*ପାର୍ବଣ ରୁତୁ ରେ ପଟ୍ଟାମୁଣ୍ଡାଇ ରେ ଜିଲ୍ଲାପାଳ ଙ୍କ ବିଭିନ୍ନ ଖାଦ୍ୟ ପ୍ରତିଷ୍ଠାନ ଉପରେ ଚଢ଼ାଉ*
_ପଟ୍ଟାମୁଣ୍ଡାଇ ସହରରେ ଜିଲ୍ଲାପାଳଙ୍କ ନେତୃତ୍ୱରେ ବ୍ୟାପକ ଯାଞ୍ଚ_
ପଟ୍ଟାମୁଣ୍ଡାଇ: ପାର୍ବଣ ଋତୁରେ ଖାଦ୍ୟର ଚାହିଦା ବଢ଼ୁଥିବା ସମୟରେ ଖାଦ୍ୟର ମାନ ଓ ଅପମିଶ୍ରଣକୁ ନେଇ ତତ୍ପର ହୋଇଛି ଜିଲ୍ଲା ପ୍ରଶାସନ। ପଟ୍ଟାମୁଣ୍ଡାଇ ସହରର ବିଭିନ୍ନ ଦୋକାନ ଉପରେ ଅଚାନକ ଯାଞ୍ଚ କରିଛନ୍ତି ଜିଲ୍ଲାପାଳ ରଘୁରାମ ଆର୍. ଆୟାର, ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ର ଅଧିକାରୀ ମାନସ ମଲ୍ଲିକ୍, ଏସ.ଡି.ପି.ଓ, ପଟ୍ଟାମୁଣ୍ଡାଇ ମୁନିସିପାଲିଟି ର ଅଧିକାରୀ, ଏବଂ ପଟ୍ଟାମୁଣ୍ଡାଇ ମୁନିସିପାଲିଟି ର ଚେୟାରମ୍ୟାନ୍, ଖାଦ୍ୟ ଯୋଗାଣ ଅଧିକାରୀ ଓ ଅନ୍ୟମାନେ ସାମିଲ ହୋଇଥିଲେ ।
ଜିଲ୍ଲାପାଳଙ୍କ ନେତୃତ୍ୱରେ ଗଠିତ ଟିମ୍ ସହରର ବିଭିନ୍ନ ଅଞ୍ଚଳରେ ଥିବା ଉଠାଦୋକାନ ସମେତ ସ୍ଥାୟୀ ଖାଦ୍ୟ ଦୋକାନରେ ପହଞ୍ଚି ଖାଦ୍ୟ ସାମଗ୍ରୀର ଯାଞ୍ଚ କରିଥିଲା। ଖାଦ୍ୟରେ ଅପମିଶ୍ରଣ ସହ କୃତ୍ରିମ ରଙ୍ଗର ଅନୁଚିତ ବ୍ୟବହାର ହେଉଛି କି ନାହିଁ, ସେନେଇ ଯାଞ୍ଚ କରାଯାଇଥିଲା।
ଏହି ଘଟଣା ପଟ୍ଟାମୁଣ୍ଡାଇରେ ଖାଦ୍ୟ ଅପମିଶ୍ରଣକୁ ନେଇ ପ୍ରଶାସନର ସକ୍ରିୟତାକୁ ପୁଣିଥରେ ସାମ୍ନାକୁ ଆଣିଛି। ପୂର୍ବରୁ ଅପମିଶ୍ରିତ ପନିର୍ ନେଇ ଚଢ଼ାଉ ହୋଇଥିବା ବେଳେ, ଏବେ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଉପରେ ମଧ୍ୟ ରହିଛି ପ୍ରଶାସନର ନଜର।
ଯାଞ୍ଚ ସମୟରେ ଅନିୟମିତତା ଚିହ୍ନଟ ହୋଇଥିବା ଦୋକାନଗୁଡ଼ିକ ବିରୋଧରେ ନିୟମ ଅନୁଯାୟୀ ପଦକ୍ଷେପ ନିଆଯାଇଛି। ଖାଦ୍ୟର ଗୁଣବତ୍ତା ସହ କୌଣସି ପ୍ରକାରର ସାଲିସ୍ କରାଯିବ ନାହିଁ ବୋଲି ପ୍ରଶାସନର ଏହି ପଦକ୍ଷେପରୁ ସ୍ପଷ୍ଟ ହୋଇଛି।
ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ଆଗକୁ ମଧ୍ୟ ଖାଦ୍ୟ ଦୋକାନଗୁଡ଼ିକ ଉପରେ ନଜରଦାରୀ ଓ ଯାଞ୍ଚ ଜାରି ରହିବା ନେଇ ଆଶା କରାଯାଉଛି।
*କେନ୍ଦ୍ରାପଡ଼ା ରୁ ପ୍ରମୋଦ କୁମାର ଜେନା ଙ୍କ ରିପୋର୍ଟ୍*
ବିଶେଷ ଖବର


admin 
