ବିଷମ କଟକ , ରାୟଗଡ ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ବିଷମ କଟକ ବ୍ଲକ ରେ ଦେଖିବାକୁ ମିଳିଛି ଏକ ଅଶ୍ଚୟ ଘଟଣା I

ବିଷମ କଟକ , ରାୟଗଡ ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ବିଷମ କଟକ ବ୍ଲକ ରେ ଦେଖିବାକୁ ମିଳିଛି ଏକ ଅଶ୍ଚୟ ଘଟଣା  I

ବିଷମ କଟକ , ରାୟଗଡ ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ବିଷମ କଟକ ବ୍ଲକ ରେ ଦେଖିବାକୁ ମିଳିଛି ଏକ ଅଶ୍ଚୟ ଘଟଣା । ଦୀର୍ଘ 22 ବର୍ଷ ତଳେ ଅନୁଗୁଳ ଜିଲ୍ଲାରୁ ଆସି ବିଷମ କଟକ ଖ୍ରୀଷ୍ଟିଆନ ହସ୍ପିଟାଲ ଚୋକ ନିକଟ ରେ ରହିଆସୁଥିଲେ ହର ଶବର । ପରିବାର 4 ସନ୍ତାନକୁ ନେଇ ଦୁଇ ପୁଅ ମୁକେଶ ଶବର, ଗୋବିନ୍ଦା ଶବର ଓ ଦୁଇ ଝିଅ ନେଇ ପରିବାର ଚଳାଇ ଆସୁଥିଲେ ହର ଶବର। ବାର ଦୂର,ବାର ଗ୍ରାମ କୁ ଯାଇ ବେଲୁନ ଓ ମାଲି ବିକ୍ରୀ କରି ପରିବାର ପ୍ରତି ପୋସନ କରୁ ଥିଲେ ହର ଶବର ।ଗତ କିଛି ବର୍ଷ ହେଲା ହର ଶବର ମୃତ୍ୟୁ ବରଣ କରିଥିଲେ । ବର୍ତ୍ତମାନ ମା ରିନା ଶବର ଘର ଚଳାଇବା  କଷ୍ଟ ହେଇ ପଡ଼ିଛି । ବର୍ଷ ବର୍ଷ ଧରି ପଲିଥିନ ତଳେ ଜୀବନ ବିତାଉଥିବା ବେଳେ ରିନା ଶବରଙ୍କ ଆଧାର କାର୍ଡ ନ ଥିବା ବେଳେ ବିଭିନ୍ନ କ୍ଷେତ୍ରରେ ସମସ୍ୟା ଉପୁଜିବା ଆଶଙ୍କା ରହିଛି। ଏପରିକି ବ୍ଲକ୍ ଅଫିସ ଠାରୁ ଦୁଇ ଶହ ମିଟର ଓ ପଂଚାୟତ ଠାରୁ ଦୁଇ ଶହ ମିଟର ମଝିରେ ଏହି ବିଧବା ମହିଳା ରିନା ଶବରଙ୍କ କୁଡିଆ ଘର୍ ଏକ ବିରାଟ ଉସ୍ତ ଗଛ ମୂଳେ ଅବସ୍ଥିତ । ରିନା ଶବରଙ୍କୁ  ନା ବିଧବା ଭତ୍ତା ନା ଆବାସ ଗୃହ ମିଲିପାରୁଚି । ସ୍ବାମୀଙ୍କ ମୃତ୍ୟୁ ପରେ ଆଜି ସୁଦ୍ଧା ଡେଥ  ପ୍ରମାଣ ପତ୍ର ମଧ୍ୟ ମିଲିପରୁନି । ଆଧାର କାର୍ଡ ନ ଥିବା ବେଳେ ଆବାସ ଯୋଜନା ରୁ ମଧ୍ୟ ବଳି ପଡିଛନ୍ତି ।ଏପରି ସ୍ଥିତିରେ ସ୍ଥାନୀୟ ଗୋଷ୍ଟି ଉନ୍ନୟନ ଅଧିକାରୀଙ୍କୁ ଭେଟିବା ସମୟେ ସେ କହିଥିଲେ ଯେ ସପ୍ତାହରେ ଦୁଇ ଦିନ ଆଧାର ସଂଜଗ ଅଫିସ କୁ ଯାଇ ଆଧାର ସଂଯୋଗ କରି ନିଅନ୍ତୁ ।