⁹ନୟାଗଡ଼ ରେ ଶାରଦୀୟ ଦୁର୍ଗା ପୂjଜାର ମ।ହୋଲ
ନୟାଗଡ ୨୦।୧୦ ଦିଲ୍ଲୀ ରୁ ପଲ୍ଲୀ ,ଦେଶ ରୁ ବିଦେଶ ସବୁଆଡେ ଶାରଦୀୟ ଦୁର୍ଗାପୂଜା ର ମାହୋଲ ଦେଖିବାକୁ ମିଳିଛି l ପାର୍ବଣ ଋତୁ ରେ ଜଗଜ୍ଜନନୀ ମାଆ ଦୁର୍ଗା ଙ୍କର ଧରାବତରଣ ହୋଇଛି l ପାପର ବିନାଶ କରି ଧର୍ମ ସଂସ୍ଥାପନ ମହିଷାସୁର କୁ ବଦ୍ଧ କରି ପୃଥିବୀ ରେ ଶାନ୍ତି ପ୍ରତିଷ୍ଠା ପାଇଁ ମାଆ ଙ୍କର ଆବିର୍ଭାବ l ସେଥିପାଇଁ ଅତ୍ର ତତ୍ର ସର୍ବତ୍ର ଉତ୍ସବ ମୁଖର ଓ ଚଳଚଞ୍ଚଳ l ଶକ୍ତି ପୀଠ ମାନଙ୍କରେ ଆଲୋକ ତୋରଣ ର ସାଜସଜ୍ଜା ସାଙ୍ଗକୁ ଆକର୍ଷଣୀୟ ମେଢ଼ ଓ ପାରମ୍ପରିକ ବାଦ୍ୟ ର ସମ୍ଭାର ରେ ଦର୍ଶକଙ୍କର ବେଶ ଭିଡ ଜମୁଛି l ଭକ୍ତ ମାଆ ଙ୍କର ଦର୍ଶନ ଲାଭ କରି ଆର୍ଶୀବାଦ ଗ୍ରହଣ ନିମନ୍ତେ ହଜ।ର ହଜାର ସଂଖ୍ୟା ରେ ରୁଣ୍ଡ ହୋଇ ଧନ୍ୟ ମନେ କରୁଛନ୍ତି l ପବିତ୍ର ଦଶହରାରେ ଆକର୍ଷଣୀୟ ଆତଷବାଜି ସାଙ୍ଗକୁ ରାବଣ ପୋଡି ଦୁଶ୍ୟ ଶ୍ରଦ୍ଧାଳୁ ଙ୍କ ମନରେ ବେଶ ଉପଭୋଗ୍ୟ ହୋଇ ଉଠିଛି l.
ନୟାଗଡର ପୁରୁଣା ସହର ରେ ଅବସ୍ଥିତ ଆରାଧ୍ୟ ଦେବୀ ମାଆ ଦକ୍ଷିଣକାଳୀ ଙ୍କ ପୀଠ ରେ ଶ୍ରଦ୍ଧାଳୁ ଙ୍କ ବେଶ ଭିଦା ଦେଖିବାକୁ ମିଳିଛି । ମାଆ ଙ୍କର ବିଭିନ୍ନ ବେଶ ତଥା ଆଲତୀ ସମୟରେ ଭକ୍ତ ମାନଙ୍କ ମନରେ ଆଧ୍ୟାତ୍ମିକ ଭାବ ଜାଗ୍ରତ କରିଛି l ସେହିପରି ଓଡଗାଁ ବ୍ଲକ ଶରଦ୍ଧାପୁର ପଂଚାୟତ ଜାମୁକୋଣ ପାହାଡରେ ଆବିର୍ଭୁତା ମାଆ ବୈଷ୍ନୋ ଦେବୀ ପୀଠ ରେ ଶାରଦୀୟ ନବ ଦିନାତ୍ମକପୂଜା ଅନୁଷ୍ଠିତ ହୋଇଛି l ଏହ ଛଡା ନୟାଗଡ ସହର ର କେନ୍ଦ୍ର ସ୍ଥଳ ରେ ଅବସ୍ଥିତ ପଠାଣି ସାମନ୍ତ ପେଷାଳୟ ପ୍ରାଙ୍ଗଣରେ ସାର୍ବଜନୀନ ଦୁର୍ଗାପୂଜା, ପୂର୍ତ୍ତ ବିଭାଗ ଲେନ ଓ, ଜିଲ୍ଲା ଆରକ୍ଷ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ ନିକଟ ପୂଜା ମଣ୍ଡପରେ ମଧ୍ୟ ମାଆ ଅମ୍ବିକା ଙ୍କ ଦୁର୍ଗପୂଜା ଅନୁଷ୍ଠିତ ହେଉଛି ।ଜିଲ୍ଲାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ଯଥା ଇଟ। ମାଟି ,ବାଲୁଗାଁ ,ଶରଣକୂଳ ,ମାଛିପଡ।, ନନ୍ଦି ଘୋ।ର ଆଦି ପୂଜା ମଣ୍ଡପ ମାନଙ୍କରେ ମା ଦୁର୍ଗ।ଙ୍କର ଶାରଦୀୟ ଦୁର୍ଗାପୂଜା ଅନୁଷ୍ଠିତ ହେ।ଇଛି । ପରିବାର ସହ ମିଶି ଶ୍ରାଧାକୁ ମାନେ ମାଆ।ଙ୍କୁ ଦର୍ଶନ ଲାଭ କରି ବେଶ ଭାବ ବିହ୍ୱଳ ହୋଇପଡିଥିବ। ଦେଖିବାକୁ ମିଳିଥିଲା ।
ଆଶୋକ କୁମାର ସାଥୁଆ , ଜିଲ୍ଲା ପ୍ରତିନିଧି ନୟାଗଡ଼


admin 
