କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବନାଞ୍ଚଳ ର ପେଟାମାହାରେ ଜଙ୍ଗଲି ହାତୀର ଆକ୍ରମଣରେ ଜଣେ ମୃତ
କନ୍ଧମାଳ ଜିଲ୍ଲା ଫୁଲବାଣୀ ବନଖଣ୍ଡ ଅନ୍ତର୍ଗତ ଘୁ. ଉଦୟଗିରିରେ ବନ୍ୟାଞ୍ଚଳରେ ଘଟିଛି ଏକ ବଡ ଅଘଟଣ। ନିଜ ଚାଷ ଜମି ଜଗିବାକୁ ଯାଇ ବିଲରେ ଥିବା କଚ୍ଚା ଚାଳ ଘରେ ଶୋଇଥିବା ବେଳେ ଏକ ଜଙ୍ଗଲି ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ କନ୍ଧମାଳ ଜିଲ୍ଲା ଟିକାବାଲି ଥାନା,ବଡମୁଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ପେଟାମାହା ଗ୍ରାମର ପ୍ରଦୀପ ପ୍ରଧାନ (୪୫) ବୋଲି ଜଣାପଡିଛି। ଫୁଲବାଣୀ ବନଖଣ୍ଡ ର ଏସିଏଫ୍ ସୁଶ୍ରୀ ଶ୍ଵେତଲୀନା ସାହୁଙ୍କ ସୁଚନା ଅନୁଯାୟୀ ଗତ ମଙ୍ଗଳବାର ରାତି ପ୍ରାୟ ୧.୩୦ ମିନିଟ୍ ସମୟରେ ପ୍ରଦୀପ ଶୋଇବା ବେଳେ ହାତଟି ଘର ଉପରକୁ ଆକ୍ରମଣ କରିଥିଲା। ପ୍ରଦୀପ ଜୀବନ ରକ୍ଷା କରିବା ପାଇଁ ଦୌଡି ପଳେଇବା ବେଳେ ହାତୀ ସହିତ ମୁହାଁମୁହିଁ ହୋଇଥିଲା ଏବଂ ହାତଟି ଆକ୍ରମଣ କରିଥିଲା ଫଳରେ ଘଟଣାସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ଘଟିଛି ।
ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ପାଇଁ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା ଖବର ପାଇ ଫୁଲବାଣୀ ଡିଏଫଓ ଶ୍ରୀ ପ୍ରତାପ କୋଟାପଲ୍ଲୀ, ଏସିଏଫ୍ ଶ୍ଵେତଲୀନା ସାହୁଙ୍କ ସମେତ ଜଙ୍ଗଲ ବିଭାଗ ର ସମସ୍ତ ଅଧିକାରୀ ଓ କର୍ମଚାରୀ ତଥା ଟିକାବାଲି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଶବକୁ ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ମୃତକଙ୍କ ପରିବାରକୁ ତୁରନ୍ତ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯିବ ଏହା ପରେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପରେ ଅବଶିଷ୍ଟ ୯ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ଆଜି ଫୁଲବାଣୀ ବନଖଣ୍ଡ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଡିଏଫଓ ଶ୍ରୀ ପ୍ରତାପ କୋଟାପଲ୍ଲୀ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ଡିଏଫଓ କହିଛନ୍ତି। ତେବେ ହାତୀର ଗତିବିଧି ଉପରେ ନଜର ରଖିବା ପାଇଁ ୫ଟି ସ୍କ୍ବାଡକୁ ନିୟୋଜିତ କରିବା ସହିତ ୧୬ଟି ସିସି ଟିଭି କ୍ୟାମେରା ଓ ସାଇରନ ହାତୀ ଉପଦୃତ ଅଞ୍ଚଳରେ ଲଗା ଯିବା ସମେତ ଲୋକଙ୍କୁ ରାତିରେ ବାହାରକୁ ନ ବାହାରିବା ଓ ସତର୍କ ରହିବା ପାଇଁ ସଚେତନ କରାଯାଉଛି ବୋଲି କହିଛନ୍ତି ।
ଫୁଲବାଣୀ ରିପୋର୍ଟ ଶିବ ପ୍ରସାଦ ନାୟକ


admin 
