ବ୍ୟାଙ୍କ ଡକାୟତିରେ 4ଜଣ ଗିରଫ  .

 ବ୍ୟାଙ୍କ ଡକାୟତିରେ 4ଜଣ ଗିରଫ  .

 ବ୍ୟାଙ୍କ ଡକାୟତିରେ 4ଜଣ ଗିରଫ 


ମାନ୍ଧାତାପୁର ଇଣ୍ଡିଆନ ବ୍ୟାଙ୍କ ଡକାୟତି ଘଟଣା ରେ ବନ୍ଧୁକ ଓ ୪ ଜଣ ଡକାୟତ ଓ ସହଯୋଗୀ ଗିରଫ। ଗିରଫ ମଧ୍ୟରୁ ପୂର୍ବତନ ସ୍ଥାନୀୟ ସରପଞ୍ଚ ଙ୍କ ସ୍ୱାମୀ ଗିରଫ। ଗତ ବୁଧବାର ଦିନ ଅପରାହ୍ନ ସମୟରେ ମାନ୍ଧାତାପୁର ଇଣ୍ଡିଆନ ବ୍ୟାଙ୍କ ରୁ ୬ ଜଣ ଡକାୟତ ବନ୍ଧୁକ ଧରି ବ୍ୟାଙ୍କ କୁ ଆସିଥିଲେ। ବ୍ୟାଙ୍କ କର୍ମଚାରୀ ଙ୍କୁ ମାଡମାରି ୨୭ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଓ ସୁନା ଅଳଙ୍କାର ଡକାୟତି କରି ନେଇଯାଇଥିଲେ। ନୟାଗଡ SP ଙ୍କ ତତ୍ଵାବଧାନ ରେ ସଦର ଥାନା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୨ ଜଣ ଡକାୟତ ଓ ୨ ଜଣ ଡକାୟତ ଙ୍କୁ ସହଯୋଗ କରିଥିବା ଅଭିଯୋଗ ରେ ଗିରଫ କରିଛି। ସେମାନଙ୍କ ଠାରୁ ୨0 ଲକ୍ଷ ୮୬ ହଜାର ୫0 ଟଙ୍କା ଜବତ ହୋଇଛି। ଗୋଟିଏ ହାତତିଆରି ବନ୍ଧୁକ,  ୨ ଟି ଅଫୁଟା ଗୁଳି, ୨ ଟି ମୋବାଇଲ, ୨ ଟି ବାଇକ ଜବତ ହୋଇଛି। ୨ ଜଣ ଡକାୟତ ହେଲେ ସାଗର ମହାରଣା ଥାନା ଜଗତସିଂହପୁର ଓ ପ୍ରମୋଦ ନାୟକ ଥାନା ଦଶପଲ୍ଲା। ଏମାନଙ୍କ ନାମରେ ରାଜ୍ୟର ବିଭିନ୍ନ ଥାନାରେ ୧୭ ଟି ମାମଲା ରହିଛି। ଡକାୟତ ଙ୍କୁ ସହଯୋଗ କରିଥିବା ଅଭିଯୋଗ ରେ କାର୍ତିକ ବରାଡ଼ ଘର ଲାଠିପଡ଼ା ଓ ପୂର୍ଣ୍ଣ ଚନ୍ଦ୍ର ପୃଷ୍ଟି ପୂର୍ବତନ ସରପଞ୍ଚ ଜେମାଦେଇପୁର ପାଟଣା ଙ୍କ ସ୍ୱାମୀ କୁ ଗିରଫ କରାଯାଇଛି। ୪ ଫେରାର ଡକାୟତ ଙ୍କୁ ଶୀଘ୍ର ଗିରଫ କରାଯିବ ଓ ୪ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ନୟାଗଡ sp ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି। 
ବାଇଟ - ଏସ ସୁଶ୍ରୀ ( ନୟାଗଡ sp )
ବାଇଟ ୫
ନୟାଗଡ ରୁ ଅଶୋକ କୁମାର ସାଥୁଆ ଙ୍କ ରିପୋର୍ଟ ବିଶେଷ ଖବର