ବନମାଳିପୁର ପଞ୍ଚୁଦୋଳ ଯାତ୍ରା ଓ ମହୋତ୍ସବ ଦ୍ୱିତୀୟ ସନ୍ଧ୍ୟା। ନାଭିଆ ଙ୍କ ସଂଗୀତ ରେ ଝୁମିଲେ ଦର୍ଶକ.

ବନମାଳିପୁର ପଞ୍ଚୁଦୋଳ ଯାତ୍ରା ଓ ମହୋତ୍ସବ ଦ୍ୱିତୀୟ ସନ୍ଧ୍ୟା। ନାଭିଆ ଙ୍କ ସଂଗୀତ ରେ ଝୁମିଲେ ଦର୍ଶକ.

ଖଣ୍ଡପଡ଼ା, ୧୦|୩(): ଖଣ୍ଡପଡ଼ା ବ୍ଲକ ଅଧୀନ ବନମାଳିପୁର ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରା ଓ ମହୋତ୍ସବ ମଙ୍ଗଳବାର ଦ୍ୱିତୀୟ ସନ୍ଧ୍ୟା ଖୁବ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି। ବାବା ସୋମନାଥ ଦେବଙ୍କ ପୀଠରେ ଗ୍ରାମବାସୀ ଙ୍କ ଦ୍ୱାରା ଆୟୋଜିତ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଗ୍ରାମ ସଭାପତି ରାଧାନାଥ ତ୍ରିପାଠୀ ଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସମାଜସେବୀ ତଥା ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ ଯୋଗଦେଇ ମହୋତ୍ସବ ଦ୍ୱିତୀୟ ସନ୍ଧ୍ୟା କୁ ଉଦଘାଟନ କରିଥିଲେ।

ମହୋତ୍ସବ ଦ୍ୱାରା ଭାଇଚାରା ଓ କଳା ସଂସ୍କୃତି ଉଜ୍ଜୀବିତ ରହିଥାଏ ବୋଲି ଶ୍ରୀ ପ୍ରଧାନ କହିଥିଲେ। ସେହିପରି ସମ୍ମାନିତ ଅତିଥିଭାବେ ଖଣ୍ଡପଡ଼ା ବ୍ଲକ ଅଧ୍ୟକ୍ଷା ଉପମା ବେହେରା, ବନମାଳିପୁର ସରପଞ୍ଚ ବାସନ୍ତୀ ବେହେରା, ଶିକ୍ଷାବିତ ତଥା ନାଟ୍ୟ ଗୁରୁ ରମେଶ ଚନ୍ଦ୍ର ମିଶ୍ର, ଗ୍ରାମ ସମ୍ପାଦକ ପ୍ରମୋଦ କୁମାର ସାହୁ ପ୍ରମୁଖ ମଞ୍ଚାସିନ ରହି ମହୋତ୍ସବର ଉତ୍ତୋରତ୍ତର କାମନା କରିଥିଲେ। ସଭାକାର୍ଯ୍ୟ ଶେଷରେ ଗ୍ରାମ ସମ୍ପାଦକ ଶ୍ରୀ ସାହୁ ମହୋତ୍ସବକୁ ସମସ୍ତଙ୍କର ସହଯୋଗ ଲୋଡ଼ିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

ଅନୁଷ୍ଠାନ ପକ୍ଷରୁ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସଭାକାର୍ଯ୍ୟ ପରେ ଓଡ଼ିଶାର ସୁନାମାଧନ୍ୟ କଣ୍ଠଶିଳ୍ପୀ ନାଭିଆ ଯାଇତି ଙ୍କ ସଂଗୀତ ରେ ଦର୍ଶକ ଝୁମିଥିଲେ। ବୁଧବାର ମହୋତ୍ସବର ତୃତୀୟ ସନ୍ଧ୍ୟା ରେ ଓଡ଼ିଶାର ଚର୍ଚ୍ଚିତ କଣ୍ଠଶିଳ୍ପୀ ସନ୍ତୋଷ ଦୋରା ଙ୍କ ମେଲୋଡି଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।

ଖଣ୍ଡପଡ଼ା ରୁ ରଜତ ଦାସ୍ ଙ୍କ ରିପୋର୍ଟ ବିଶେଷ ଖବର