ଦିବ୍ୟ ଦର୍ଶନ ସଂଘର ଅଷ୍ଟାବିଂଶ ସାଧନା ଶିବିରର ଶୁଭ ଉଦ୍ଘାଟନ ।
*ଗୁଣପୁର, ୨୬/୯:* ସଦଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କ ପ୍ରତିଷ୍ଠିତ ଦିବ୍ୟ ଦର୍ଶନ ସଂଘ ଆନୁକୂଲ୍ୟରେ ସଂଘର ସେଣ୍ଟ୍ରାଲ କମିଟିଙ୍କ ଦ୍ଵାରା ରାମନାଗୁଡା ବ୍ଳକ୍ ଅନ୍ତର୍ଗତ ଅନ୍ତରଝୋଲି (ଗୁମୁଡା)ଦିବ୍ୟ ଦର୍ଶନ ଜ୍ଞାନ ମନ୍ଦିର ପରିସରରେ ଆଜି ତା-୨୬ ଶନିବାର ଠାରୁ ୨୮ ତାରିଖ ସୋମବାର ଯାଏଁ ତିନି ଦିନିଆ ସାଧନା ଶିବିର ଆଜି ଶୁଭାରମ୍ଭ ହୋଇଅଛି।
ଦିବ୍ୟ ଦର୍ଶନ ସଂଘ ସେଣ୍ଟ୍ରାଲ ର ସଭାପତି, ଉପସଭାପତି, ସଂପାଦକ ତଥା ଅନ୍ୟାନ୍ୟ ସମସ୍ତ ସେଣ୍ଟ୍ରାଲ ସଦସ୍ୟଙ୍କ ଉପସ୍ଥିତିରେ ସଭାପତିଙ୍କ ଦ୍ୱାରା ଜ୍ଞାନ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ଶୁଭାରମ୍ଭ କରାଗଲା । ପରେ ॐକାର ଧ୍ୱନି , ଗୁରୁବନ୍ଦନା ଓ ପ୍ରାରମ୍ଭିକ ପ୍ରାର୍ଥନା ଗାନ କରି ଆରମ୍ଭ କରାଗଲା । ଶିବିର ପ୍ରାରମ୍ଭରେ ସଭାପତି ପୂଜ୍ୟଶ୍ରୀ ରବୀନ୍ଦ୍ରନାଥ ମହାନ୍ତି, ଉପସଭାପତି ପୂଜ୍ୟଶ୍ରୀ ବିଶ୍ୱନାଥ ପ୍ରଧାନ, ସମ୍ପାଦକ ପୂଜ୍ୟଶ୍ରୀ କେଶବ ସେଠୀ, କେନ୍ଦ୍ରୀୟ କମିଟିର ବରିଷ୍ଠ ସଦସ୍ୟ ପୂଜ୍ୟ ଶ୍ରୀ ସୁନାରାମ ମାଝୀ, ସହଦେବ ମଲ୍ଲିକ, ପ୍ରଭାକର ପ୍ରଧାନ, ରମେଶ ଚନ୍ଦ୍ର ଛୁଆଳସିଂ, ହେମନ୍ତ କୁମାର ସାହୁ, ଏବଂ ଶ୍ରୀ ରାମକୃଷ୍ଣ ହୋତା ତଥା ଏମ୍. ନାଗମଣୀ, ମିନତି ରାଉତ ଓ ବାସିନୀ ଭୂଜଙ୍ଗ ଭାଇ ଯୋଗଦାନ କରିଥିଲେ । ସମ୍ପାଦକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ, ସଭାପତି ସ୍ୱାଗତ ଅଭିଭାଷଣ ପ୍ରଦାନ କରି ସଦଗୁରୁଦେବ ଆମମାନଙ୍କୁ ମଣିଷ କରି ସ୍ୱରୂପ ଦର୍ଶନ କରାଇବାକୁ ନର ରୂପରେ ଆସିଥିଲେ ବୋଲି ପ୍ରକାଶ କରିଥିଲେ । ପରେ ଉପ ସଭାପତି ଶ୍ରୀ ବିଶ୍ୱନାଥ ପ୍ରଧାନ ସଦଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କ ଜୀବନ ଓ ଦର୍ଶନ ଉପରେ ଆଲୋକପାତ କରିଥିଲେ।
