ନୟାଗଡ଼ ଜିଲ୍ଲା ସଦର ମହକୁମା ବନ୍ଦ ପାଇଁ ଇଣ୍ଡିଆ ମେଣ୍ଟର ପ୍ରସ୍ତୁତି ବୈଠକ ଭୋଟ ବଞ୍ଚାଅ -ସମ୍ବିଧାନ ବଞ୍ଚାଅ - ଦେଶ ବଞ୍ଚାଅ
ନୟାଗଡ ୦୫ ।୧୦ ଇଣ୍ଡିଆ। ମେଣ୍ଟ ଅଂଶୀଦାର ଦଳ ମାନଙ୍କ ପକ୍ଷରୁ ନୟାଗଡ଼ ଜିଲ୍ଲା ସଦର ମହକୁମା ବନ୍ଦ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ ଡିସିସି ସଭାପତି ରଣଜିତ୍ ଦାଶଙ୍କ ଅଧ୍ୟକ୍ଷତାରେ ଆସନ୍ତା ୮ ଅକ୍ଟୋବର ଗୁରୁବାର ୧୨ ଘଣ୍ଟିଆ ବନ୍ଦ ପାଇଁ ଚକ ଅଖ, ଦୋକାନ ବଜାର, ସ୍କୁଲ କଲେଜ, ବ୍ୟାଙ୍କ୍ ଇନ୍ସୁରାନ୍ସ ,ପୋଷ୍ଟାଲ, କୋର୍ଟ କଚେରୀ ବନ୍ଦ କରିବା ସହିତ ରେଳ ଚଳାଚଳ ମଧ୍ୟ ବନ୍ଦ କରିବା ପାଇଁ ନିଷ୍ପତି କରାଯାଇଛି। ଏହି ବନ୍ଦ ପାଇଁ ବ୍ୟାପକ ପ୍ରଚାର ପ୍ରସାର କାର୍ଯ୍ୟକ୍ରମ ସହିତ ବନ୍ଦ ଦିନ ଶହ ଶହ ସତ୍ୟାଗ୍ରହୀ ଆନ୍ଦୋଳନ ରେ ସାମିଲ ହେବେ ବୋଲି ପ୍ରାକ୍ ପ୍ରସ୍ତୁତି କରା ଯାଇଛି। ନୟାଗଡ଼ର ଜିଲ୍ଲା ଓକିଲ ସଂଘ, ବଣିକ ସଂଘ,ମୋଟର ସଂଘ, ମୋଟର କର୍ମଚାରୀ ସଂଘ, ଅଟୋ ଚାଳକ ସଂଘ, ସରକାରୀ ବେସରକାରୀ କର୍ମଚାରୀ ସଂଘ, ବିଦ୍ୟୁତ କର୍ମଚାରୀ ସଂଘ, ଏବଂ ଅନ୍ୟାନ୍ୟ ଟ୍ରେଡ ୟୁନିଅନ ସଂଗଠନ ମାନଙ୍କୁ ଏହି ଆନ୍ଦୋଳନ ରେ ସାମିଲ ହେବା ପାଇଁ ଅନୁରୋଧ କରାଯାଇଛି
ବରିଷ୍ଠ କମ୍ୟୁନିଷ୍ଟ ନେତା ବିଶ୍ୱନାଥ ମହାପାତ୍ର, ପବିତ୍ର ଇଦ୍ରଜିତ୍ଙ୍କ ସମେତ କମଳ ଚରଣ ସାହୁ, ଫକୀର ଚରଣ ମଲ୍ଲ, ରାଜକିଶୋର ଜେନା,ଅମଜାଦ ଖାଁ, ରଶ୍ମିତା ପଟ୍ଟନାୟକ, ପୀତବାସ ଖୁଣ୍ଟିଆ, କୂଳେଶ ଚନ୍ଦ୍ର ମହାନ୍ତି, ପୂର୍ଣ୍ଣଚନ୍ଦ୍ର ସାନ୍ତ, ପ୍ରମୋଦ କୁମାର ନାୟକ ଶିବରଞ୍ଜନ ସାହୁ, ଓମପ୍ରକାଶ ପ୍ରଧାନ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
ଆଶୋକ କୁମାର ସାଥୁଆ ,ଜିଲ୍ଲା ପ୍ରତିନିଧି ନୟାଗଡ଼


admin 
