ଅନ୍ତରଝୋଲି ଦିବ୍ୟ ଦର୍ଶନ ଆଶ୍ରମ ପରିସର ମଧ୍ୟରେ ମହା ଆଡ଼ମ୍ବର ସହକାରେ ଦୀକ୍ଷା ଦିବସ ପାଳିତ
ଆଜି ତାରିଖ:- 25/08/26 ଆଜିର ଦିନ ଟି ପବିତ୍ର ଦିନ କହିଲେ ଅତ୍ୟୁକ୍ତି ହେବ ନାହିଁ କାରଣ ଆଜିର ଦିନ କୁ ମନେ ପକେଇବା ପାଇଁ 25/08/1984 ମସିହା ରେ ସ୍ୱର୍ଗତ ଶିବ ଚରଣ ରାୟ, ଏବଂ ତାଙ୍କ ସାଥି ଗୁରୁ ଭାଇ ପ୍ରାୟ ଦୁଇ ସହ ରୁ ଉର୍ଦ୍ଧ ଗୁରୁ ଭାଇ ତଥା ଗୁରୁ ଭଉଣୀ ଆଜି ଦିନ ରେ ଦୀକ୍ଷା ନେଇଥିଲେ! ତେଣୁ ଆଜିର ଦିନ ଟି ଦୀକ୍ଷା ଦିବସ ରୂପେ ପାଳନ କରାଯାଉଛି। ଆଜିର ପବିତ୍ର ଦିନରେ ଶ୍ରୀ ଶ୍ରୀ ସଦଗୁରୁ ଅର୍ଜୁନ ଙ୍କ ଦିବ୍ୟ ଦର୍ଶନ ଆଶ୍ରମ ଅନ୍ତରଝୋଳି ଆଶ୍ରମ ପରିସରରେ ଆଜି ମହା ଆଡ଼ମ୍ବର ସହକାରେ ପାଳନ କରାଯାଉଛି ଆଜିର ମୁଖ୍ୟ ପ୍ରବର୍ତ୍ତକ ସେମିଲିଗୁଡା ଦିବ୍ୟ ଦର୍ଶନ ରୁ ଆଶ୍ରମ ରୁ ଆସିଥିବା ବରିଷ୍ଟ ଗୁରୁ ଭାଇ କେନ୍ଦ୍ର କମିଟି ର ସୁନାରାମ ମାଝୀ(ଯୋଗାଚାର୍ଯ୍ୟ) କେନ୍ଦ୍ର କମିଟିର ଉପସଭାପତି ବିଶ୍ଵନାଥ ପ୍ରଧାନ, ସହଦେଵ ମଲ୍ଲିକ ଏବଂ ଅନ୍ତରଝୋଲି ଆଶ୍ରମ ପରିଚାଳକ ତଥା ସଭାପତି ବାସିନୀ ଭୁଜଙ୍ଗ ଗୁରୁ ଭାଇ ଆଜିର କାଯ୍ୟକ୍ରମ ରେ ଯୋଗ ଦେଇ ସୁନ୍ଦର ପରିଚାଲନା କରି ଥିଲେ ।
ଆଜିର କାଯ୍ୟକ୍ରମ ରେ ପ୍ରାୟ 400 ରୁ ଉର୍ଦ୍ଧ ଗୁରୁ ଭାଇ ତଥା ଗୁରୁ ଭଉଣୀ ଉପସ୍ଥିତ ଦେଖିବାକୁ ମିଳିଥିଲା ଆଜିର କାଯ୍ୟକ୍ରମ ରେ ଦୀକ୍ଷା କଣ ସେ ବିଷୟ ରେ ପ୍ରବଚନ ମାଧ୍ୟମ ରେ ଆଲୋକ ପାତ କରିଥିଲେ "ଦିଅ ଦିବ୍ୟ ଜ୍ଞାନ ଦିଅ ଭକ୍ତି ଜ୍ଞାନ ତୁମୋ ଠାରେ ରହୁ ମୋର ମନ ପ୍ରାଣ ଏହାହିଁ ହେଉ ମୋର ନିତ୍ୟ ନିବେଦନ ' ଶେଷରେ ସମସ୍ତ ଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ତା କରାଯାଇଥିଲା
ରାୟଗଡା ଜିଲ୍ଲା ପ୍ରତିନିଧି ରୁଦ୍ର ଚୌଧୁରୀ ଙ୍କ ରିପୋର୍ଟ ବିଶେଷ ଖବର


admin 
