ଫେବୃୟାରୀ ଶେଷ ସୁଦ୍ଧା ଆନୁଷ୍ଠାନିକ ଭାବେ ଆମର ଦାବି ଘୋଷଣା କରିବେ ବୋଲି ଦୃଢ଼ ପ୍ରତିଶୃତି ଦେଇଛନ୍ତି।ତେଣୁ ସରକାରଙ୍କ ଉପରେ ବିଶ୍ବାସ ରଖ୍ ଆନ୍ଦୋଳନ ପ୍ରତ୍ୟାହାର କରିଛୁ

ଆସନ୍ତା ୭ ଫେବୃୟାରୀ ହେବାକୁ ଥିବା ଆଶାକର୍ମୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ।"
ଓଡିଶା ଆଶାକର୍ମୀ ଆସୋସିଏସନ, ସିଆଇଟିୟୁ ରାଜ୍ୟ କମିଟି ଆହ୍ୱାନ କ୍ରମେ ଆଶାକର୍ମୀ ଙ୍କ ୨୦ ଦଫା ଦାବୀ ଉପରେ ଆସନ୍ତା ୭ ଫେବୃୟାରୀ ୨୦୨୪ ରେ ବିଧାନସଭା ସମ୍ମୁଖରେ ଆନ୍ଦୋଳନ ହେବା ପାଇଁ ନିଷ୍ପତ୍ତା ଥୁଲା ବେଳେ NHM ର ନିର୍ଦ୍ଦେଶିକା ଡି ବୃନ୍ଦା ଗତ ଜାନୁୟାରୀ ୩୧ ତାରିଖରେ ଆଲୋଚନା ପାଇଁ ଡାକିଥିଲେ।ରାଜ୍ୟ ପ୍ରତିନିଧୂ ମଣ୍ଡଳୀ ନିର୍ଦ୍ଦେଶିକାଙ୍କ ସହ ଆଲୋଚନା ବେଳେ ୧୦,୦୦୦ ଟଙ୍କା କଣ୍ଡୁଜେନ୍ସି ଦେଇ ସନ୍ତୁଷ୍ଟ କରିବାକୁ ନିବେଦନ କରି ଆନ୍ଦୋଳନ ପ୍ରତ୍ୟାହାର କରିବାକୁ କହିଥିଲେ । ମାସିକ ପାଉଣା ବୃଦ୍ଧି ନ କଲେ ଆନ୍ଦୋଳନ ପ୍ରତ୍ୟାହାର ହେବ ନାହିଁ ବୋଲି ସଂଗଠନ ତରଫରୁ ଚେତାବନୀ ଦିଆ ଯାଇଥୁଲା I ଆଲୋଚନା ବିଫଳ ପରେ ପୁନର୍ବାର ଆଜି ୫ ଫେବୃୟାରୀ ଦିନ ୧୨ ଘଟିକା ସମୟରେ ଆମ ସଂଗଠନକୁ ଓଡିଶା ସରକାରଙ୍କ ସ୍ବାସ୍ଥ୍ୟ ସଚିବ ଶ୍ରୀମତୀ ସାଳିନୀ ପଣ୍ଡିତ ଆଲୋଚନା ପାଇଁ ଡାକିବାରେ ଆମ ରାଜ୍ୟ ୭ଜଣିଆ ପ୍ରତିନିଧୂ ମଣ୍ଡଳୀ ସଚିବାଳୟରେ ସ୍ୱାସ୍ଥ୍ୟ ସଚିବ ଙ୍କ ସହ ଆଲୋଚନା କରିଥିଲେ।ଆଲୋଚନାରେ ସ୍ବାସ୍ଥ୍ୟ ସଚିବ ସରକାର ମାସିକ ପାଉଣା ରେ କରିଥିବା ଅବିବୃଦ୍ଧି କୁ ସରକାର ଆସନ୍ତା ଫେବୃୟାରୀ ଶେଷ ସୁଦ୍ଧା ଆନୁଷ୍ଠାନିକ ଭାବେ ଘୋଷଣା କରିବେ ବୋଲି ଦୃଢ଼ ପ୍ରତିଶୃତି ଦେଇଥିଲେ।ତେଣୁ ସରକାରଙ୍କ ଉପରେ ବିଶ୍ବାସ ରଖ୍ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ନିବେଦନ କରିବା ସହ ଘୋଷଣା ପରେ ସରକାରଙ୍କୁ ଧନ୍ୟବାଦ ଦେବାକୁ ଆହ୍ୱାନ ଦେଇଥିଲେ । ସ୍ବାସ୍ଥ୍ୟ ସଚିବଙ୍କ ଦୃଢ଼ ପ୍ରତିଶୃତି ପରେ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ସଂଗଠନ ତରଫରୁ ଆଜି ସାମ୍ବାଦିକ ସମ୍ମିଳନୀ ଜରିୟାରେ ଘୋଷଣା କରୁଛୁ ।
ଦ୍ବିତୀୟତଃ କେନ୍ଦ୍ର ମୋଦୀ ସରକାରଙ୍କ ଆଶାକର୍ମୀ ଙ୍କୁ ଦେଇଥିବା ପ୍ରତିଶ୍ରୁତିର ପ୍ରତାରଣା ଓ ୨୦୨୪-୨୫ ଅନୁରୀଣ ବଜେଟରେ NHM ପାଇଁ ଅନୁଦାନ ନୈରାଶ୍ୟ ଜନକ ଥିବାରୁ ମୋଦୀ ସରକାରଙ୍କ ବିରୋଧରେ CITU ସମେତ ସମସ୍ତ କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ଗୁଡିକର ଓ ସ୍ମିମି ଶ୍ରମିକଙ୍କ ୧୬ ଫେବୃୟାରୀ ସାଧାରଣ ଧର୍ମଘଟକୁ ସଫଳ କରିବାକୁ ଆହ୍ୱାନ ଦିଆଯାଇଛି। ଏହାର ପ୍ରକାଶନ ଓ ପ୍ରସାରଣ ପାଇଁ ନିବେଦନ।