ଆଜିଠୁ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରି ମନା, ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ .

ଆଜିଠୁ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରି ମନା, ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ .
ବାଲେଶ୍ୱର ଓ ବଳଙ୍ଗା ଅଘଟଣ ପରେ, ଆକ୍ସନ ମୋଡ଼ରେ ସରକାର । ଏଣିକି ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ମନା । ଆଜିଠୁ ଆଉ ପ୍ଲାଷ୍ଟିକ ବୋତଲରେ ମିଳିବନି ପେଟ୍ରୋଲ । କାଚ ବୋତଲରେ ମିଳିବ ପେଟ୍ରୋଲ । ପେଟ୍ରୋଲିୟମ ନିୟମ ଅନୁଯାୟୀ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରି ହେବ ନାହିଁ । ସମସ୍ତ ଜିଲ୍ଲାପାଳଙ୍କୁ ଶକ୍ତ ନିର୍ଦ୍ଦେଶ ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ଯେଉଁମାନେ ନୀତି ବିରୁଦ୍ଧରେ ଯିବେ, କାର୍ଯ୍ୟାନୁଷ୍ଠାନ ନିଆଯିବ । ରାସ୍ତା ଘାଟରେ ପ୍ଲାଷ୍ଟିକରେ ପେଟ୍ରୋଲ ବିକିଲେ ଆକ୍ସନ ନିଆଯିବ । ବାହାରେ ବିକ୍ରି ରୋକିବା ପାଇଁ ଚଢ଼ାଉ ହେବ । ପେଟ୍ରୋଲ ପମ୍ପ ସଙ୍ଘ ଓ ଯୋଗାଣ ମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି ନିଆଯାଇଛି । ଅଧିକାରୀଙ୍କ ନିର୍ଦ୍ଦେଶ ବାହାରେ ବିନା ଲାଇସେନ୍ସରେ ପେଟ୍ରୋଲ ବିକ୍ରି କଲେ ବ୍ୟବସାୟୀଙ୍କ ଲାଇସେନ୍ସ ବାତିଲ କରାଯିବ ।