ଅବସର ପରେ ବି ଗୁରୁଦିବସରେ ଗୌରବ: ଜିନିବାସ ସମରଥ ଙ୍କୁ ଜିଲ୍ଲାସ୍ତରୀୟ ‘ଶ୍ରେଷ୍ଠ ଶିକ୍ଷକ’ ସମ୍ମାନ
ମାଥିଲି ୫/୯: ଶିକ୍ଷକତାରୁ ଅବସର ନେଇସାରିଥିଲେ ମଧ୍ୟ ଶିକ୍ଷା କ୍ଷେତ୍ରରେ ତାଙ୍କର ଦୀର୍ଘଦିନର ନିଷ୍ଠା, ସମର୍ପଣ ଓ ଅବଦାନର ସ୍ୱୀକୃତି ମିଳିଛି। ପବିତ୍ର ଗୁରୁଦିବସ ଅବସରରେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ଜିନିବାସ ସମରଥ ଙ୍କୁ ଜିଲ୍ଲାସ୍ତରରେ ‘ଶ୍ରେଷ୍ଠ ଶିକ୍ଷକ’ ସମ୍ମାନ ପ୍ରଦାନ କରାଯାଇଛି।
ଦୀର୍ଘ ଶିକ୍ଷକତା ଜୀବନରେ ଶ୍ରୀ ସମରଥ ଶିକ୍ଷାଦାନକୁ କେବଳ ଚାକିରି ଭାବେ ନୁହେଁ, ଏକ ପବିତ୍ର ସାମାଜିକ ଦାୟିତ୍ୱ ଭାବେ ଗ୍ରହଣ କରିଥିଲେ। ଛାତ୍ରଛାତ୍ରୀଙ୍କ ଶିକ୍ଷା ସହିତ ସେମାନଙ୍କ ଚରିତ୍ର ଗଠନ, ଶୃଙ୍ଖଳା ଓ ନୈତିକ ମୂଲ୍ୟବୋଧ ବିକାଶ ପ୍ରତି ସେ ସର୍ବଦା ଯତ୍ନଶୀଳ ଥିଲେ।
ତାଙ୍କର ସରଳତା, ଭଦ୍ର ବ୍ୟବହାର, ନୈତିକତା, କର୍ତ୍ତବ୍ୟନିଷ୍ଠା ଓ ସହକର୍ମୀମାନଙ୍କ ସହ ସୁସମ୍ପର୍କ ତାଙ୍କୁ ଜଣେ ଆଦର୍ଶ ଓ ଲୋକପ୍ରିୟ ଶିକ୍ଷକ ଭାବେ ପରିଚିତ କରିଥିଲା। ଚାକିରିରୁ ଅବସର ନେଇଥିଲେ ମଧ୍ୟ ତାଙ୍କର ସେବା ଓ ମାନବିକ ମୂଲ୍ୟବୋଧର ସ୍ମୃତି ଆଜି ମଧ୍ୟ ଶିକ୍ଷକ ମହଲରେ ଜୀବନ୍ତ ରହିଛି।
ଅବସର ପରେ ଗୁରୁଦିବସ ଭଳି ଏକ ପବିତ୍ର ଦିନରେ ଜିଲ୍ଲାସ୍ତରୀୟ ‘ଶ୍ରେଷ୍ଠ ଶିକ୍ଷକ’ ସମ୍ମାନ ପାଇବା ଶ୍ରୀ ସମରଥ ଙ୍କ ଶିକ୍ଷକ ଜୀବନର ଗୌରବକୁ ଆହୁରି ଉଜ୍ଜ୍ୱଳ କରିଛି। ଏହି ସମ୍ମାନ ତାଙ୍କର ଦୀର୍ଘ ଶିକ୍ଷକତା ଜୀବନର ନିଷ୍ଠା ଓ ଅବଦାନ ପ୍ରତି ଏକ ସମ୍ମାନଜନକ ସ୍ୱୀକୃତି ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଛି।
ଏହି ଗୌରବମୟ ସଫଳତା ପାଇଁ ଶିକ୍ଷକ ମହଲ, ପୂର୍ବତନ ସହକର୍ମୀ, ଛାତ୍ରଛାତ୍ରୀ ଓ ଶୁଭେଚ୍ଛୁମାନେ ଶ୍ରୀ ଜିନିବାସ ସମରଥ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
(ମାଥିଲି ରୁ ପ୍ପେଶାଲ ରିପଟର ଶିବପ୍ରସାଦ ପରିଛା ବିଶେଷ ଖବର)


admin 
