ଓଡିଶା ବିଧାନସଭା ର ସପ୍ତଦଶ ଅଧିବେଶନ।
ଆଜି ଓଡ଼ିଶା ବିଧାନସଭାର ସପ୍ତଦଶ ଅଧିବେଶନର ସପ୍ତମ ବୈଠକ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି । ଅଧିବେଶନର ପ୍ରଥମ ଦିବସରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗୃହ କାର୍ଯ୍ୟରେ ଯୋଗଦେଇ ପ୍ରାରମ୍ଭରେ ଦିବଙ୍ଗତ ପୂର୍ବତନ ସଦସ୍ୟ ତଥା ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲେ । ରାଜ୍ୟର ବିକାଶ ଓ ଜନସେବାରେ ସେମାନଙ୍କ ଉଲ୍ଲେଖନୀୟ ଅବଦାନକୁ ସ୍ମରଣ କରିବା ସହ ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି ।
ରାଜ୍ୟର ଅର୍ଥନୈତିକ ପ୍ରଗତି, ସାମାଜିକ କଲ୍ୟାଣ ତଥା ବିଭିନ୍ନ ଜନହିତକର ନୀତି ନିର୍ଦ୍ଧାରଣକୁ ତ୍ୱରାନ୍ୱିତ କରିବା ଦିଗରେ ବିଧାନସଭାର ଏହି ଅଧିବେଶନ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ସେ ପ୍ରକାଶ କରିଛନ୍ତି । ବହୁ ବିଭାଗ ର ସରକାରୀ କର୍ମ ଚାରି ଙ୍କ ଦାବି ଉପରେ ମଧ୍ୟ ଆଲୋଚନା କରାଯିବା ର ସମ୍ଭାବନା ଓ କିଛି ଗୁରୁତତ୍ୱପୂର୍ଣ୍ଣ କାର୍ଯ୍ୟ ଉପରେ କ୍ୟାବିନେଟ ମୋହର ବାଜି ପାରେ।ଏହି ଅଧିବେଶନ ଓଡ଼ିଶା ଜନସାଧାରଣ ଙ୍କ ପାଇଁ ଗୁରୁତ୍ଵ ପୂର୍ଣ୍ଣ ଅଧିବେଶନ ବୋଲି ରାଜନୈତିକ ସମୀକ୍ଷକ ମତ ପ୍ରକାଶ କରିଛନ୍ତି।
ସଞ୍ଜୟ କୁମାର ପଣ୍ଡା ଙ୍କ ରିପୋର୍ଟ ବିଶେଷ ଖବର।


admin 
