ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ
> *ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ*
> *ଗୁଣପୁର, ୦୧/୧୦:* ଗୁଣପୁର ଟାଉନ ହଲ ପରିସରରେ ବରିଷ୍ଠ ନାଗରିକ ତଥା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ପଞ୍ଚାୟତ ସମିତି, ଗୁଣପୁର ପକ୍ଷରୁ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ମହାଆଡମ୍ବରରେ ପାଳିତ ହୋଇଯାଇଛି।
> ସକାଳ ୯ଟାରେ ଯୋଗାଚାର୍ଯ୍ୟ ଶ୍ରୀ ପୁଷ୍ପରାଜ ପୃଷ୍ଟି ଏବଂ ରାମ ପ୍ରସାଦ ସତପଥୀ ବରିଷ୍ଠ ନାଗରିକମାନଙ୍କୁ ସ୍ୱାସ୍ଥ୍ୟ ସୁରକ୍ଷା ନିମନ୍ତେ ଯୋଗାସନ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।
> ଜଗନ୍ନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଡା. ନିହାର ରଞ୍ଜନ ପଟ୍ଟନାୟକ, ସନ୍ତୋଷ କୁମାର ଚୌଧୁରୀ, ନମିତା ମାଝୀ, ତ୍ରିଲୋଚନ ପଣ୍ଡା ଓ ଜିତେନ୍ଦ୍ର ନାୟକ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ବଣ୍ଟନ କରିଥିଲେ।
> ଏହି ଅବସରରେ କୃଷିବିତ୍ କୃଷ୍ଣ ପ୍ରସାଦ ବେବର୍ତା, ବରିଷ୍ଠ ନାଗରିକ ସାରଦା ଚନ୍ଦ୍ର ପାଣିଗ୍ରାହୀ, ପଞ୍ଚାୟତ ସମିତି ଅଧ୍ୟକ୍ଷା ଝିଲି ଶବର, ଉପାଧ୍ୟକ୍ଷ ସୁଦର୍ଶନ ଶବର, ସାମାଜିକ ସୁରକ୍ଷା ଅଧିକାରୀ ରଞ୍ଜିତା ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ।
> କାର୍ଯ୍ୟକ୍ରମକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସ୍ମୃତିପ୍ରଭା ପାତ୍ର ଓ ଅନନ୍ତ ପାତ୍ର ପରିଚାଳନା କରିଥିଲେ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରା କାର୍ଯ୍ୟକ୍ରମ ଅନୁଧ୍ୟାନ କରିଥିଲେ।


admin 
