ରାଜନଗର ନିର୍ବାଚନ ମଣ୍ଡଳୀ ର ବିଜେପି ନେତା ଲଳିତ ବେହେରା ବନ୍ୟାଞ୍ଚଳ ପରିଦର୍ଶନ ସହ ବାଣ୍ଟିଲେ ଶୁଖିଲା ଖାଦ୍ୟ ।

ରାଜନଗର ନିର୍ବାଚନ ମଣ୍ଡଳୀ ର  ବିଜେପି ନେତା ଲଳିତ ବେହେରା  ବନ୍ୟାଞ୍ଚଳ  ପରିଦର୍ଶନ ସହ ବାଣ୍ଟିଲେ ଶୁଖିଲା ଖାଦ୍ୟ ।

ଆଜି ରାଜନଗର ଏବଂ ପଟ୍ଟାମୁଣ୍ଡାଇ ବ୍ଲକର ବିଭିନ୍ନ ବନ୍ୟାଞ୍ଚଳ ପରିଦର୍ଶନ କରି ଶୁଖିଲା ଖାଦ୍ୟ ବଣ୍ଟନ କରିବା ସହ ସରକାରୀ ସ୍ତରରେ ଚାଲିଥିବା ରିଲିଫ କାର୍ଯ୍ୟର ତଦାରଖ କଲେ ରାଜନଗର ନିର୍ବାଚନ ମଣ୍ଡଳୀ ର ବିଜେପି ନେତା ଲଳିତ ବେହେରା। ପଟ୍ଟାମୁଣ୍ଡାଇ ବ୍ଲକ୍ ଓ ପଟ୍ଟାମୁଣ୍ଡାଇ ପୌରପାଳିକା ର ବନ୍ୟାଞ୍ଚଳ ରେ ଥିବା କିଛି ୱାର୍ଡ ବୁଲି ଲୋକ ମାନଙ୍କ ପାଖରେ ପହଞ୍ଚି ଶୁଖିଲା ଖାଦ୍ୟ ଦେବା ସହିତ ସେମାନଙ୍କ ର ଅସୁବିଧା ବିଷୟରେ ପଚାରି ବୁଝି ଥିଲେ।ବନ୍ୟାଞ୍ଚଳ ରେ ଅସୁବିଧା ରେ ଥିବା ଜନସାଧାରଣ କି ପରି ସାହାଯ୍ୟ ପାଇ ପାରିବେ ସଙ୍ଗେ ସଙ୍ଗେ ପଟ୍ଟାମୁଣ୍ଡାଇ ପ୍ରଶାସନ ଓ ରାଜନଗର ପ୍ରଶାସନ ସହିତ ଆଲୋଚନା କରିଥିଲେ।ରାଜନଗର ନିର୍ବାଚନ ମଣ୍ଡଳୀ ର ବିଜେପି ନେତା ଲଳିତ ବେହେରା ନିଜେ ପାଣି ରେ ପଶି ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ।

ସମସ୍ତ ଜନସାଧାରଣ ଙ୍କୁ ଆଶ୍ୱାସନା ଦେଇ ଥିଲେ ବ୍ୟସ୍ତ୍ ହୁଅ ନାହିଁ ଯଦି କିଛି ଅସୁବିଧା ହୁଏ ପ୍ରଶାସନ କୁ ଜଣାଇ ସେମାନଙ୍କର ସମାଧାନ ର ବାଟ ବାହାର କରାଯିବ।ଅନ୍ୟ ଦଳ ର ନେତା ଡଙ୍ଗା ରେ ବୁଲୁ ଥିବା ବେଳେ ବିଜେପି ନେତା ଲଳିତ ବେହେରା ବନ୍ୟାଞ୍ଚଳ ପାଣି ରେ ପଶି ଜନସାଧାରଣ ଙ୍କ ନିକଟ ରେ ପହଞ୍ଚିବା ଦ୍ୱାରା ବନ୍ୟାଞ୍ଚଳ ଜନସାଧାରଣ ନେତା ଙ୍କୁ ପାଇ ଖୁସି ବ୍ୟକ୍ତ କରିଛନ୍ତି।ଯୋଉ ଅଫିସର ମାନେ ବନ୍ୟାଞ୍ଚଳ କାର୍ଯ୍ୟ ରେ ଠିକ୍ ଭାବରେ କାର୍ଯ୍ୟ କରୁନାହାନ୍ତି ସେମାନଙ୍କୁ ତାଗିଦ୍ ମଧ୍ୟ କରିଛନ୍ତି।ପଟ୍ଟାମୁଣ୍ଡାଇ ବ୍ଲକ୍ ଓ ରାଜନଗର ବ୍ଲକ ର ବନ୍ୟାଞ୍ଚଳ ଜନସାଧାରଣ ଯେ ପରୀ ଅସୁବିଧା ସମ୍ମୁଖୀନ ନ ହେବେ ପଟ୍ଟାମୁଣ୍ଡାଇ ପ୍ରଶାସନ ର ବହୁ ବିଭାଗ ର ଅଧିକାରୀ ଙ୍କ ଆଲୋଚନା କରିଛନ୍ତି।ରାଜ୍ୟ ସରକାର ଦେଉ ଥିବା ପାଲ,ଗୋ ଖାଦ୍ୟ, ଶୁଖିଲା ଖାଦ୍ୟ କି ପରି ବନ୍ୟାଞ୍ଚଳ ଜନସାଧାରଣ ଙ୍କ ନିକଟ ରେ ପହଞ୍ଚିବ ସେଥି ପାଇଁ ପଟ୍ଟାମୁଣ୍ଡାଇ ପ୍ରଶାସନ ଙ୍କୁ ଆଦେଶ ଦେଇଥିଲେ।

ପଟ୍ଟାମୁଣ୍ଡାଇ ରୁ ସଞ୍ଜୟ କୁମାର ପଣ୍ଡା ଙ୍କ ରିପୋର୍ଟ ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା