*ମହାନଦୀ ଆଳତି ଘାଟରେ ସହଭାଗୀ ହୁଅନ୍ତୁ ଜୀବନକୁ ଉଜ୍ଜ୍ବଳ କରନ୍ତୁ*

*ମହାନଦୀ ଆଳତି ଘାଟରେ ସହଭାଗୀ ହୁଅନ୍ତୁ ଜୀବନକୁ ଉଜ୍ଜ୍ବଳ କରନ୍ତୁ*

ବୌଦ୍ଧ:୦୫/୫:ଆଜି ବ୍ରାହ୍ମ ମୁହୂର୍ତ୍ତରେ ମହାନଦୀ ଆଳତି ଘାଟରେ ଯୋଗାଭ୍ୟାସ ଅନୁଷ୍ଠିତ ହୋଇଯାଇଛି l ନିଃସ୍ଵାର୍ଥ ଦାନର କଳା ଆମ ସମାଜର ଉନ୍ନତି ପାଇଁ ଏକ ଭଲ ପ୍ରୟାସ ବିଷୟରେ ଆଲୋଚନା ହୋଇଥିଲା l ଆଜିର ଅତିଥି ଭାବେ ଜିଲ୍ଲା ସଂଯୋଜକ ଲକ୍ଷ୍ମୀଧର ବେହେରା ଯୋଗଦାନ କରି ଆମ ପାଖରେ ଥିବା ବଳକା ଖାଦ୍ୟ, ବସ୍ତ୍ର, ଜ୍ଞାନ ଦାନ ବାଣ୍ଟିବା ଦ୍ଵାରା ଲାଭ ଅଧିକ ମିଳିଥାଏ ବୋଲି ପ୍ରକାଶ କରିଥିଲେ l ଆସନ୍ତା ମେ ୧୭ ତାରିଖରେ ଆର୍ଟ ଅଫ ଗିଭିଂ ର ୧୩ ତମ ବାର୍ଷିକ ଉତ୍ସବ ମାଧ୍ୟମରେ ଦାନ ର କଳା ସମ୍ପର୍କରେ ପ୍ରଚାର ପ୍ରସାର ମାଧ୍ୟମରେ ପ୍ରତ୍ୟେକ ବ୍ୟକ୍ତି ପାଖରେ ପହଞ୍ଚାଇବାକୁ ପ୍ରସ୍ତାବ ଗ୍ରହଣ କରାଯାଇ ଥିଲା l ଯୋଗ ଶିକ୍ଷକ ଦିଲ୍ଲୀପ କୁମାର ଚୌଧୁରୀ ଓ ବିକାଶ ଅଗ୍ରୱାଲା ବ୍ୟାୟାମ, ଆସନ, ପ୍ରାଣାୟାମ ଓ ଧ୍ୟାନ ଅଭ୍ୟାସ କରାଇଥିଲେ l ଶେଷରେ ସୌମ୍ୟରଞ୍ଜନ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ l