ପଞ୍ଜୀକୃତ ହେଲା ସିଟି ହୋମ୍: ବାସିନ୍ଦାମାନଙ୍କର ରହଣୀରେ ଏକ ଉତ୍କୃଷ୍ଟ ପଦକ୍ଷେପ

Darbar khabar

ପଞ୍ଜୀକୃତ ହେଲା ସିଟି ହୋମ୍: ବାସିନ୍ଦାମାନଙ୍କର ରହଣୀରେ ଏକ ଉତ୍କୃଷ୍ଟ ପଦକ୍ଷେପ

ପଞ୍ଜୀକୃତ ହେଲା ସିଟି ହୋମ୍: ବାସିନ୍ଦାମାନଙ୍କର ରହଣୀରେ ଏକ ଉତ୍କୃଷ୍ଟ ପଦକ୍ଷେପ

ଭୁବନେଶ୍ୱର, ୨୩ ସେପ୍ଟେମ୍ବର ୨୦୨୪: ଭୁବନେଶ୍ଵରର ମୌଜା-ଘାଟିକିଆରେ ଥିବା ସିଟି ହୋମ୍ ଆସୋସିଏସନ୍ ଆନୁଷ୍ଠାନିକ ଭାବରେ ୧୯ ସେପ୍ଟେମ୍ବର ୨୦୨୪ ରେ ଓଡିଶା ଆପାର୍ଟମେ• ମାଲିକାନା ଏବଂ ପରିଚାଳନା ଅଧୁନିୟମ ୨୦୨୩ ଅନୁଯାୟୀ ପଞ୍ଜିକୃତ ହୋଇଛି । ଏହି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ବାସିନ୍ଦାଙ୍କ ପାଇଁ ଉ•ମ ପରିଚାଳନା ଏବଂ ସାମଗ୍ରିକ ବିକାଶକୁ ସୁନିଶ୍ଚିତ କରିବ ।

ନବ ଗଠିତ ଆସୋସିଏସନ୍‌ର ସଭାପତି ଭାବରେ ଏହା ଆଚାର୍ଯ୍ୟ, ସମ୍ପାଦକ ଭାବରେ ବଲ୍ଲଭ କୁମାର ବିଶ୍ଵାଳ ଏବଂ କୋଷାଧ୍ୟକ୍ଷ ଭାବରେ ଇଶ୍ବର ଚନ୍ଦ୍ର ସ୍ବାଇଁ ନେତୃତ୍ୱ ନେଇଛନ୍ତି । ଏହି ବ୍ୟକ୍ତବିଶେଷମାନେ ନିଜର ଅଭିଜ୍ଞତା ଏବଂ ଉତ୍ସର୍ଗୀକୃତତାକୁ ନବ ଗଠିତ ଆସୋସିଏସନ୍‌ରେ ଯୋଡିବା ସହିତ ବାସିନ୍ଦା ମାନଙ୍କ ସୁବିଧା ପାଇଁ କାର୍ଯ୍ୟରତ のりのの一

ସିଟି ହୋମ୍ ଆସୋସିଏସନ୍ ଗଠନରେ ଇଭୋସ୍‌ର ଦେବୀପ୍ରସାଦ ମହାପାତ୍ରଙ୍କର ଅବଦାନ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ସରକାରୀ ପଞ୍ଜୀକରଣ ପ୍ରକିୟାରେ ବହୁବିଶିଷ୍ଟ ବ୍ୟକ୍ତିଙ୍କ ସମେତ ନରେନ୍ଦ୍ର କୁମାର ସେଠୀ ଏବଂ ଡକ୍ଟର ଜଳିଙ୍କର୍ ସେନାପତି ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମ ସମ୍ପ୍ରଦାୟରେ ଏକ ମାନଦଣ୍ଡ ସୃଷ୍ଟି କରିବ ।

ଏହି ଆସୋସିଏସନ୍‌ର ଶୁଭାରମ୍ଭ ଇଭୋସ୍ ବିଲୁଜନ୍ ବିଶିଷ୍ଟ ସଦସ୍ୟ ସୁଜାତା ପଟ୍ଟନାୟକ, ସିଆରଏମ୍ ଏବଂ ଅପରେସନ୍ ନିର୍ଦ୍ଦେଶକ ପ୍ରଫୁଲ୍ଲ ମହାନ୍ତିଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ମନ୍ତବ୍ୟ ଦେଇ ଇଭୋସ୍ ପରିଚାଳନା ନିର୍ଦ୍ଦେଶକ କଳିଙ୍ଗ କେଶରୀ ରଥ ଗର୍ବ ଅନୁଭବ କରି କହିଛନ୍ତି, “ ଏହି କାର୍ଯ୍ୟକ୍ରମ ଆତ୍ମନିର୍ଭରଶୀଳ ତଥା ଦାୟିତ୍ବବାନ ସମ୍ପ୍ରଦାୟ ଗଠନ ଦିଗରେ ଏକ ଆଦର୍ଶ ପଦକ୍ଷେପ । ଇଭୋସ୍ ବିଶ୍ଵାସ ରଖେ ବାସିନ୍ଦାଙ୍କୁ ସେମାନଙ୍କ ଭବିଷ୍ୟତର ମାଲିକାନା ନେବାକୁ ସଶକ୍ତ କରିବ ଏବଂ ସିଟି ହୋମ୍ ଆସୋସିଏସନ୍ ଗଠନ ଏହି ପଦକ୍ଷେପର ଏକ ପ୍ରମାଣ ।

ସିଟି ହୋମ୍ ଆସୋସିଏସନ୍ ରହଣୀର ଗୁଣବରେ ଉନ୍ନତି, ପରିସରର ରକ୍ଷଣାବେକ୍ଷଣ ସୁନିଶ୍ଚିତ କରିବା ଏବଂ ସମସ୍ତ ସଦସ୍ୟଙ୍କ ପାଇଁ ଏକ ସୁସଙ୍ଗତ ତଥା ସହାୟକ ପରିବେଶକୁ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ ଦେବ ।

ଇଭୋସବିଲ୍ଡକନ୍ ହେଉଛି ଏକ ଅଗ୍ରଣୀ ରିଅଲ୍ ଇଷ୍ଟେଟ୍ ଡେଭେଲ୍ସର୍ ଯାହାକି ସ୍ଥାୟୀ ଏବଂ ଗୁଣାତ୍ମକ ଗୃହ ନିର୍ମାଣ କରିବାକୁ ପ୍ରତିବଦ୍ଧିତ । ଗ୍ରାହକଙ୍କ ସୁବିଧା ଉପରେ ଧ୍ୟାନ ଦେଇ, ଆମର ସମସ୍ତ ପ୍ରକଳ୍ପରେ ସମାଳରେ ବସବାସ ପାଇଁ

ଉନ୍ନତି ଆଣିବାକୁ ନିରନ୍ତର ପ୍ରୟାସ କରୁଛୁ ।