ଜଳ ପରିଚାଳନା ପାଇଁ ବୌଦ୍ଧରେ ବିଶ୍ଵ ଜଳ ଦିବସ ପାଳିତ .

ଜଳ ପରିଚାଳନା ପାଇଁ ବୌଦ୍ଧରେ ବିଶ୍ଵ ଜଳ ଦିବସ ପାଳିତ .
ବୌଦ୍ଧ ସମଗ୍ର ବିଶ୍ଵରେ ଜଳ ସଚେତନତା ଆବଶ୍ୟକ ଅନୁଯାୟୀ ଜିଲ୍ଲା ପ୍ରଶାସନ ଓ ଜଳସେଚନ ବିଭାଗ ପକ୍ଷରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି l ୭୧ ଭାଗ ଜଳ ଥିବା ସତ୍ତ୍ବେ ଆମେ ଆବଶ୍ୟକ ପଡ଼ୁଥିବା ଏକ ଭାଗ ସ୍ୱଚ୍ଛ ଜଳରୁ ବଞ୍ଚିତ l ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ସିଡିଓ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଉପ ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ, ସିଡ଼ିଭିଓ, ଉଦ୍ୟାନ ବିଭାଗ ଅଧିକାରୀ, କ୍ଷୁଦ୍ର ଜଳସେଚନ ଯନ୍ତ୍ରୀ, ବୌଦ୍ଧ ବିଡିଓ ଯୁଧିଷ୍ଠିର ମେହେର ଯୋଗଦାନ କରି ଜଳ ସଞ୍ଚୟ ପରିଚାଳନାର ବିଭିନ୍ନ ଉତ୍ସ ସମ୍ପର୍କରେ ଆଲୋଚନା କରିଥଲେ l ଜଳସେଚନ ନିର୍ବାହୀ ଯନ୍ତ୍ରୀ ସ୍ବାଗତ କରିଥିବା ବେଳେ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ମଞ୍ଚ ପରିଚାଳନା କରିଥିଲେ l ପାଲା ମାଧ୍ୟମରେ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଥିଲା l ଉଦ୍ୟୋଗୀ ଚାଷୀମାନଙ୍କୁ ପୁରସ୍କୃତ ପ୍ରଦାନ କରଯାଇଥିଲା l