ନିମ୍ନ ମାନର ମେଡ଼ିକାଲ ନିର୍ମାଣ କାର୍ଯ୍ୟ ଚାଲିଥିବା ଅଭିଯୋଗ। ଟେଣ୍ଡର ପାଇଥିବା ଠିକାଦାର କାର୍ଯ୍ୟକୁ ବିକ୍ରି କରିଥିବା ଅଭିଯୋଗ।

ନିମ୍ନ ମାନର ମେଡ଼ିକାଲ ନିର୍ମାଣ କାର୍ଯ୍ୟ ଚାଲିଥିବା ଅଭିଯୋଗ।
ଟେଣ୍ଡର ପାଇଥିବା ଠିକାଦାର କାର୍ଯ୍ୟକୁ ବିକ୍ରି କରିଥିବା ଅଭିଯୋଗ।
ମଲକନଗିର ମାଥିଲି,୦୮,୦୫ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବରେ ରାଜ୍ୟରେ ସାଧାରଣ ଲୋକଙ୍କ ପାଖରେ ସାଧାରଣ ମୌଳିକ ସୁବିଧା ସୁଯୋଗ ପହଞ୍ଚେଇବା ପାଇଁ ରାଜ କୋଷରୁ କୋଟି କୋଟି ଅର୍ଥ ଖର୍ଚ୍ଚ କରି ଭିତ୍ତି ପ୍ରସ୍ତର ନିର୍ମାଣ କାର୍ଯ୍ୟ ଚାଲୁଛି।ସେହି ମୌଳିକ ସୁବିଧା ମଧ୍ୟରୁ ସ୍ୱାସ୍ଥ୍ୟ ସେବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଲୋକଙ୍କ ପାଖରେ ସ୍ୱାସ୍ଥ୍ୟ ପହଞ୍ଚିବା ପାଇଁ ନୂତନ ଭିତ୍ତି ପ୍ରସ୍ତର ନିର୍ମାଣ କାର୍ଯ୍ୟ ଚାଲୁ ଅଛି। କିନ୍ତୁ କିଛି ଠିକାଦାର ଓ ବିଭାଗୀୟ ଅଧିକାରୀ ମାନଙ୍କ ମଧୁଚନ୍ଦ୍ରିକା ରେ ନିମ୍ନ ମାନର ନିର୍ମାଣ କାର୍ଯ୍ୟ ଚାଲୁଥିବା ଅଭିଯୋଗ ହେଉଛି।ଏପରି ଏକ ଚିତ୍ର ଦେଖିବକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତି ଗୁଡା ପଞ୍ଚାୟତ ସଦର ଗ୍ରାମରେ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ଏକ ୫୫ ଲକ୍ଷ ବ୍ୟୟ ଅଟକଳ ରେ ମେଡ଼ିକାଲ ଗୃହ,ବିଦ୍ୟୁତ, ରାସ୍ତା, ମେଡିକାଲ ପାଚେରୀ ଓ କର୍ମଚାରୀ ମାନଙ୍କ ବାସ ଗୃହ ନିର୍ମାଣ ପାଇଁ ଧାର୍ଯ୍ୟ କରାଯାଇଛି।କିନ୍ତୁ ପ୍ରାଥମିକ ସ୍ତରରେ ମେଡ଼ିକାଲ ଗୃହ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି।କିନ୍ତୁ ପରିତାପର ବିଷୟ ନିମ୍ନ ମାନର ସିମେଣ୍ଟ ଇଟା ଓ ମାଟି ଯୁକ୍ତ ବାଲି ଓ ସିମେଣ୍ଟ ଭାଗ କମ ଦେଇ କାର୍ଯ୍ୟ ଚାଲୁଛି।ଯାହାକୁ ନେଇ ଗତକାଲି ବିଭାଗୀୟ ନିର୍ବାହୀଯନ୍ତ୍ରୀ ପରିଦର୍ଶନ ରେ ଆସିଥିବା ବେଳେ ନିମ୍ନ ମାନର ଇଟାକୁ ଦେଖି କ୍ଷବ ପ୍ରକାଶ କରିଥିଲେ।