ଏମ୍ଭି ୫୩ ଠାରୁ ଶିମିଳିଗୁଡ଼ା ରାସ୍ତା ଆଜି ମରଣଯନ୍ତା ।
ଏମ୍ଭି ୫୩ ଠାରୁ ଶିମିଳିଗୁଡ଼ା ରାସ୍ତା ଆଜି ମରଣଯନ୍ତା ।
ମାଲକାନଗିରି ତା:- ୨୨/୦୪ ୨୦୨୫(ଶିବପ୍ରସାଦ ପରିଛା ବିଶେଷ ଖବର)
ହେଲାନି ରକ୍ଷଣାବେକ୍ଷଣ, ମରାମତି
ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ୍ ତାର୍ଲାକୋଟା ପଞ୍ଚାୟତ ଏମ୍ଭି-୫୩ ଗାଁ ଶେଷ ମୁଣ୍ଡରୁ ଶିମିଳିଗଡ଼ା ଗାଁ ଶେଷ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନିର୍ମିତ ରାସ୍ତା ନିମ୍ନମାନର କାମ ଯୋଗୁ ମରଣଯନ୍ତା ପାଲଟିଛି। ଏହାର ଭିଜିଲାନ୍ସ ତଦନ୍ତ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ୫ କି.ମି. ୮୦୦ମିଟର ରାସ୍ତା ନିର୍ମାଣ ପାଇଁ ୧ କୋଟି ୯୯ ଲକ୍ଷ ୨୨ହଜାର ଟଙ୍କା ବ୍ୟୟରେ ନିର୍ମିତ ରାସ୍ତା ସମ୍ପୂର୍ଣ୍ଣ ହେବାର ମାତ୍ର କେଇଟା ମାସ ପରେ ପିଚୁ ଉଠିଯାଇଥିଲା। ଏବେ ଏହି ରାସ୍ତାରେ ବଡ ବଡ଼ ଗର୍ଭ ହୋଇ ଲୋକଙ୍କ ଯାତାୟାତରେ ସମସ୍ୟା ହେଉଛି । ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ସଲାସୁତୁରା ର ପ୍ରତିଫଳ ଆମ ମାନଙ୍କୁ ହଇରାଣରେ ପକାଇଛି | ପୂର୍ବରୁ ଥିବା ମାଟିରାସ୍ତା ଭଲ ଥିଲା ବୋଲି ଅଞ୍ଚଳବାସୀ କହିଛନ୍ତି। ରାସ୍ତାଟିକୁ ଗ୍ରାମ୍ୟ ବିଭାଜିକା ବିଭାଗ-୦୧ ପକ୍ଷରୁ ଟେଣ୍ଡର କରାଯାଇ ଠିକାଦାର ସୁନାବେଡ଼ା ଅଞ୍ଚଳର ଉପେନ୍ଦ୍ର କୁମାର ପାତ୍ର ନିର୍ମାଣ କରିଥିଲେ।
କାମ ଚାଲିଥିବା ବେଳେ ବିଭାଗର କୌଣସି ଅଧିକାରୀ ଏହାର ତଦାରଖ କରିନଥିଲେ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ୨୦୧୭ ଡିସେମ୍ବର ୨୧ରେ ଏହି କାମ ଆରମ୍ଭ ହୋଇ ୨୦୧୮ ନଭେମ୍ବର ୨୧ରେ ଶେଷ ହୋଇଥିଲା I କାମ ସରିବାର ୫ ବର୍ଷ ଭିତରେ ଅର୍ଥାତ ୨୦୨୩ ନଭେମ୍ବର ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ଲାଗି ୨୪ଲକ୍ଷ ୨୨ ହଜାର ଟଙ୍କାର ବଜେଟ ଥିବା ସତ୍ତ୍ବେ ଥରଟିଏ ବି ମରାମତି ହୋଇନାହିଁ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି I ଏ ନେଇ ଅଞ୍ଚଳବାସୀ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ବହୁବାର ଅଭିଯୋଗ କରିଥିଲେ ବି କେହି କର୍ଣ୍ଣପାତ କରିନଥିବା ନାଏବ ସରପଞ୍ଚ ପଦ୍ମନାଭ ମାଡକାମୀ, ସୀମାକୋଣ୍ଡା ଗ୍ରାମର ରାମ ପଡିୟାମୀ, ମୁକୁନ୍ଦ ମାଡକାମୀ, ଶିବା କବାସୀ, ଗଙ୍ଗା ମାଡକାମୀ, ଶିମିଳିଗୁଡା ଗ୍ରାମର ନର୍ସିଙ୍ଗ୍ ମାଝୀ, କମଳ ଲୋଚନ ମାଝୀ, ଶ୍ୟାମ ମାଝୀ, ଡମ୍ବରୁ ମାଝୀ, ସମରା ଖିଲ କାଳୀଆମୁଣ୍ଡା ଗ୍ରାମର ମଦନ ମାଛ, ମାଧବ ହନ୍ତାଳ, ଖଗପତି ପାଙ୍ଗ ଓ ଭଗତ ରାମ ପାତ୍ରଙ୍କ ସମେତ ଅଞ୍ଚଳର ବହୁ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହ ଏହାର ଭିଜିଲାନ୍ସ ତଦନ୍ତ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ଏ ସମ୍ପର୍କରେ ଦାୟିତ୍ୱରେ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠଯନ୍ତ୍ରୀ ଲବରାମ ମାଝୀଙ୍କୁ ପଚାରିବାରୁ ରାସ୍ତା ନିର୍ମାଣ ପାଇଁ ବିଭାଗ ପକ୍ଷରୁ ପୁନର୍ବାର ଏଷ୍ଟିମେଟ କରି ଟେଣ୍ଡର କରାଯାଇଛି। ଏହା ସରିବା ପରେ ଅତି ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଥିଲେ। କନିଷ୍ଠ ଯନ୍ତ୍ରୀ ଶ୍ରୀ ମାଝୀ ଙ୍କ କଥାରୁ ଅନୁମାନ କରା ଯାଉଛି କୀ ଗୋଟାଏ ରାସ୍ତା କାର୍ଯ୍ୟର ଆଇଶ୍ଵ ତାହେଲେ ୫ ବର୍ଷ।
ମାଲକାନଗିରି ରୁ ଶିବପ୍ରସାଦ ପରିଛା ଙ୍କ ରିପଟ ବିଶେଷ ଖବର