ସୁରକ୍ଷା କୁ ମଜଭୁତ କରିବା ପାଇଁ କନ୍ଧମାଳ ପୁଲିସ ଶୁଭାରମ୍ଭ କରିଛି ବାଇକ୍ ପେଟ୍ରୋଲିଂ  I

 ସୁରକ୍ଷା କୁ ମଜଭୁତ କରିବା ପାଇଁ କନ୍ଧମାଳ ପୁଲିସ ଶୁଭାରମ୍ଭ କରିଛି ବାଇକ୍ ପେଟ୍ରୋଲିଂ  I

 ସୁରକ୍ଷା କୁ ମଜଭୁତ କରିବା ପାଇଁ କନ୍ଧମାଳ ପୁଲିସ ଶୁଭାରମ୍ଭ କରିଛି ବାଇକ୍ ପେଟ୍ରୋଲିଂ  I
ଫୁଲବାଣୀ  :
ଜନସାଧାରଣ ଙ୍କ ସୁରକ୍ଷା କୁ ଆଖିଆଗରେ ରଖି କନ୍ଧମାଳ ପୋଲିସ ପକ୍ଷରୁ ପାଇଲଟ ପ୍ରୋଜେକ୍ଟ ବାଇକ୍ ପେଟ୍ରଲିଂ ର ଶୁଭାରମ୍ଭ କରିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ହରିଶ୍ ବି ସି ଆସନ୍ତା କାଲି ସଂଧ୍ୟା 6ଟା ସମୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଫୁଲବାଣୀ ଟାଉନ୍ ଥାନା ଅଧୀନରେ ଥିବା ଅଞ୍ଚଳ ଓ ଏହାର ପରିଧିରେ ଏହି ୟୁନିଟ କାର୍ଯ୍ୟକାରୀ ହେବ। ଏହି ଦାୟୀତ୍ୱରେ ଥିବା ପୋଲିସ ଅଧିକାରୀ ମାନେ ମୋଟର ସାଇକେଲ ରେ ପ୍ରମୁଖ ସହରାଞ୍ଚଳ ରେ ପଟ୍ରୋଲିଂ କରିବେ। କିପରି ଜନଗହଳି ପୂର୍ଣ୍ଣ ସହର କୁ ପ୍ରଭାବଶାଳୀ ଭାବରେ ନାଭିଗେଟ କରିବା, ଶୀଘ୍ର କାର୍ଯ୍ୟାନୁଷ୍ଠାନ କରିବା ଓ ସହର ବାସିନ୍ଦା ଓ ବିଭିନ୍ନ ନାଗରିକ ସମାଜ ସହିତ ଜଡ଼ିତ ହେବାପାଇଁ ଇ ବିଟ ଟେକ୍ନୋଲୋଜି ଆପ ଜରିଆରେ ଏମାନଙ୍କୁ  ତାଲିମ ଦିଆଯାଇଛି। କଷ୍ଟକର ଅଞ୍ଚଳ ଗୁଡିକୁ ଅତି ସହଜରେ ପ୍ରବେଶ କରି ସମସ୍ୟା ର ସମାଧାନ କରିବାରେ ସହାୟକ ହୋଇପାରିବ ବୋଲି କନ୍ଧମାଳ ଆରକ୍ଷୀ ଅଧିକ୍ଷକ  ହରିଶ୍  ବି ସି ସାମ୍ବାଦିକ ସମ୍ମିଳନୀ ରେ ଜଣାଇଥିଲେ।  ଏହି ପ୍ରୋଜେକ୍ଟ ପର୍ଯ୍ୟାକ୍ରମେ ଜିଲ୍ଲା ର ସମସ୍ତ ଥାନାରେ ମଧ୍ୟ କରାଯିବା ବୋଲି କହିଥିଲେ ।ଉକ୍ତ ସମ୍ମିଳନୀ ରେ ଏସଡିପିଓ ଶୁଭ୍ରଜିତ୍ ବିଶ୍ବାଳ ଓ ଥାନା ଅଧିକାରୀ ପି ସ୍ୱରୂପ କିସାନ ଓ ଅନ୍ୟ ଥାନା ଅଧିକାରୀ ଉପସ୍ଥିତ ଥିଲେ।
କନ୍ଧମାଳ ରୁ ଶିବ ପ୍ରସାଦ ନାୟକ ଙ୍କ ରିପୋର୍ଟ ବିଶେଷ ଖବର