ସୂଚନା ନେବାରୁ ଜାଣିବାକୁ ପାଇଲୁ ଯେ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ କାର୍ଯ୍ୟ ପାଇଁ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ଟେଣ୍ଡର ପାଇଁ ଆବେଦନ କରିଥିବା ଠିକାଦାର ଜଣକ ଟେଣ୍ଡର ପାଇଛନ୍ତି।ଟେଣ୍ଡର ପାଇଥିବା ଠିକାଦାର ଜଣକ କାର୍ଯ୍ୟ ନକରି ସେ ଅମିତ କୁମାର ବୋଲି ଏକ ଠିକାଦାର କୁ ସେହି କାର୍ଯ୍ୟକୁ ବିକ୍ରି କରିଥିବା ସୂଚନା ମିଳିଛି।ସେଥିପାଇଁ ଟେଣ୍ଡର କାର୍ଯ୍ୟକୁ କିଣି ଥିବା କୁଜି ଠିକାଦାର ଜଣକ ନିମ୍ନ ମାନର କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି।ତାହା ସହିତ କାର୍ଯ୍ୟ କରୁଥିବା ଠିକାଦାର ଜଣଙ୍କ ବିଜୁଳି ଚୋରି ଘଟଣାରେ ବିଦ୍ୟୁତ ବିଭାଗର ଇନ୍ଫୋର୍ସମେଣ୍ଟ ଅଧିକାରୀ ଚୋରା ବିଦ୍ୟୁତ ପାଇଁ ସମ୍ପୃକ୍ତ ଠିକାଦାରଙ୍କ ବିରୋଧରେ ଏକ ମାମଲା ରୁଜୁ କରି ଆର୍ଥିକ ଦଣ୍ଡରେ ଦଣ୍ଡିତ କରିଛି।ତାହା ସହିତ ବିଦ୍ୟୁତ ବିଭାଗ ତରଫରୁ ବିଦ୍ୟୁତ ବିଛିନ୍ନ କରିବା ସହିତ ସଂଯୋଗ ହୋଇଥିବା ତାର ଗୁଡିକ ଜବତ କରିଛି।ଯାହା ଆମକୁ ସୂଚନା ମିଳିଛି ଯେ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ ପାଇଁ ଟେଣ୍ଡର ପାଇଥିବା ସମ୍ପୃକ୍ତ ଠିକାଦାର ଜଣକ ମାଥିଲି ବ୍ଲକ ରେ ଧୁଙ୍ଗିଆପୁଟ, ମେକ୍କା ଓ ନାୟକଗୁଡା ର ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ ପାଇଁ ଟେଣ୍ଡର ପାଇଛି ବୋଲି ସୂଚନା ମିଳିଛି।ଏହି ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଟେଣ୍ଡର ପାଇବା ପରେ କୁଜି ଠିକାଦାର ମାନଙ୍କୁ ବିକ୍ରି କରୁଥିବା ଅଭିଯୋଗ ହେଉଛି।ଯାହା ପାଇଁ କୁଜି ଠିକାଦାର ଜଣକ ନିମ୍ନ ମାନର କାର୍ଯ୍ୟ କରିବା ପାଇଁ ବାଧ୍ୟ ହେଉଛି ବୋଲି କିଛି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି।ତାହା ସହିତ ଜିଲ୍ଲା ପ୍ରଶାସନ ଏହାକୁ ଗୁରୁତର ସହ ନେଇ ନିମ୍ନ ମାନର କାର୍ଯ୍ୟକୁ ତଦନ୍ତ କରିବା ସହିତ ଟେଣ୍ଡର ପାଇ ଥିବା ସମ୍ପୃକ୍ତ ଠିକାଦାରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣ ରେ ଦାବି ଜୋର ଧରିଛି।
ମାଲକାନଗିରି ରୁ ଶିବପ୍ରସାଦ ପରିଛା ବିଶେଷ ଖବର