ନାକାମାମୁଡି ପଞ୍ଚାୟତରେ ଆରମ୍ଭ ହେଲା ଷ୍ଟେଟ ବ୍ୟାଙ୍କ ସେବା .

ନାକାମାମୁଡି ପଞ୍ଚାୟତରେ ଆରମ୍ଭ ହେଲା ଷ୍ଟେଟ ବ୍ୟାଙ୍କ ସେବା .

ନାକାମାମୁଡି ପଞ୍ଚାୟତରେ ଆରମ୍ଭ ହେଲା ଷ୍ଟେଟ ବ୍ୟାଙ୍କ ସେବା .

ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅଧିନସ୍ଥ ଦୁର୍ଗମ ଅଞ୍ଚଳରେ ଥିବା ନାକାମାମୁଡି ପଞ୍ଚାୟତରେ ଦୀର୍ଘ ବର୍ଷ ପରେ ରବିବାର ଦିନ ଷ୍ଟେଟ ବ୍ୟାଙ୍କ ଓର୍କେଲ ଶାଖା ପକ୍ଷରୁ ନାକାମାମୁଡି ପଞ୍ଚାୟତର ସରପଞ୍ଚ ଲକ୍ଷ୍ମୀ ମୁଦୁଲୀଙ୍କ ନେତୃତ୍ୱରେ ବ୍ୟାଙ୍କ ସେବା ଗୃହ ଉଦଘାଟିତ ହୋଇଯାଇଛି। ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କୋରୁକୋଣ୍ଡା ବ୍ଲକର ସାଂସଦ ପ୍ରତିନିଧି ଅକ୍ଷୟ ବିଶ୍ୱାଳ, ସମ୍ମାନିତ ଅତିଥି ଭାବେ ବିଜେପିର ବାଲିମେଳା ଏନଏସି ନଗର ସଭାପତି ସିମାଞ୍ଚଳ ପ୍ରଧାନ, କାଉନସିଲର ମନୋଜ ଦେବ ପାଙ୍ଗି, ସମିତି ସଭ୍ୟା ଲକ୍ଷ୍ମୀ ଖିଲ, ପଞ୍ଚାୟତର ନାୟବ ସରପଞ୍ଚ ବାସନ୍ତୀ ଖିଲ, ପୂର୍ବତନ ସରପଞ୍ଚ ବିଶ୍ୱନାଥ ହନ୍ତାଳଙ୍କ ସମେତ ନାକାମାମୁଡି ପଞ୍ଚାୟତର ଅର୍ଜୁନ ଗୋଲରୀ ଶୁକ୍ରା ମାଟାମଙ୍କ ସମେତ ପଞ୍ଚାୟତର ଶତାଧିକ ଲୋକେ ଉପସ୍ଥିତ ଥିଲେ। ପ୍ରଥମେ ସରପଞ୍ଚ ପୂଜାର୍ଚ୍ଚନା କରି ନଡ଼ିଆ ଭାଙ୍ଗିବା ପରେ ସାଂସଦ ପ୍ରତିନଧି
ଶ୍ରୀ ବିଶ୍ୱାଳଙ୍କ ଦ୍ୱାରା ରିବନ ଫିତା କଟାଯାଇ ବ୍ୟାଙ୍କ ଗୃହର ଉଦଘାଟନ କରାଯାଇଥିଲା। ପଞ୍ଚାୟତବାସୀଙ୍କ କହିବାନୁଯାୟୀ, ଦୁର୍ଗମ ଅଞ୍ଚଳ ତଥା ପାହାଡିଆ ଅଞ୍ଚଳରେ ଏହି ପଞ୍ଚାୟତଟି ଅବସ୍ଥିତ। ଏହି ପଞ୍ଚାୟତରେ ୧୯ ଟି ୱାର୍ଡକୁ ନେଇ ମୋଟ ୫୩ ଗୋଟି ଛୋଟ ବଡ଼ ଗ୍ରାମ ରହିଛି। ଏହି ପଞ୍ଚାୟତରେ ମୋଟ ୮ ହଜାରରୁ ଉର୍ଦ୍ଧ୍ବ ଲୋକ ବସବାସ କରୁଥିବା ବେଳେ ବ୍ୟାଙ୍କ ସେବା ପୂର୍ବରୁ ନଥିବାରୁ ଏହି ପଞ୍ଚାୟତବାସୀ ଦୀର୍ଘବର୍ଷ ଧରି ବାଲିମେଳା ସହରରେ ଥିବା ଓର୍କେଲ ଷ୍ଟେଟବ୍ୟାଙ୍କ ଶାଖା ସମେତ କୋରୁକୋଣ୍ଡା ଏବଂ ମାଲକାନଗିରି ସହରରେ ଥିବା ବିଭିନ୍ନ ବ୍ୟାଙ୍କ ଉପରେ ନିର୍ଭର କରି ଚଳି ଆସୁଥିଲେ। ବ୍ୟାଙ୍କରେ ଥିବା ବିଭିନ୍ନ କାମ ନେଇ କାମ ନେଇ ପଞ୍ଚାୟତବାସୀଙ୍କୁ ପ୍ରତିଦିନ ଗାଡି ଭଡା କରି ଏତେ ଦୂର ବାଧ୍ୟହୋଇ ଯିବାକୁ ପଡୁଥିଲା। ବର୍ତ୍ତମାନ ପଞ୍ଚାୟତରେ ବ୍ୟାଙ୍କ ସେବା ଖୋଲା ଯିବା ହେତୁ ପଞ୍ଚାୟତବାସୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି।

ମାଲକାନଗିରି ରୁ ଶିବପ୍ରସାଦ ପରିଛା ବିଶେଷ ଖବର