍ରୀ ଅନନ୍ତ ନାରାୟଣ ଜେନା, ଶ୍ରୀ ସୁଶାନ୍ତ କୁମାର ରାଉତ, କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ , ମାନସୀ ସୁନ୍ଦର ରାୟ, ଭାରତୀ ସିଂହ, ପ୍ରଭାସିନି ମହାନ୍ତି, ପୂଜା ମହାରଣା, ମିହିର ରାଉତ ଙ୍କ ସମେତ ଅନେକ ଯୁବ ନେତା ଓ ନେତ୍ରୀ ଗଣ ଙ୍କର ଏକ ପ୍ରତିନିଧି ମଣ୍ଡଳୀ ଆଜି ଭୁବନେଶ୍ବର ସ୍ଥିତ ଏମ୍ସ ହସ୍ପିଟାଲ ଗସ୍ତ କରି ବାଲେଶ୍ଵର ଫକିର ମୋହନ ମହାବିଦ୍ୟାଳୟ ରେ ଘଟିଥିବା ଅଭାବନୀୟ ଘଟଣାରେ ପୀଡିତା ଛାତ୍ରୀ ଙ୍କ ଚାଲୁ ରହିଥିବା ଚିକିତ୍ସା ବାବଦରେ ମେଡିକାଲ ସୁପରିଟେଣ୍ଡେଣ୍ଟ ଶ୍ରୀ ଦିଲୀପ ପରିଡା ଙ୍କ ସହିତ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍ ସହିତ ଆଲୋଚନା କରି, ପୀଡ଼ିତାଙ୍କ ପିତାମାତା ଙ୍କୁ ଭେଟି ସମବେଦନା ଜଣାଇ ଛନ୍ତି। ଡଃ ଦିଲୀପ ପରିଡା କହିବା ମୁତାବକ ପୀଡିତାଙ୍କୁ ଯଥାତିତ ଉତ୍ତମ ଚିକିତ୍ସା ପ୍ରଦାନ କରିବା ପାଇଁ ସର୍ବୋଚ୍ଚ ଉଦ୍ୟମ କରାଯାଉଅଛି। ଲାଇଫ୍ ସପୋର୍ଟ ରେ ରଖାଯାଇ ବର୍ତ୍ତମାନ ସେ କିଭଳି ଭାବରେ ସାଧାରଣ ଅବସ୍ଥା କୁ ଫେରିପାଇବେ ତାହା ଚେଷ୍ଟା କରାଯାଉଛି। କିଡନୀ, ହାର୍ଟ, ଲଙ୍ଗସ , ଏବଂ ଶ୍ଵାସ ନଳୀ ସମ୍ପୂର୍ଣ୍ଣ ଭାବରେ ପ୍ରଭାବିତ ହୋଇଛି। ଆଗାମୀ ୪୮ ଘଣ୍ଟା ର ଅବଧି ଗୁରୁତ୍ୱପୂର୍ଣ୍ଣ ରହିଛି ବୋଲି ମେଡିକାଲ ସୁପରିଟେଣ୍ଡେଣ୍ଟ ଡଃ ଦିଲୀପ ପରିଡା  ସୂଚନ ପ୍ରଦାନ କରିଛନ୍ତି। ପିତାମାତା ଙ୍କୁ ଭେଟି ଆଶ୍ୱାସନା ଦେଇ ଉତ୍ତମ ଚିକିତ୍ସା ପାଇଁ ମାନ୍ୟବର ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ମହୋଦୟ ରାଜ୍ୟପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବିଷୟ ରେ ଜଣାଇଛନ୍ତି।