ଜିଲ୍ଲାପାଳ ଓ ବୌଦ୍ଧ ବିଧାୟକଙ୍କ ପ୍ରତିଶ୍ରୁତି ପରେ ଅନଶନ ରୁ ଉଠିଲେ ପ୍ରମୋଦ.

ଜିଲ୍ଲାପାଳ ଓ ବୌଦ୍ଧ ବିଧାୟକଙ୍କ ପ୍ରତିଶ୍ରୁତି ପରେ ଅନଶନ ରୁ ଉଠିଲେ ପ୍ରମୋଦ.

ଆମରଣ ଅନଶନରୁ ଉଠିଲେ ପ୍ରମୋଦ ପ୍ରଧାନ *ଜିଲ୍ଲାପାଳ ଓ ବୌଦ୍ଧ ବିଧାୟକଙ୍କ ପ୍ରତିଶ୍ରୁତି ପରେ ଅନଶନ ରୁ ଉଠିଲେ ପ୍ରମୋଦ* ବୌଦ୍ଧ:୦୮/୬(ରବିନ୍ଦ୍ର ପଟ୍ଟନାୟକ) ,ଗତ ଜୁନ୍ ୬ ତାରିଖରୁ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖର ଫାଟକ ସମ୍ମୁଖରେ ଆମରଣ ଅନଶନରେ ବସିଥିବା ପ୍ରମୋଦ କୁମାର ପ୍ରଧାନ ତାଙ୍କର ଅନଶନ ରୁ ଉଠିଛନ୍ତି l ବୌଦ୍ଧ ଜିଲ୍ଲାପାଳ ଶ୍ରୀ ବିଭୂତି ଭୂଷଣ ନାଏକ ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅନିରୁଦ୍ଧ ପ୍ରଧାନ ଙ୍କ ପ୍ରତିଶ୍ରୁତି ପରେ ଅନଶନ ଭାଙ୍ଗିଛନ୍ତି ପ୍ରମୋଦ କୁମାର ପ୍ରଧାନ l ଜୁନ୍ ମାସର ଝାଞ୍ଜି ପବନ ଓ ୪୫ ଡ଼ିଗ୍ରୀ ରୁ ଅଧିକ ତାତିରେ ପରିବାରକୁ ତୁରନ୍ତ ନ୍ୟାୟ ପ୍ରଦାନ ଦାବୀ କରି ସେ ବସିଥିଲେ ଆମରଣ ଅନଶନରେ l ଜମିଜମା ସଂକ୍ରାନ୍ତ ମାମଲାରେ ବୌଦ୍ଧ ଉପ ଜିଲ୍ଲାପାଳଙ୍କ ବେଆଇନ ତଥା ଏକତରଫା ଆଦେଶକୁ ବିରୋଧ କରି ଅନଶନରେ ବସିଥିଲେ ଶ୍ରୀ ପ୍ରଧାନ l ବୌଦ୍ଧ ସହର ଉପକଣ୍ଠ ଟୁଟୁଶିଙ୍ଗା ଗ୍ରାମ ନିବାସୀ ଶ୍ରୀ ପ୍ରଧାନ ତାଙ୍କ ମାମଲା ଅଦାଲତରେ ବିଚାରାଧୀନ ରହିଥିବା ବେଳେ ଉପଜିଲ୍ଲାପାଳ ତାଙ୍କୁ ପୋଲିସ ମାଧ୍ୟମରେ ଦୀର୍ଘ ଦିନ ଧରି ଦଖଲୀକୃତ ଜମିରୁ ବେଦଖଲ କରି ଦେୱାନୀ ମୋକଦ୍ଦମାର ଅନ୍ଯ ପକ୍ଷଙ୍କୁ ଦଖଲ ମଡ଼ାଇ ଦେବାର ଅଭିଯୋଗ ଓ ଜାଣିଶୁଣି ସମ୍ପୃକ୍ତ ମାମଲାର ଶୁଣାଣିରେ ବିଳମ୍ବ କରୁଥିବା ଅଭିଯୋଗ କରି ତାଙ୍କୁ ଓ ତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ଏହି ଦୀର୍ଘ ତିନ ଦିନ ଧରି ଅନଶନ ଜାରି ରଖିଥିଲେ l ତେବେ ଜିଲ୍ଲପାଳ,ଅତିରିକ୍ତ ଜିଲ୍ଲାପାଳ ଆଗାମୀ ଜୁନ୍ ୧୨ ତାରିଖ ଦିନ ତାଙ୍କ ମାମଲାର ଶୁଣାଣି କରାଯିବ ବୋଲି ପ୍ରତିଶ୍ରୁତି ପ୍ରଦାନ ପରେ ଵିଶେଷ କରି ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ଶ୍ରୀ ସରୋଜ କୁମାର ପ୍ରଧାନ ତାଙ୍କୁ ଫୋନ କରି ନ୍ୟାୟ ବିଚାର ପାଇଁ ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଥିବାରୁ ସେ ନିଜର ଅନଶନ ରୁ ଓହରି ଯାଇଥିବା ପ୍ରମୋଦ୍ ପ୍ରକାଶ କରିଥିଲେ l ବରିଷ୍ଠ ନେତା ଅମରେଶ ମିଶ୍ର ଓ ତାଙ୍କ ସମ୍ପର୍କୀୟ ତାଙ୍କୁ ପଇଡ଼ ପିଆଇ ଅନଶନରୁ ଉଠାଇଥିବା ଦେଖିବାକୁ ମିଳିଥିଲା l