ବଳଦିଆସ୍ଥିତ ବିଦ୍ୟୁତ୍‌ କାର୍ଯ୍ୟାଳୟରେ ଧୁମଧାମରେ ବିଶ୍ୱକର୍ମା ପୂଜା ରଙ୍ଗବେରଙ୍ଗ ଆଲୋକସଜ୍ଜାରେ ଝଲସିଲା ପୂଜା ମଣ୍ଡପ, ଭକ୍ତଙ୍କୁ ଅନ୍ନପ୍ରସାଦ ବଣ୍ଟନ

ବଳଦିଆସ୍ଥିତ ବିଦ୍ୟୁତ୍‌ କାର୍ଯ୍ୟାଳୟରେ ଧୁମଧାମରେ ବିଶ୍ୱକର୍ମା ପୂଜା ରଙ୍ଗବେରଙ୍ଗ ଆଲୋକସଜ୍ଜାରେ ଝଲସିଲା ପୂଜା ମଣ୍ଡପ, ଭକ୍ତଙ୍କୁ ଅନ୍ନପ୍ରସାଦ ବଣ୍ଟନ

ମାଥିଲି, ୧୭/୯ (ଦର୍ଶନ ନ୍ୟୁଜ): ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ବଳଦିଆସ୍ଥିତ ଟାଟା ପାୱାର୍‌ ଟିପିଏସ୍‌ଓଡିଏଲ୍‌ କାର୍ଯ୍ୟାଳୟ ପରିସରରେ ପବିତ୍ର ବିଶ୍ୱକର୍ମା ପୂଜା ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ କାର୍ଯ୍ୟାଳୟ ପରିସରକୁ ଆକର୍ଷଣୀୟ ଭାବେ ସଜାଯାଇଥିବା ବେଳେ ରଙ୍ଗବେରଙ୍ଗ ଆଲୋକସଜ୍ଜା ଦର୍ଶକ ଓ ଭକ୍ତମାନଙ୍କ ମନ ମୋହିଥିଲା। ପୂଜା କାର୍ଯ୍ୟକ୍ରମରେ ବହୁ ଅତିଥିଙ୍କୁ ଆମନ୍ତ୍ରଣ କରାଯାଇଥିଲା ଏବଂ ଅତିଥିମାନଙ୍କୁ ସୁନ୍ଦର ଭାବେ ସ୍ୱାଗତ ଓ ସତ୍କାର କରାଯାଇଥିଲା।

ଦିନ ୧୨ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା। ସେହିପରି ରାତି ୭ଟାରେ ଭକ୍ତମାନଙ୍କ ମନ ମୋହିବା ଭଳି ଭଜନ ସମାରୋହର ଆୟୋଜନ କରାଯାଇଥିଲା। ଭଜନର ମଧୁର ସ୍ୱରରେ ପୂଜା ପରିବେଶ ଭକ୍ତିମୟ ହୋଇଉଠିଥିଲା।

ଟାଟା ପାୱାର୍‌ର ଦାୟିତ୍ୱରେ ଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ଚିତ୍ତରଞ୍ଜନ ମହାରଣାଙ୍କ ନେତୃତ୍ୱରେ ପୂଜା କାର୍ଯ୍ୟକ୍ରମ ସୁଚାରୁ ଭାବେ ସମ୍ପନ୍ନ ହୋଇଥିଲା। ଏଥିରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ପୂଜାରେ ସାମିଲ ହେବା ସହ ଉତ୍ସବର ଆନନ୍ଦ ଉପଭୋଗ କରିଥିଲେ।

(ମାଥିଲି ରୁ ପ୍ପେଶାଲ ରିପଟର୍ ଶିବପ୍ରସାଦ ପରିଛା ବିଶେଷ ଖବର)