ସେ କହିଥିଲେ, ସଦଗୁରୁ ନିତ୍ୟ ସତ୍ୟ ଲୋକରୁ ଜ୍ଞାନ ରୂପକ ଅମୃତ ଧରି ମର୍ତ୍ତ୍ୟ ଧାମରେ ଅବତୀର୍ଣ୍ଣ ହୋଇଛନ୍ତି। ଦିବ୍ୟ ଦର୍ଶନର ମୂଳ ଲକ୍ଷ୍ୟ ହେଉଛି ଆତ୍ମଜ୍ଞାନ ଶିକ୍ଷା କରି ଶହ ଶହ ବ୍ୟାସ ସୃଷ୍ଟି କରି ସମାଜରେ ଦିବ୍ୟ ଜ୍ଞାନର ପ୍ରଚାର ଓ ପ୍ରସାର କରି ଶାନ୍ତି, ପ୍ରେମ ଭାବ ସହ ସତ୍ୟଯୁଗ ପ୍ରତିଷ୍ଠା ପାଇଁ ଚେଷ୍ଟା କରିବା।
ଏହି ତିନି ଦିନିଆ କାର୍ଯ୍ୟକ୍ରମରେ - ପରିବର୍ତ୍ତନ ତତ୍ତ୍ୱ, ସନାତନ ଧର୍ମ, ପ୍ରଥମ ସ୍ୱତନ୍ତ୍ର କ୍ଲାସ, ସତ୍ୟଂ ଶରଣଂ ଗଚ୍ଛାମି, ଦିବ୍ୟ ଦର୍ଶନର ସାଧନା ମାର୍ଗ, ଦୈବୀ ଗୁଣର ମହାନତା, ଦୁଃଖ ନିବୃତ୍ତି ଉପାୟ, ଭଗବାନଙ୍କ ପରିଚୟ ଓ ଅବଦାନ ଏବଂ ପବିତ୍ର ଗୁରୁତୀର୍ଥ ଗୁଡ଼ିଆବନ୍ଧ ପରିଭ୍ରମଣ ଅନ୍ତର୍ଭୁକ୍ତ ରହିଛି।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ଆଜି ୫୦୦ ଜଣ ଗୁରୁ ସାଧକ ଓ ସାଧିକା ଯୋଗ ଦେଇଥିଲେ। ମୋଟ ଛଅଶହ ସାଧକ ସାଧିକାଙ୍କ କେମନ୍ତେ ଏହା ଆୟୋଜନ କରାଯାଇଛି । ୨୮ ତାରିଖ ସୋମବାର ରାତ୍ର ନଅଘଣ୍ଟ ସମୟରେ ଏହାର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେବ । ଏହି ତିନିଦିନ ଯୋଗ ପ୍ରାଣାୟାମ ସହ ସଦଗୁରୁଙ୍କ ପ୍ରଦତ୍ତ ଦିବ୍ୟଦର୍ଶନର ମୌଳିକ ତାତ୍ତ୍ୱିକ ବିଚାର ସାଧକ ମାନଙ୍କୁ ବିଚାର ଆଲୋଚନି ମାଧ୍ୟମରେ ଶିକ୍ଷାଦାନ କରାଯିବ । ଅନ୍ତରଝୋଲି ଆଶ୍ରମର ମୁଖ୍ୟ ପରିଚାଳକ ତଥା ପରିଚାଳନା କମିଟି ସଦସ୍ୟ ମାନେ ସୁରୁଖୁରୁରେ ଏହି କାର୍ଯ୍ୟକ୍ରମ ସଫଳ କରିବା ନିମନ୍ତେ ଯଥାସାଧ୍ୟ ଉଦ୍ୟମ ଓ ସହଯୋଗ କରିବା ସହ ରାୟଗଡ଼ା ତଥା ଗୁରୁତୀର୍ଥ ଗୁଡିଆବନ୍ଧ, ପଦ୍ମପୁର, ଗୁମୁଡ଼।ଉଅଞ୍ଚଳର ଭାଇ ଭଉଣୀ ମାନେ ପୂର୍ଣ ସହଯୋଗରେ ଲାଗି ପଡିଛନ୍ତି ।
ରାୟଗଡା ଜିଲ୍ଲା ପ୍ରତିନିଧି ରୁଦ୍ର ଚୌଧୁରୀ ଙ୍କ ରିପୋର୍ଟ ବିଶେଷ ଖବର


admin 
