ଜିଲ୍ଲା ବିଜେପି ସଭାପତିଙ୍କ ରେଳ ଟନେଲ ପରିଦର୍ଶନ, ରେଳ ଅଧିକାରୀ ଓ ଠିକା ସଂସ୍ଥା ସହିତ ଆଲୋଚନା .

ଜିଲ୍ଲା ବିଜେପି ସଭାପତିଙ୍କ ରେଳ ଟନେଲ ପରିଦର୍ଶନ, ରେଳ ଅଧିକାରୀ ଓ ଠିକା ସଂସ୍ଥା ସହିତ ଆଲୋଚନା .
ବୌଦ୍ଧ: ଖୋର୍ଦ୍ଧା ବଲାଙ୍ଗୀର ରେଳପଥର ଟନେଲ ରେ ଘଟିଥିବା ଘଟଣା ସ୍ଥଳ ବିଜେପିର ଏକ ପ୍ରତନିଧି ମଣ୍ଡଳୀ ପରିଦର୍ଶନ କରିଥିଲେ l ହାଲୁକା ମାଟି ଓ ବର୍ଷା ଯୋଗୁଁ ମାଟି ଅତଡ଼ା ଖସିଥିବା ଫଳରେ ଏକ ଗର୍ତ୍ତ ସୃଷ୍ଟି ହୋଇଛି l ଉକ୍ତ ଘଟଣାରେ କୌଣସି ଜୀବନ ଆହତ ହୋଇ ନ ଥିବା ବା ମେସିନାରି କ୍ଷତି ହୋଇନ ଥିବା ସଭାପତି ପ୍ରେମାନନ୍ଦ ମିଶ୍ର ହୃଦ୍ ବୋଧ କରି ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ l ରେଳ ବିଭାଗ ଅଧିକାରୀ ଓ ଠିକାଦାର ସଂସ୍ଥାର ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ l ଘଟଣା ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ l ଘଟିଥିବା ସାମାନ୍ୟ ଘଟଣାର ଖୁବ୍ ଶୀଘ୍ର ସମାଧାନ କରି କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ବୋଲି ପ୍ରକାଶ କରିଥିଲେ l ସଭାପତି ଶ୍ରୀ ମିଶ୍ର ଘଟଣା କୁ ହାଲୁକା ଭାବେ ନ ନେଇ ନିର୍ମାଣ କାର୍ଯ୍ୟ ଠିକ୍ ଭାବେ କରିବାକୁ ନିର୍ଦ୍ଦେଶ ଦେଇଥିଲେ ନ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମତ ପ୍ରକାଶ କରିଥିଲେ l ପ୍ରତିନିଧି ମଣ୍ଡଳୀରେ ପୂର୍ବତନ ସଭାପତି ବିପ୍ର ଚରଣ ମହାନ୍ତି, ଉପ ସଭାପତି ଶ୍ୟାମସୁନ୍ଦର ପୁରୋହିତ, ସମ୍ପାଦକ ତାପସ ପଟ୍ଟନାୟକ, ନଗର ମଣ୍ଡଳ ସଭାପତି ରାଜକୁମାର ମେହେର ପ୍ରମୁଖ ପ୍ରତିନିଧି ମଣ୍ଡଳୀରେ ଯାଇଥିଲେ l