ଲଗାଣ ବର୍ଷାରେ ଜଳାର୍ଣ୍ଣବ ହୋଇ ପଡୁଛି ବଡ ବାଣପୁର ପଞ୍ଚାୟତ କାର୍ଯ୍ଯାଳୟ
ଖଣ୍ଡପଡ଼ା ୨୨|୭ (ରଜତ ଦାସ୍) ଲଗାଣ ବର୍ଷାର ପ୍ରଭାବରେ ଜଳାର୍ଣ୍ଣବ ହୋଇଛି ଖଣ୍ଡପଡ଼ା ବ୍ଲକ ଅଧୀନ ବଡ ବାଣପୁର ପଞ୍ଚାୟତ କାର୍ଯ୍ଯାଳୟ।ବର୍ଷାଜଳ ନିଷ୍କାସନ ନିମନ୍ତେ ଡ୍ରେନେଜ କିମ୍ବା ଆନୁସଙ୍ଗିକ ବ୍ୟବସ୍ଥା ନଥିବାରୁ ବଡ ବାଣପୁର ପଞ୍ଚାୟତ କାର୍ଯ୍ଯାଳୟରେ ପାଣି ପଶିଛି। ପୁନଶ୍ଚ ପଞ୍ଚାୟତ କାର୍ଯ୍ଯାଳୟର ମୁଖ୍ଯ ଫାଟକ ଆଗରେ ବର୍ଷାଜଳ ଜମି ରହିଛି। ସୋମବାର ମଧ୍ୟାହ୍ନରେ ଲଗାଣ ବର୍ଷା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ଜଣାପଡିଛି।
ସୂଚନାଯୋଗ୍ଯ ବଡ ବାଣପୁର ପଞ୍ଚାୟତ କାର୍ଯ୍ଯାଳୟ ସମ୍ମୁଖ ଦେଇ ୪୮ ନଂ ରାଜ୍ଯ ରାଜପଥ ରହିଛି।ରାସ୍ତାର ଗୋଟିଏ ପାର୍ଶ୍ବରେ ପଞ୍ଚାୟତ କାର୍ଯ୍ଯାଳୟଟି ଥିବା ବେଳେ ଅପର ପାର୍ଶ୍ବରେ ଏକ ବିରାଟ ପୁଷ୍କରିଣୀ ରହିଛି।ବର୍ଷା ଯୋଗୁଁ ପୁଷ୍କରିଣୀଟି ପୂର୍ଣ୍ଣ ହେବା ସହ ପୁଷ୍କରିଣୀର ହୁଡା ନଥିବାରୁ ରାସ୍ତା ଉପରେ ପାଣି ପ୍ରବାହିତ ହୋଇ ପଞ୍ଚାୟତ କାର୍ଯ୍ଯାଳୟରେ ପ୍ରବେଶ କରିବା ସହ ରାଜ୍ଯ ରାଜପଥ ଉପରେ ୨ ଫୁଟ ଉଚ୍ଚରେ ପାଣି ଜମି ରହିଛି। ମୁଖ୍ଯ ରାସ୍ତାରେ ପାଣି ଜମି ରହିବା ଫଳରେ ଯାନବାହନ ଚଳାଚଳରେ ସମସ୍ୟା ସୃଷ୍ଟି ହୋଇଛି। ତେଣୁ ବଡବାଣପୁର ପଞ୍ଚାୟତ ଦେଇ ଯାଇଥିବା ରାଜ୍ଯ ରାଜପଥର ଉଭୟ ପାର୍ଶ୍ବରେ ଗଭିର ଡ୍ରେନ ନିର୍ମାଣ ନିମନ୍ତେ ପୂର୍ତ୍ତବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।
ଖଣ୍ଡପଡା ରୁ ରଜତ ଦାସ୍ ଙ୍କ ରିପୋର୍ଟ ବିଶେଷ ଖବର


admin 
