ଅଭିଯୁକ୍ତ ମାନଙ୍କୁ ବରମ୍ବାର ଥାନାରୁ ବେଲ ଦେବା ଘଟଣା ରେ କାର୍ଯ୍ୟାନୁଷ୍ଠାନ ପାଇଁ ଏସପିଙ୍କୁ ଦାବିପତ୍ର ।

ଅଭିଯୁକ୍ତ ମାନଙ୍କୁ ବରମ୍ବାର ଥାନାରୁ ବେଲ ଦେବା ଘଟଣା ରେ କାର୍ଯ୍ୟାନୁଷ୍ଠାନ ପାଇଁ ଏସପିଙ୍କୁ ଦାବିପତ୍ର ।

କେନ୍ଦ୍ରାପଡ଼ା ଜିଲ୍ଲାରେ ମାର୍ଶାଘାଇ, ପାଟକୁରା ଓ ଜମ୍ବୁ ମେରାଇନ ଥାନା ଅଂଚଳ ରେ ଦଳିତ ସୂଚନା ଅଧିକାର କର୍ମୀଙ୍କୁ ଘରେ ପଶି ଆକ୍ରମଣ ଘଟଣା ରେ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଅଭିଯୁକ୍ତ ମାନଙ୍କୁ ବାରମ୍ବାର ବ୍ୟକ୍ତିଗତ ମୁଲ ଚାଲ ରେ ଛାଡ଼ିଦେବା ଫଳରେ ଅପରାଧୀ ମାନେ ଅଧିକ ଉତ୍ସାହିତ ହୋଇ ଆକ୍ରମଣ କରିଚାଲୁଛନ୍ତି. ଆଜି ରାଜ୍ୟ ସୂଚନା ଅଧିକାର ଅଭିଯାନ (ଓସା ) ର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନଙ୍କ ସମତେ କେନ୍ଦ୍ରାପଡ଼ା ଜିଲ୍ଲା ଆବାହକ ପ୍ରତାପ ଚନ୍ଦ୍ର ମହାନ୍ତି ଙ୍କ ସହିତ ସୂଚନା ଅଧିକାର କର୍ମୀ ତଥା ପାଟକୁରା ଥାନାର ପୀଡିତ ରମାକାନ୍ତ ମାହାଳି, ମାର୍ଶାଘାଇ ଥାନାରୁ ପୀଡିତ ଜନକର ଜେନା, ମାନସ ଆଚାର୍ଯ୍ୟ ଓ ଜମ୍ବୁ ମେରାଇନ ଥାନାର ଅମିତାଭ ଚାନ୍ଦଙ୍କ ସମେତ ସୂଚନା ଅଧିକାର କର୍ମୀ ପ୍ରବେଶ ମହାପାତ୍ର, ଆଳୟ ସାମନ୍ତରାୟ, ସୁମନ୍ତ ସେଠି ଇତ୍ୟାଦି ଯୋଗ ଦେଇଥିଲେ. କେନ୍ଦ୍ରାପଡ଼ା ଏସପି ପ୍ରତିଶୃତି ଦେଇଛନ୍ତି ଏହା ଉପରେ ତଦନ୍ତ କରିବେ କେମିତି ଜଣେ ଅଭିଯୁକ୍ତକୁ ବାରମ୍ବାର ଥାନାରୁ ବେଲ ଦିଆ ଯାଉଛି ସହ ଅନ୍ୟ ଅଭିଯୋଗ ଗୁଡିକ ଉପରେ ମଧ୍ୟ ତଦନ୍ତ କରାଯିବ

ସଞ୍ଜୟ କୁମାର ପଣ୍ଡା ଙ୍କ ରିପୋର୍ଟ ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା