LPG ନେଇ ଭୟଭୀତ ନ ହୋଇ ସଚେତନ ରହିବା: ଜିଲ୍ଲାପାଳ
*ଜଗତସିଂହପୁର: ଜିଲ୍ଲାପାଳ ଜେ ସୋନାଲଙ୍କ ଅଧ୍ୟକ୍ଷତାରେ ତୈଳ ଓ ରନ୍ଧନ ଗ୍ୟାସର ଆବଶ୍ୟକୀୟ ଗଚ୍ଛିତର ନିଶ୍ଚିତତାକୁ ନେଇ ଏକ ଜରୁରକାଳୀନ ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ବୈଠକରେ କହିଥିଲେ ଯେ ବର୍ତ୍ତମାନ ସମୟ ଏକ ଗୁରୁତ୍ବପୂର୍ଣ୍ଣ ସମୟ ଆମେ ଭୟଭୀତ ନ ହୋଇ ସଚେତନ ରହିବା।
ଓଡ଼ିଶାରେ ଆସନ୍ତା ୧୫/୨୦ଦିନ ଯାଏଁ ରନ୍ଧନ ଗ୍ୟାସର ଅଭାବ ରହିବ ନାହିଁ। ବର୍ତ୍ତମାନ ଓଡିଶାରେ ଆବଶ୍ୟକ ପରିମାଣର ରନ୍ଧନ ଗ୍ୟାସ ଗଚ୍ଛିତ ରହିଛି। ରନ୍ଧନ ଗ୍ୟାସ ଅଭାବକୁ ନେଇ ଗୁଜବରେ ଭୟଭୀତ ନ ହେବା ପାଇଁ ସାଧାରଣ ଜନତାଙ୍କୁ ସଚେତନ କରାଇବା ପାଇଁ କହିଥିଲେ।*


admin 
