ନିର୍ମାଣ ଶ୍ରମିକ କାର୍ଡଧାରୀଙ୍କ ସରକାରୀ ସହାୟତା ସଚେତନତା କାର୍ଯ୍ୟକ୍ରମ ।
ନିର୍ମାଣ ଶ୍ରମିକ କାର୍ଡଧାରୀଙ୍କ ସରକାରୀ ସହାୟତା ସଚେତନତା କାର୍ଯ୍ୟକ୍ରମ ।
ମାଲକାନଗିରି, ତା ୨୩/୦୪ ୨୦୨୫(ଶିବ ପ୍ରସାଦ ପରିଛା ବିଶେଷ ଖବର)
ମାଲକାନଗିରି ଜିଲା ସତ୍ୟନାରାୟଣ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ନିର୍ମାଣ ଶ୍ରମିକ ସଂଘ ତରଫରୁ ନିର୍ମାଣ ଶ୍ରମିକ କାର୍ଡଧାରୀଙ୍କ ବିଭିନ୍ନ ସରକାରୀ ସହାୟତା ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟତଃ ଛାତ୍ରୀଛାତ୍ରମାନେ କିପରି ଶିକ୍ଷା ଉପରେ ସହାୟତା ପାଇପାରିବେ ଏବଂ ସେଥିପ୍ରତି ଥିବା ସରକାରୀ ନିର୍ଦ୍ଦେଶନାମା ଉପରେ ଆଲୋଚନା କରାଯାଇଥିଲା। ଆର୍ଟିଆଇ ତଥ୍ୟ ଅନୁଯାୟୀ ୨୦୨୧-99, 9099-୨୩, ୨୦୨୩-୨୪ ଶିକ୍ଷାବର୍ଷରେ ଯଥାକ୍ରମେ ଷଷ୍ଠରୁ ଦଶମ ଶ୍ରେଣୀ ମଧ୍ଯରେ ମାତ୍ର ୩୪୦, ୪୪୨ ଓ ୨୪ ଜଣ ଆର୍ଥିକ ସହାୟତା ପାଇଛନ୍ତି ; ଯେଉଁଠାରେ କି ଡିସେମ୍ବର ୨୪ ସୁଦ୍ଧା
ଜିଲାରେ ମୋଟ ନିର୍ମାଣ ଶ୍ରମିକଙ୍କ ପଞ୍ଜୀକୃତ ସଂଖ୍ୟା ପ୍ରାୟ ୭୦ ହଜାର । ବର୍ତ୍ତମାନ ସୁଦ୍ଧା ପଞ୍ଜୀକୃତ ନିର୍ମାଣ ଶ୍ରମିକ କାର୍ଡଧାରୀଙ୍କ ସଂଖ୍ୟା ପ୍ରାୟ ୭୫ ହଜାର । ସଚେତନତା ସାଙ୍ଗକୁ କିଭଳି ଅଧିକରୁ ଅଧିକ ପିଲା ଏହି ଯୋଜନାରୁ ଉପକୃତ ହୋଇପାରିବେ ସେଥିପାଇଁ ଏଭଳି ପଦକ୍ଷେପ ନେଇଥିବ ସଂଘ ସଭାପତି ଦୁର୍ଗା ପ୍ରସାଦ ତ୍ରିପାଠୀ ପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସାମାଜିକ କର୍ମୀ ଦୁର୍ଯ୍ୟୋଧନ ପାତ୍ର, ଆଇନଜୀବୀ ଅଶୋକ କୁମାର ପଟ୍ଟନାୟକ ଓ ଜ୍ଞାନରଞ୍ଜନ ସାହୁ ପ୍ରମୁଖ ଯୋଗଦେଇଥିବା ବେଳେ ସତ୍ୟନାରାୟଣ ମହାବିଦ୍ୟାଳୟର ନିର୍ଦ୍ଦେଶକ ସଞ୍ଜୟ ପାଣିଗ୍ରାହୀ ସଭାପତିତ୍ବ କରିଥିଲେ । କାର୍ଯ୍ୟକ୍ରମରେ ୨୦୦ରୁ ଊର୍ଦ୍ଧ ଛାତ୍ରୀଛାତ୍ର ଯୋଗଦେଇଥିଲେ।
କାର୍ଯ୍ୟକ୍ରମରେ ଅତିଥି ମାନେ ନିର୍ମାଣ ଶ୍ରମିକ ସଂଘ କର୍ମକର୍ତ୍ତାଙ୍କ ସମସ୍ୟା ଉପରେ ଆଲୋଚନା କରିଛନ୍ତି