ବିଜେପିର ପ୍ରତିଷ୍ଠା ଦିବସରେ ଖଣ୍ତପଡା ଏନଏସି ପକ୍ଷରୁ ସ୍ବଚ୍ଛ ଓଡିଶା ଦିବସ ପାଳିତ

ବିଜେପିର ପ୍ରତିଷ୍ଠା ଦିବସରେ ଖଣ୍ତପଡା ଏନଏସି ପକ୍ଷରୁ ସ୍ବଚ୍ଛ ଓଡିଶା ଦିବସ ପାଳିତ

ଖଣ୍ଡପଡ଼ା ୬|୪ ବିଜେପିର ପ୍ରତିଷ୍ଠା ଦିବସ ପାଳନ ଅବସରରେ ଖଣ୍ଡପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ଯାଳୟ ପକ୍ଷରୁ ଓଡିଆ ପକ୍ଷ ପାଳନ ନେଇ ସ୍ବଚ୍ଛ ଓଡିଶା ଦିବସ ପାଳିତ ହୋଇଯାଇଛି। ଖଣ୍ଡପଡା ସହରର ଗିରି ହନୁମାନଙ୍କ ପୀଠ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ରୁପେ ଏନଏସି ଅଧ୍ୟକ୍ଷା ଆରତୀ ପ୍ରଧାନ ଯୋଗଦେଇ କାର୍ଯ୍ଯକ୍ରମକୁ ଉଦଘାଟନ କରିବା ଅବସରରେ ଦିବସ ପାଳନର ତାତ୍ପର୍ଯ୍ୟ ସଂର୍ପକରେ ଆଲୋକପାତ କରିଥିଲେ। ଖଣ୍ଡପଡା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିଷେକ ମିଶ୍ର,ବରିଷ୍ଠ ଯନ୍ତ୍ରୀ ଦେବବ୍ରତ ମିଶ୍ର, ସମାଜସେବୀ ବିଧାନ ଚନ୍ଦ୍ର ପ୍ରଧାନଙ୍କ ସମେତ ଏନଏସିର ସମସ୍ତ କର୍ମଚାରୀ ଓ କାଉନସିଲରମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।ସ୍ବଛ ପରିବେଶ,ସୁସ୍ଥ ପରିବେଶ ଆଧାରରେ ଖଣ୍ଡପଡା ସହରର ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ଦିଗରେ ସଫେଇ କର୍ମଚାରୀମାନେ ଅଧିକ ଯତ୍ନବାନ ହେବାକୁ ଅଧ୍ୟକ୍ଷା ପରାମର୍ଶ ଦେଇଥିଲେ।ପରେ ଅଧ୍ୟକ୍ଷାଙ୍କ ଉପସ୍ଥିତିରେ ସ୍ଥାନୀୟ ରଥଗଡା ଛକରେ ଜଳଛତ୍ରର ଶୁଭାରମ୍ଭ କରାଯାଇଥିଲା।

ଅପରାହ୍ନରେ ଏନଏସି କାର୍ଯ୍ଯାଳୟ ପରିସରରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ଅଧ୍ୟକ୍ଷା ଶ୍ରୀମତି ପ୍ରଧାନ ବିଭିନ୍ନ ଓ୍ବାର୍ଡର ୧୫ ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ ନିର୍ମାଣ ନିମନ୍ତେ କାର୍ଯ୍ଯାଦେଶପତ୍ର ବଣ୍ଟନ କରିଥିଲେ।ସେହିପରି ନୂତନ ହିତାଧିକାରୀଙ୍କୁ ଖାଉଟି କାର୍ଡ ବଣ୍ଟନ କରାଯାଇଥିବା ଜଣାପଡିଛି।ଆବାସ ଯୋଜନାରେ କାର୍ଯ୍ଯାଦେଶପତ୍ର ଓ ନୂତନ ଖାଉଟି କାର୍ଡ ପାଇ ହିତାଧିକାରୀମାନେ ଆନନ୍ଦ ପ୍ରକାଶ କରିଥିବା ଜଣାଯାଇଛି। 

ଖଣ୍ଡପଡ଼ା ରୁ ରଜତ ଦାସ୍ ଙ୍କ ରିପୋର୍ଟ ବିଶେଷ ଖବର