ଛତୁ ସଂଗ୍ରହ ବେଳେ ନକ୍ସଲମାନଙ୍କ ଦ୍ୱାରା ଲଗାଯାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣରେ ତିନି ଆହତ ।

ଛତୁ ସଂଗ୍ରହ ବେଳେ ନକ୍ସଲମାନଙ୍କ ଦ୍ୱାରା ଲଗାଯାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣରେ ତିନି ଆହତ ।
ମାଲକାନଗିରି,ଛତିଶଗଡ଼:୧୪/୦୭ ଛତିଶଗଡ଼ ଉସୁର ଥାନା ଧନଗୋଲ ଗାଁରେ ଅଘଟଣ ଜଙ୍ଗଲରୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୩ ଗୁରୁତର ଆହତ।ତେବେ ସୂଚନା ମୁତାବକ ଗ୍ରାମବାସୀମାନେ ବନ୍ୟଜାତ ଦ୍ରବ୍ୟ ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିଲେ,ସେତେବେଳେ ନକ୍ସଲମାନଙ୍କ ଦ୍ୱାରା ଲଗାଯାଇଥିବା ଆଇଇଡି ସ୍ପର୍ଶରେ ଆସି ବିସ୍ଫୋରଣର ଶିକାର ହୋଇଥିଲେ।ଆହତ ଗ୍ରାମବାସୀଙ୍କ ମଧ୍ୟରେ କୋରସେ ସନ୍ତୋଷ (ବୟସ ୨୪ ବର୍ଷ) ପିତା ଲକ୍ଷ୍ମୈୟା ଚିନ୍ଦେମ୍ କନହୈୟା (ବୟସ ୨୬ ବର୍ଷ) ପିତା କିସ୍ତାୟ ଓ କୁଡେମ୍ କବିତା (ବୟସ ୧୭ ବର୍ଷ) ପିତା ନାଗୈୟା ବୋଲି ଜନାପଡ଼ିଥିବାବେଲେ
ଆହତମାନଙ୍କୁ ତୁରନ୍ତ ବିଜାପୁର ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।ତେବେ ନକ୍ସଲବାଦୀଙ୍କ ଏପରି ଜଙ୍ଗଲରେ ଆଇଇଡି ଖଞ୍ଜି ରଖିଥିବା ଯୋଗୁ ବର୍ତ୍ତମାନ ଜଙ୍ଗଲକୁ ଯିବାକୁ ଡରୁଛନ୍ତି ଲୋକେ ପ୍ରଶାସନ ତରଫରୁ ଜଙ୍ଗଲକୁ ଯିବାକୁ ହେଲେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି ।
ମାଲକାନଗିରି ରୁ ଶିବପ୍ରସାଦ ପରିଛା ବିଶେଷ ଖବର