ଅସହ୍ୟ ହେଲା ଅଧ୍ୟାପକଙ୍କ  ନିର୍ଯାତନା।  ଚରମ ନିଷ୍ପତି ଉଠାଇଲେ ଛାତ୍ରୀ ।

ଅସହ୍ୟ ହେଲା ଅଧ୍ୟାପକଙ୍କ  ନିର୍ଯାତନା।  ଚରମ ନିଷ୍ପତି ଉଠାଇଲେ ଛାତ୍ରୀ ।

ଅସହ୍ୟ ହେଲା ଅଧ୍ୟାପକଙ୍କ  ନିର୍ଯାତନା।  ଚରମ ନିଷ୍ପତି ଉଠାଇଲେ ଛାତ୍ରୀ ।

ସର୍ବସମ୍ମୁଖରେ ଦେଲେ ଆତ୍ମାହୁତି ।  ବାଲେଶ୍ଵର ରୁ ସାମ୍ନାକୁ ଆସିଚି ଏକ ଲୋମ ଟାଙ୍କୁରା ଘଟଣା ! ଅଧ୍ୟାପକଙ୍କ ଦ୍ଵାରା ମାନସିକ ନିର୍ଯାତନା ଏବଂ ଅସଦାଚରଣରେ ଅତିଷ୍ଠ ହୋଇ ଶେଷରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଛାତ୍ରୀ । ଏହି ଘଟଣା ଏବେ ପୁରା ରାଜ୍ୟକୁ ଦୋହଲାଇ ଦେଇଛି।  ପୀଡ଼ିତା ହେଉଛନ୍ତି ବାଲେଶ୍ବର ଫକୀରମୋହନ ବିଶ୍ବବିଦ୍ୟାଳୟ ଛାତ୍ରୀ। ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବାଲେଶ୍ଵର ରୁ ଭୁବନେଶ୍ୱର ଏମ୍ସ କୁ ସ୍ଥାନାନ୍ତର କରାଯାଇଛି । ଏବେ ସେ ଏମ୍ସ ବର୍ଣ୍ଣ ୱାର୍ଡରେ ଜୀବନ ସହ ସଂଘର୍ଷ କରୁଛନ୍ତି । ଡାକ୍ତରଙ୍କ କହିବା ଅନୁଯାୟୀ ତାଙ୍କ ଶରୀରର ୯୫ ପ୍ରତିଶତ ପୋଡ଼ିଯାଇଛି । ବର୍ତମାନ ୧୨ ଜଣିଆ ଡାକ୍ତରୀ ଦଳ ତାଙ୍କ ଚିକିତ୍ସାରେ ନିୟୋଜିତ ରହିଛନ୍ତି । ସ୍ଥିତି ଗମ୍ଭୀର ଥିବାରୁ ତାଙ୍କୁ ଏୟାର ଲିଫ୍ଟ କରିବାର ଯୋଜନା ରହିଛି। କିନ୍ତୁ ପରିସ୍ଥିତିକୁ ଦେଖି ଏୟାର ଲିଫ୍ଟ କରିବା ସମ୍ଭାବ୍ୟ ନୁହେଁ ବୋଲି ଏମ୍ସ ନିର୍ଦ୍ଦେଶକ କହିଛନ୍ତି।   ସୂଚନା ମୁତାବକ , ସମ୍ପୃକ୍ତ ଛାତ୍ରୀଙ୍କୁ ବି.ଏଡ ବିଭାଗର ମୁଖ୍ୟ ସମୀର ସାହୁ ତାଙ୍କୁ ନିର୍ଯାତନା ଦେଉଥିଲେ । ଏପରିକି ସେମିଷ୍ଟର ସେ ବ୍ୟକ୍ ଲଗେଇଦେବକୁ କହି ଧମକ ଦେଉଥିଲେ। ଆଉ ତାଙ୍କୁ ବାରମ୍ବାର ଅସଦାଚରଣ କରୁଥିଲେ । ଯେଉଁଥିପାଇଁ ଛାତ୍ରୀ ଜଣକ ତାଙ୍କ ବିରୁଦ୍ଧରେ କଲେଜ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କ ନିକଟରେ ଅଭିଯୋଗ କରିଥିଲେ ।   କିନ୍ତୁ ବାରମ୍ବାର ଅଭିଯୋଗ କରିବା ପରେ ବି ବିଶ୍ବବିଦ୍ୟାଳୟ କତୃପକ୍ଷ କୌଣସି ଆକ୍ସନ ନହେବାରୁ ଏମିତି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହେଲେ ଛାତ୍ରୀ । କଲେଜ ଅଧ୍ୟକ୍ଷ ସଂପୃକ୍ତ ଛାତ୍ରୀଙ୍କୁ ବୁଝାଇ କଥାକୁ ଦବେଇ ଦେବାକୁ ଉଦ୍ୟମ କରିଥିଲେ । ଆଉ ଅଧ୍ୟକ୍ଷ ରୁମରୁ ବାହାରି ନିଜ ଦେହରେ ନିଆଁ ଲଗାଇଦେଇଥିଲେ ସମ୍ପୃକ୍ତ ଛାତ୍ରୀ । ଯାହାର ଛତିଥରା ଦୃଶ୍ୟ ସିସିଟିଭି ରେ କାର୍ଡ ହୋଇଛି। 
ଏହି ଘଟଣାକୁ ନେଇ ତେଜ ହୋଇଛି ରାଜନୀତି । ମୁଖ୍ୟମନ୍ତ୍ରୀ ମୋହନ ମଝି ମଧ୍ୟ ଏମ୍ସ ଜାଇ ପିଡିତଙ୍କୁ ଭେଟିବା ସହ ୩ ଦିନ ଭିତରେ ତଦନ୍ତ କରି କଡ଼ା କାର୍ଯ୍ୟାନୁଷ୍ଠା ନେବାକୁ ପୋଲିସ ଡିଜି ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଅନ୍ୟପଟେ ଛାତ୍ରୀଙ୍କୁ ନ୍ୟାୟ ଦେବାକୁ ବିଜେଡି କର୍ମୀମାନେ ମୁଖ୍ୟ ମନ୍ତ୍ରୀଙ୍କୁ ବାସଭବନ ଆଗରେ ପ୍ରତିବାଦ କରିଛନ୍ତି ।