ଶିକ୍ଷାକ୍ଷେତ୍ରରେ କମ୍ପୁଟରଉପଯୋଗିତା ଉପରେ ତିନିଦିନିଆ ତାଲିମ ଶିବିର
#darbartv #darbarkhabar

ଶିକ୍ଷାକ୍ଷେତ୍ରରେ କମ୍ପୁଟରଉପଯୋଗିତା ଉପରେ ତିନିଦିନିଆ ତାଲିମ ଶିବିର
ବାଲିଅନ୍ତା,୨୮।୯(ନି.ପ୍ର) : ହଂସପାଳ ସ୍ଥିତ ଗ୍ଲୋବାଲ୍ କଲେଜ ଅଫ୍ ମ୍ୟାନେଜମେଣ୍ଟ ଓ କୋଲକତାର ନାସନାଲ୍ ଇନ୍ସିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ଟି ଟିଚର ଟ୍ରେନିଂ ଆଣ୍ଡ ରିସର୍ଚ୍ଚ ମିଳିତ ସହଯୋଗରେ ଶିକ୍ଷାକ୍ଷେତ୍ରରେ କମ୍ପୁଟର ସହଯୋଗ ଉପରେ ଏକ ତିନିଦିନିଆ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଦେବାଶିଷ ନନ୍ଦ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ କଲେଜ ଓ ବିଶ୍ବବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଏବଂ ଶିକ୍ଷାବିତ ମାନଙ୍କୁ କମ୍ପ୍ୟୁଟର୍ ଆସିଷ୍ଟଣ୍ଟା ଭିନ୍ନ କ୍ରନ୍ ସିଏ ଆଇ ବ୍ୟବହାର କରି ଶିକ୍ଷାଦାନ କିପରି ପ୍ରୟୋଗାତ୍ମକ ଓ ପ୍ରଭାବଶାଳୀ ହୋଇପାରିବ ସଂକ୍ଷିପ୍ତ ବିବରଣୀ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଶିକ୍ଷାର ଗୁଣର ଉନ୍ନତି କରିବା ସହ ଶିକ୍ଷକମାନଙ୍କ ଦକ୍ଷତାର ସୁଦୃଢ କରିବାରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନେବ। ଏହି ଶିବିରର ମୁଖ୍ୟ ଅତିଥି ଭାବେ ନାସନାଲ୍ ଇନ୍ସିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ଟ ଟିଚର ଟ୍ରେନିଂ ଆଣ୍ଡ ରିସର୍ଚ୍ଚ କୋଲକାତାର ପ୍ରଫେସର ସୁବ୍ରତ ଚଟ୍ଟୋପଧ୍ୟାୟ ଯୋଗ ଦେଇ "'ପ୍ରଭାବଶାଳୀ ଶିକ୍ଷା ନିମନ୍ତେ ଜୋନାଲ ମିଡିଆ ଓ ସିଏଲ ର ବ୍ୟବହାର ବିଷୟରେ ମୂଲ୍ୟବାନ ତଥ୍ୟ ଓ ଦୃଷ୍ଟିକୋଣ ଉପସ୍ଥାପନ କରିଛନ୍ତି। ଏହା ଦ୍ବାରା ନୂଆ ଶିକ୍ଷକ ଓ ବରିଷ୍ଠ ଅକାଡେମିକ୍ ବ୍ୟକ୍ତିମାନଙ୍କୁ ଶିକ୍ଷାରେ କମ୍ପୁଟରକରଣ ଉପରେ ଦକ୍ଷ ହେବା ପାଇଁ ଏକ ବଡ଼ ସୁଯୋଗ ମିଳିବ ଓ ଏହା ମ୍ୟାନେଜମେଣ୍ଟ ଶିକ୍ଷାର ପାଠ୍ୟକ୍ରମରେ ବଦଳ ଆଣିବାରେ ସରଳ ହେବ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପ୍ରଫେସର
ଉତ୍କଳ ରଞ୍ଜନ ଦାସ,ଗ୍ଲୋବାଲ ଇନ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟର ପ୍ରିନ୍ସିପାଲ୍ ପ୍ରଫେସର ଡଃ ନରେନ୍ଦ୍ର କିଶୋର ମିଶ୍ର ଯୋଗ ଦେଇଥିଲେ। ଏହି ୩ ଦିନିଆ କାର୍ଯ୍ୟଶାଳାର ଉଦ୍ଘାଟନ ସମାରୋହରେ ଗ୍ଲୋବାଲ
ଇନ୍ସଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରେ ପ୍ରଫେସର ବିପୁଳ କୁମାର , ଡଃ ତୁଳିକା ସିଂହ, ଡଃ ଅଦ୍ୟାଶା ଶୁଭଦର୍ଶିନୀ,ପ୍ରଫେସର ଗୌରୀ ଶଙ୍କର ମହାରଣା, ପ୍ରଫେସର ସୁନୀଲ ମିଶ୍ର,ପ୍ରଫେସର ରାଜାରାମ ରାଉତ ଏବଂ ପ୍ରଫେସର ପ୍ରତୀକ୍ଷା ତ୍ରିପାଠୀ ପ୍ରମୁଖ ଉପସ୍ଥିତି ଥିଲେ। ଶେଷରେ ଅନୁଷ୍ଠାନ ପ୍ରଫେସର ନଜାହତ ଆଫରୋଜ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶିକ୍ଷା ପ୍ରତିଷ୍ଠାନର ସମସ୍ତ ଅଧ୍ୟାପକ/ ଅଧ୍ୟାପିକା ସହଯୋଗ କରିଥିଲେ ।