ଘରୋଇ ଗ୍ରାହକଙ୍କ ବିଦ୍ୟୁତ୍ ବିଲ୍ ବକେୟା ଥିଲେ ମଧ୍ୟ ଗ୍ରୀଷ୍ମଋତୁରେ କଟିବନି ବିଦ୍ୟୁତ୍ ସଂଯୋଗ

ଘରୋଇ ଗ୍ରାହକଙ୍କ ବିଦ୍ୟୁତ୍ ବିଲ୍ ବକେୟା ଥିଲେ ମଧ୍ୟ ଗ୍ରୀଷ୍ମଋତୁରେ କଟିବନି ବିଦ୍ୟୁତ୍ ସଂଯୋଗ

*ଭୁବନେଶ୍ୱର: ପଶ୍ଚିମ ଏସିଆରେ ହର୍ମୁଜ୍‌ ଉପତ୍ୟାକାରେ ଚାଲିଥିବା ଅଚଳାବସ୍ଥା ଓ ସମଗ୍ର ବିଶ୍ବରେ ଦେଖାଦେଇଥିବା ଶକ୍ତି ସଙ୍କଟ ମଧ୍ୟରେ ଓଡ଼ିଶାର ଘରୋଇ ବିଦ୍ୟୁତ୍‌ ଉପଭୋକ୍ତାଙ୍କ ନିମନ୍ତେ ଏକ ଆଶସ୍ତିକର ଖବର ମିଳିଛି। ବିଦ୍ୟୁତ୍‌ବିଲ୍‌ ବକୟା ଥିଲେ ମଧ୍ୟ, ଗ୍ରୀଷ୍ମଋତୁରେ ବିଦ୍ୟୁତ୍‌ ସଂଯୋଗ କଟିବନି ବୋଲି ରଜ୍ୟ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ବିଲ୍ ପୈଠ ନକରିବା କାରଣରୁ କୌଣସି ବି ଡ଼ିସକମ୍ (ଡିସ୍‌କମ୍‌) ଦ୍ୱାରା ଘରୋଇ ଗ୍ରାହକଙ୍କ ଅଘୋଷିତ ବିଦ୍ୟୁତ୍ କାଟ୍ କରିପାରିବେ ନାହିଁ। କେବଳ ଅତ୍ୟାବଶ୍ୟକ ମରାମତି କିମ୍ବା ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସାମୟିକ ଭାବେ ବିଦ୍ୟୁତ୍ କାଟ୍ ହୋଇପାରିବ।

ଏହି ସମସ୍ତ ପୂର୍ବ ନିର୍ଦ୍ଧାରିତ ବିଦ୍ୟୁତ୍ କାଟ୍ ବିଷୟରେ ଗ୍ରାହକମାନଙ୍କୁ ଏସ୍‌ଏମ୍‌ଏସ୍‌ ଆଲର୍ଟ ଏବଂ ପବ୍ଲିକ୍ ଆଡ୍ରେସ୍ ସିଷ୍ଟମ୍ ମାଧ୍ୟମରେ ଆଗୁଆ ସୂଚନା ଦେବା ବାଧ୍ୟତାମୂଳକ କରାଯାଇଛି।*