ହାଟରୁ ଫେରୁଥିବା ବେଳେ ଦୁର୍ଘଟଣାରେ ପ୍ରାୟ ହରାଇଲେ ୬୮ ବର୍ଷୀୟ ବୃଦ୍ଧା
ମାଥିଲି ୦୯/୦୪(ଶିବପ୍ରସାଦ ପରିଛା ବିଶେଷ ଖବର ) : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସୀମାବର୍ତ୍ତୀ ଛତିଶଗଡ ର ବିର୍ଲା ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ପଡିଆ ଗ୍ରାମର ଜଣେ ୬୮ ବର୍ଷିୟ ବୃଦ୍ଧା ପ୍ରାଣ ହରାଇଥିବା ଜଣାପଡିଛି। ଦୁର୍ଘଟଣା ପରେ ବୃଦ୍ଧା ଜଣଙ୍କୁ ଛତ୍ତିଶଗଡ଼ର ଦୋରନାପାଲ ଠାରେ ଚିକିତ୍ସା କରାଯାଉଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇବା ପରେ ଆଇନଗତ ପ୍ରକ୍ରିୟା ଶେଷ କରାଯାଇ ପଡିଆ ଅଣାଯାଇଥିବା ଜଣାପଡ଼ିଛି। ସୁଚନା ଅନୁଯାୟୀ ପଡିଆ ଗ୍ରାମର ପନ୍ଦି ଲାଛମାୟା ନାମକ ଜଣେ ବୃଦ୍ଧା କୋଣ୍ଟା ସପ୍ତାହିକି ହାଟକୁ ଯାଇ ଖେଜା( ବୁଲି ବୁଲି ବ୍ୟବସାୟ କରିବା) କରି ଫେରୁଥିବା ବେଳେ ବିର୍ଲା ନିକଟରେ ଥିବା ମୋଡ଼ରେ ବାମ ପାର୍ଶ୍ଵରୁ ଦ୍ରୁତ ଗତିରେ ଜଣେ ଯବାନ ମୋଟର ସାଇକଲରେ ଆସି ଅଟୋ ସହ ଧକ୍କା ଦେଇଥିଲା।
ଏହି ସମୟରେ ବାମ ପାର୍ଶ୍ଵରେ ବସିଥିବା ପନ୍ଦି ଲାଛମାମା ଗୁରୁତର ଭାବେ ଆଘାତ ପାଇ ରକ୍ତାକ୍ତ ହୋଇ ପଡିଥିଲେ । ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଦୋରନାପାଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଆଣି ଚିକିତ୍ସା କରାଇଥିଲେ। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ପନ୍ଦି ଲାଛମାମାଙ୍କ ମୃତ୍ଯ ହୋଇଥିଲା । ଅନ୍ୟପଟେ ପନ୍ଦି ଲାଛମାମା ଙ୍କ ଏଭଳି ମୃତ୍ୟୁକୁ ନେଇ ପଡିଆ ଅଞ୍ଛଳରେ ଶୋକର ଛାୟା ଖେଳି ଯାଇଥିବା ଦେଖିବାକୁ ମିଳିଛି।


admin 
