ସାଇବର ଅପରାଧ ସଂପର୍କୀତ ସଚେତନତା କାର୍ଯ୍ୟକ୍ରମ..
ଖଣ୍ଡପଡା୨୩ବିଶେଷ ଖବର ସୁପ୍ରିୟା dash):ନୟାଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ସାଇବର ଅପରାଧ ସଂର୍ପକିତ ଏକ ସଚେତନତା କାର୍ଯ୍ୟକ୍ରମ ଖଣ୍ଡପଡା ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଅନୁଷ୍ଠିତ ହୋଇଯାଇଛି।ଖଣ୍ଡପଡ଼ା ବ୍ଲକ ଉନ୍ନୟନ ଅଧିକାରୀ ଅଙ୍କୁର ଅଭିଳାଷ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଣି କନକଲତା ପୂଜାରୀ,ଏସଆଇ ମନସ୍ମିତା ସାହୁ, ଖଣ୍ଡପଡ଼ା ବ୍ଲକ ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଅନିତ କୁମାର ବଡ଼ସେଟ୍ଟ,ପର୍ଯ୍ୟବେକ୍ଷକ କ୍ରୀଷ୍ଣା କୁମାରୀ ମିଶ୍ର ପ୍ରମୁଖ ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।ସାଇବର ଅପରାଧରୁ କିଭଳି ଦୁରେଇ ରହିବା ସେ ନେଇ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବିଭିନ୍ନ ପଞ୍ଚାୟତର ଲୋକପ୍ରତିନିଧି, ଅଙ୍ଗନବାଡି କର୍ମୀ, ବିଦ୍ୟାଳୟର ଶିକ୍ଷକ,ଶିକ୍ଷୟତ୍ରୀ ଓ ଯୁବତୀମାନଙ୍କୁ ସଚେତନ କରାଯାଇଥିଲା।
ଆଜିର ଡିଜିଟାଲ ଯୁଗରେ ଶହଶହ ବ୍ୟକ୍ତି ବିଭିନ୍ନ ସମୟରେ ସାଇବର ଠକେଇର ଶିକାର ହେଉଥିବାରୁ ଏ ନେଇ ପ୍ରଶାସନିକ ଅଧିକାରୀମାନେ ଉଦବେଗ ପ୍ରକାଶ କରିଥିଲେ। ସଚେତନତା ହିଁ ସାଇବର ଅପରାଧକୁ ରୋକିପାରିବ ବୋଲି ଅଧିକାରୀମାନେ ମତ ଦେଇଥିଲେ।ଯେ କୌଣସି ବ୍ୟକ୍ତି ସାଇବର ଠକେଇ କିମ୍ବା ଅପରାଧର ଶିକାର ହୁଅନ୍ତି ତେବେ ତୁରନ୍ତ ସାଇବର ଥାନା ସହ ଯୋଗାଯୋଗ କରିବାକୁ ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବ୍ୟକ୍ତିବିଶେଷଙ୍କୁ ପରାମର୍ଶ ଦିଆଯାଇଥିଲା।


admin 
