ରାୟଗଡା ଜିଲ୍ଲା ପଦ୍ମପୁର ବିଦ୍ୟୁତ୍‌ କାର୍ଯ୍ୟାଳୟରେ ମହା ଧୁମଧାମରେ ବିଶ୍ୱ ବିନ୍ଦାଣୀ ବିଶ୍ୱକର୍ମା ପୂଜା

ରଙ୍ଗବେରଙ୍ଗ ଆଲୋକସଜ୍ଜାରେ ଝଲସିଲା ପୂଜା ମଣ୍ଡପ,

ରାୟଗଡା ଜିଲ୍ଲା ପଦ୍ମପୁର ବିଦ୍ୟୁତ୍‌ କାର୍ଯ୍ୟାଳୟରେ ମହା ଧୁମଧାମରେ ବିଶ୍ୱ ବିନ୍ଦାଣୀ ବିଶ୍ୱକର୍ମା ପୂଜା

ତାରିଖ :17/09/26

ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ଟାଟା ପାୱାର୍‌ କାର୍ଯ୍ୟାଳୟ ପରିସରରେ ପବିତ୍ର ବିଶ୍ୱ ବିନ୍ଦାଣି ବିଶ୍ୱକର୍ମା ପୂଜା ମହା ଧୁମ ଧାମରେ ପାଳିତ ହୋଇଥିଲା ଆଜି 

ଏହି ପବିତ୍ର ଦିନରେ ପଦ୍ମପୁର ଟାଟା ପାୱାର କାର୍ଯ୍ୟାଳୟ ପରିସର ରେ ଆକର୍ଷଣୀୟ ଭାବେ ରଙ୍ଗ ବେରଙ୍ଗ ର ଆଲୋକ ସାଜ ସଜା ଦେଖିବାକୁ ମିଳିଥିଲା . କୋଣ ଅନୁକୋଣରୁ ଆସିଥିବା ଭତ୍କାଳୁ ମାନଙ୍କ ଭିଡ଼ ଜମିବାରେ ଲାଗିଥିଲା ଆଜିର ପୂଜା କାର୍ଯ୍ୟକ୍ରମରେ ବହୁ ଅତିଥିଙ୍କୁ ଆମନ୍ତ୍ରଣ କରାଯାଇଥିଲା ଏବଂ ଅତିଥିମାନଙ୍କୁ ସୁନ୍ଦର ଭାବେ ସ୍ୱାଗତ ଓ ସତ୍କାର କରାଯାଇଥିଲା।

ଦିନ ୧୨ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ଭିଡ଼ ଦେଖିବାକୁ ମିଳିଥିଲା ସେହିପରି ରାତି ୭ଟାରେ ଭକ୍ତମାନଙ୍କ ମନ ମୋହିବା ଭଳି ପୂଜା ପରିବେଶ ଭକ୍ତିମୟ ମହଲ ସୃଷ୍ଟି ହୋଇଥିଲା 

ଟାଟା ପାୱାର୍‌ର ଦାୟିତ୍ୱରେ ଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ସୁଶାନ୍ତ ସାହୁ ନେତୃତ୍ୱରେ ପୂଜା କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପନ୍ନ ହୋଇଥିଲା। ଏଥିରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ପୂଜାରେ ସାମିଲ ହେବା ସହ ଉତ୍ସବର ଆନନ୍ଦ ଉପଭୋଗ କରିଥିଲେ।

ରାୟଗଡା ଜିଲ୍ଲା ପ୍ରତିନିଧି ରୁଦ୍ର ଚୌଧୁରୀ ଙ୍କ ରିପୋର୍ଟ ବିଶେଷ ଖବର