ଜଗନ୍ନାଥ ସଂସ୍କୃତି ଓ ଓଡ଼ିଆ ଅସ୍ମିତାର ପ୍ରଚାର ପାଇଁ ଅଭିନବ ପ୍ରୟାସ.

ଜଗନ୍ନାଥ ସଂସ୍କୃତି ଓ ଓଡ଼ିଆ ଅସ୍ମିତାର ପ୍ରଚାର ପାଇଁ ଅଭିନବ ପ୍ରୟାସ.

ଜଗନ୍ନାଥ ସଂସ୍କୃତି ଓ ଓଡ଼ିଆ ଅସ୍ମିତାର ପ୍ରଚାର ପାଇଁ ଅଭିନବ ପ୍ରୟାସ ହାଇଦ୍ରାବାଦ ବୋଲ୍ଲାରାମ ଶ୍ରୀଜଗନ୍ନାଥ ମନ୍ଦିରରେ ‘ଭକ୍ତ ଓ ଭଗବାନ - ଭାଗ ୨’ ପୁସ୍ତକ ଲୋକାର୍ପିତ ଭୁବନେଶ୍ୱର ହାଇଦ୍ରାବାଦର ବୋଲ୍ଲାରାମସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଏକ ଭକ୍ତିମୟ ପରିବେଶରେ ‘ଭକ୍ତ ଓ ଭଗବାନ - ଭାଗ ୨’ ପୁସ୍ତକର ଶୁଭ ଲୋକାର୍ପଣ ଅନୁଷ୍ଠିତ ହୋଇଯାଇଛି। ପଣ୍ଡିତ କାଶୀନାଥ ମିଶ୍ରଙ୍କ ଦ୍ୱାରା ଆୟୋଜିତ ତିନି ଦିନିଆ ଜଗନ୍ନାଥ ସତସଙ୍ଗ ଅବସରରେ ଏହି ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ​ମନ୍ଦିର ସଭାପତି ଡ. ବି. ଭୀ ପୁରୋହିତ, ସମ୍ପାଦକ ରବୀନ୍ଦ୍ର ନାଥ ଗିରି ଏବଂ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନର ସଭାପତି ଡ଼. ନାରାୟଣ ମହାପାତ୍ରଙ୍କ ପ୍ରତ୍ୟକ୍ଷ ସଂଯୋଜନାରେ ଅନୁଷ୍ଠିତ । ଏହି ଉତ୍ସବରେ ବିଶିଷ୍ଟ ଅତିଥି ପ୍ରଦ୍ୟୁମ୍ନ ମହାନ୍ତି, ଶରତ ସାହୁ, ଦୁଷ୍ମନ୍ତ ସାହୁ, ସାଗର ନାୟକ, ମୁରଲୀ ଧର ମଲ୍ଲିକ, ନରୋତ୍ତମ ବିଶୋଇ ଓ ଅଶୋକ ସାହୁ ପ୍ରମୁଖଙ୍କ କରକମଳରେ ପୁସ୍ତକଟି ଉନ୍ମୋଚିତ ହୋଇଥିଲା। ଏହି ଗରିମାମୟ ମୁହୂର୍ତ୍ତରେ ଜଗନ୍ନାଥ ସଂସ୍କୃତି ଅନୁଷ୍ଠାନ ପକ୍ଷରୁ ସୁରେଶ କୁମାର ମିଶ୍ର, ତ୍ରିଲୋଚନ ନାୟକ, ବିଜୟ ମୋହନ ପଣ୍ଡା, ଭାରତୀ ଭୂଷଣ ପଟ୍ଟନାୟକ, ଅକ୍ଷୟ ସାହୁ ଏବଂ ଶ୍ରୀନିବାସ ରାଓ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ​ଜଗନ୍ନାଥ ସଂସ୍କୃତି ଓ ଓଡ଼ିଆ ଅସ୍ମିତାର ପ୍ରଚାର ପାଇଁ ଅଭିନବ ପ୍ରୟାସ । ​ଶ୍ରୀ ଜଗନ୍ନାଥ ସଂସ୍କୃତିର ସୁରକ୍ଷା ଏବଂ ବିଶ୍ୱ ଦରବାରରେ ଓଡ଼ିଆ ଅସ୍ମିତାର ପ୍ରତିଷ୍ଠା କରିବା ହିଁ ‘ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ, ଇଣ୍ଡିଆ’ର ମୂଳ ଲକ୍ଷ୍ୟ।