admin1 Jun 9, 2026 59
admin1 Jun 9, 2026 12
admin1 Jun 9, 2026 14
admin1 Jun 9, 2026 3
admin1 Jun 9, 2026 4
admin1 Jun 9, 2026 27
admin May 29, 2026 5
admin May 29, 2026 84
admin May 28, 2026 3
admin May 28, 2026 2
admin1 Jun 9, 2026 101
admin1 Jun 7, 2026 2
admin1 Jun 7, 2026 45
admin May 24, 2026 9
admin May 21, 2026 2
admin May 29, 2026 2
admin Apr 17, 2026 53
admin Apr 14, 2026 23
admin Apr 12, 2026 18
admin May 16, 2026 11
admin May 15, 2026 7
admin May 14, 2026 9
admin May 14, 2026 13
admin May 9, 2026 8
admin May 29, 2026 58
admin May 27, 2026 2
admin May 17, 2026 12
admin May 15, 2026 177
admin May 14, 2026 49
admin May 22, 2026 4
admin May 21, 2026 6
Join our subscribers list to get the latest news, updates and special offers directly in your inbox
ଦେଶ ଖବର
କେନ୍ଦ୍ରାପଡ଼ାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର : ୧୦୧ ଅଭିଯୋଗ ଗ୍ରହଣ, ୧୦ ମାମଲାର ତୁରନ୍ତ ସମାଧାନ... ============= କେନ୍ଦ୍ରାପଡ଼ା,ତା. ୦୮.୦୬.୨୦୨୬: ଜନସାଧାରଣଙ୍କ ସମସ୍ୟାର ତ୍ୱରିତ ସମାଧାନ ଓ ପ୍ରଶାସନିକ ସେବାକୁ ଲୋକଙ୍କ ପାଖକୁ ପହଞ୍ଚାଇବା ଉଦ୍ଦେଶ୍ୟରେ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଶ୍ରୀ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଅଭିଯୋଗକାରୀମାନେ ସେମାନଙ୍କର ବ୍ୟକ୍ତିଗତ ଓ ସାମୂହିକ ସମସ୍ୟା ଉପସ୍ଥାପନ କରିଥିଲେ। ଶିବିରରେ ମୋଟ ୧୦୧ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୮୫ଟି ବ୍ୟକ୍ତିଗତ ଓ ୧୬ଟି ସାମୂହିକ ଅଭିଯୋଗ ଥିଲା। ଗ୍ରହଣ କରାଯାଇଥିବା ଅଭିଯୋଗଗୁଡ଼ିକ ମଧ୍ୟରେ ପାନୀୟ ଜଳ ଯୋଗାଣ, ଶିକ୍ଷା, ସ୍ୱାସ୍ଥ୍ୟସେବା, କୃଷି, ବିଦ୍ୟୁତ ସେବା, ଜଳସେଚନ, ବ୍ୟାଙ୍କିଙ୍ଗ ସେବା, ରାସ୍ତାଘାଟ, ରାଜସ୍ୱ ଏବଂ ବିଭିନ୍ନ ସରକାରୀ କଲ୍ୟାଣମୂଳକ ଯୋଜନା ସମ୍ପର୍କିତ ସମସ୍ୟା ପ୍ରମୁଖ ଥିଲା। ଗ୍ରହଣ କରାଯାଇଥିବା ଅଭିଯୋଗ ମଧ୍ୟରୁ ୧୦ଟି ମାମଲାର ତୁରନ୍ତ ସମାଧାନ କରାଯାଇଥିବା ବେଳେ ୭ ଜଣ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF)ରୁ ମୋଟ ୩୨ ହଜାର ଟଙ୍କାର ଆର୍ଥିକ ସହାୟତା ମଞ୍ଜୁର କରାଯାଇଥିଲା। ଶିବିରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କାଟାରିଆ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଜ୍ୟୋତିରଞ୍ଜନ ଗୌଡ଼, କେନ୍ଦ୍ରାପଡ଼ା ବିଡିଓ ଅଭିଷେକ ସ୍ୱାଇଁ, ତହସିଲଦାର କୁଇନି ଜେନା, ଡେପୁଟି କଲେକ୍ଟର ସରୋଜ କୁମାର ବେହେରାଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ଶୁଣିଥିଲେ। ଜିଲ୍ଲାପାଳ ଶ୍ରୀ ଆୟର ଅଭିଯୋଗଗୁଡ଼ିକର ଗୁରୁତ୍ୱ ଅନୁଧ୍ୟାନ କରି ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶୀଘ୍ର, ସ୍ୱଚ୍ଛ ଓ ପ୍ରଭାବୀ ସମାଧାନ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରକାଶ ଥାଉକି, ଆସନ୍ତା ୨୨ ଜୁନ ୨୦୨୬ ତାରିଖରେ ପଟ୍ଟାମୁଣ୍ଡାଇ ବ୍ଲକ କାର୍ଯ୍ୟାଳୟ ଏବଂ ୨୯ ଜୁନ ୨୦୨୬ ତାରିଖରେ ରାଜକନିକା ବ୍ଲକ କାର୍ଯ୍ୟାଳୟଠାରେ ପୂର୍ବାହ୍ନ ୧୦.୩୦ ରୁ ଦିନ ୧.୦୦ ଘଟିକା ପର୍ଯ୍ୟନ୍ତ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ। ଜନସାଧାରଣଙ୍କୁ ଏହି ଶିବିରର ସୁଯୋଗ ନେଇ ସେମାନଙ୍କ ସମସ୍ୟା ଉପସ୍ଥାପନ କରିବା ପାଇଁ ଅନୁରୋଧ କରାଯାଇଛି। ସଞ୍ଜୟ କୁମାର ପଣ୍ଡା ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା
Previous Article
Next Article
admin1
admin Apr 23, 2026 11
admin Apr 29, 2026 6
admin Mar 24, 2026 21
admin Mar 29, 2026 9
admin Apr 12, 2026 11
admin May 11, 2026 20
admin May 11, 2026 765
admin May 10, 2026 410
admin May 13, 2026 350
admin May 13, 2026 330
admin May 13, 2026 244
ବିଜେଡି
ବିଜେପି
କଂଗ୍ରେସ
Vote View Results
Total Vote: 27
View Options