ବରିଷ୍ଠ କବି ଶରତ ନାୟକଙ୍କ ଦେହାନ୍ତ

ବରିଷ୍ଠ କବି ଶରତ ନାୟକଙ୍କ ଦେହାନ୍ତ

ଆଧୁନିକ ଓଡ଼ିଆ କବିତାରେ ନିଜର ସ୍ୱକୀୟ ସ୍ୱାକ୍ଷର ରଖି ପାରିଥିବା ବରିଷ୍ଠ କବି ଶରତ ନାୟକ(୭୦)ଙ୍କ ଦେହାନ୍ତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ୍ ଅନ୍ତର୍ଗତ ଡାମରପୁର ଗ୍ରାମରେ ଜନ୍ମିତ କବି ଶରତ ନାୟକ ବୃତ୍ତିଗତ ଭାବରେ ଜଣେ ଶିକ୍ଷକ ଥିଲେ। କବିତା ରଚନାରେ ନିଜର ରୁଚି ରଖି ଦୀର୍ଘ ଚାରି ଦଶନ୍ଧିରୁ ଓଡ଼ିଶାର ବିଭିନ୍ନ ପତ୍ରପତ୍ରିକାରେ ଲେଖାଲେଖି ଜାରୀ ରଖିଥିଲେ । ତାଙ୍କର ରଚିତ କବିତା ପୁସ୍ତକ " ଡିମିରି ଫୁଲର ଋତୁ" ପାଇଁ ସେ ସମସ୍ତ ପାଠକ, ସମାଲୋଚକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତାଙ୍କ କବିତା ପୁସ୍ତକ ଅଭିଶପ୍ତ ଜରାୟୁ,ପାପ ପ୍ରତିମା, ନଈ ସେପାରିରେ ଲକ୍ଷ୍ମୀର ଘର, ରକ୍ତ ନଈ ଆଦି ବହୁ ପାଠକୀୟ ଆଦୃତି ହାସଲ କରିଛି । ଅଳ୍ପ ବୟସରେ ତାଙ୍କର ଦେହାନ୍ତ ଅନେକ ସାରସ୍ୱତ ସାଧକଙ୍କୁ ଦୁଃଖ ଦେଇଅଛି।

 ସେ ସ୍ୱଭାବରେ ଜଣେ ସରଳ, ବିନୟୀ, ବନ୍ଧୁବତ୍ସଳ ମଣିଷ ଥିଲେ । ତାଙ୍କ ଅକାଳ ବିୟୋଗ ପାଇଁ ଶୋକ ପ୍ରକାଶ କରିଛନ୍ତି କଥାକାର ପ୍ରଦୀପ ନାୟକ, କବି ନାରାୟଣ ପ୍ରସାଦ ରାଉଳ, କବି ପବିତ୍ର ବ୍ରହ୍ମପୁତ୍ର ନାୟକ, କବି ପ୍ରେମାନନ୍ଦ ଖଣ୍ଡୁଆଳ, କବି ପୁଣ୍ୟଶ୍ଲୋକ ଅଶୋକ ପରିଡ଼ା, କବି ଅଭିରାମ ସାହୁ, କବି ଭବାନୀ ପ୍ରାସାଦ ମହାପାତ୍ର, କବି ହେମନ୍ତ କୁମାର ରାଉତ, ପ୍ରକାଶକ ପ୍ରଦୀପ୍ତ କୁମାର ବେହୁରା, ବ୍ରଜବନ୍ଧୁ ଦାଶ, ଅଧ୍ୟାପକ ବିରଜାନନ୍ଦ ମହାନ୍ତି, କବି ସଚ୍ଚିତ୍ର ବେହୁରା ପ୍ରମୁଖ ।

ସଂଜୟ କୁମାର ପଣ୍ଡା ଙ୍କ ରିପୋର୍ଟ ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା।