ବିଶ୍ବ ଓଜୋନ ଦିବସ ପାଳିତ
ବାୟୁମଣ୍ଡଳୀୟ ଓଜୋନ ସ୍ମରର ସୁରକ୍ଷା ଜୀବଜଗତ ପାଇଁ ଏକାନ୍ତି ଅପରିହାର୍ଯ୍ୟ। ଓଜୋନ ସ୍ତରରେ ସୃଷ୍ଟି ହେଉଥିବା ଗର୍ଭ ଆଜି ସମସ୍ତ ଜୀବଜଗତ ପାଇଁ ବିପଦ ସୃଷ୍ଟି କରିଛି। ଏହି ପରିପ୍ରେକ୍ଷୀରେ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ମାଟିଆପଡ଼ାଠାରେ ବିଶ୍ବ ଓଜୋନ ଦିବସ ପାଳିତ ହୋଇଯାଇଛି।
ପ୍ରଧାନ ଶିକ୍ଷକ ଶ୍ରୀ ମନୋଜ କୁମାର ଶତପଥୀଙ୍କ ସଭାପତିତ୍ୱରେ ଆୟୋଜିତ କର୍ମଶାଳାରେ ବିଦ୍ୟାଳୟର ଇକୋ କ୍ଲବ ଶିକ୍ଷୟିତ୍ରୀ ଶ୍ରୀମତୀ ଶୁଭଶ୍ରୀ ପରିଡ଼ା ଓଜୋନ ସ୍ମରର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। ବିଜ୍ଞାନ ଶିକ୍ଷକ ଶ୍ରୀ ସ୍ବପ୍ତେଶ୍ବର ଆଚାର୍ଯ୍ୟ ଓଜୋନ ସ୍ତରରେ ସୃଷ୍ଟି ହେଉଥିବା ଗର୍ଭ ଓ ଜୀବଜଗତ ଉପରେ ଏହାର ପ୍ରଭାବ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ।
ବରିଷ୍ଠ ଶିକ୍ଷକ ଶ୍ରୀ ମାନସ ରଞ୍ଜନ ସାହୁ ଏହି ଦିବସ ପାଳନ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଏହି ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ସଭା ପ୍ରାରମ୍ଭରେ ଓଜୋନ ସ୍ବରର ସୁରକ୍ଷା ପାଇଁ ଛାତ୍ରଛାତ୍ରୀମାନେ ଶପଥ ଗ୍ରହଣ କରିଥିଲେ।
ଏହି କାର୍ଯ୍ୟକ୍ରମକୁ ବିନ୍ଦୁରେଖା ନାୟକ, ଶୁଭଶ୍ରୀ ମହାନ୍ତି, ଦିପ୍ତିମୟୀ ସାମଲ, ତପନ କୁମାର ବେହେରା, ବିନୋଦ ଦାସ, ଚନ୍ଦ୍ରଭାନୁ ସାହୁ, ରଞ୍ଜିତ ସାହୁ, ବିଶ୍ବଜିତ ସାହୁ, ଶିବାଶିଷ ପତ୍ରୀ ଓ ମାଧୁରୀ ଭୁଏ ପ୍ରମୁଖ ପରିଚାଳନା କରିଥିଲେ। ଶେଷରେ ଶିକ୍ଷୟିତ୍ରୀ ଶ୍ରୀମତୀ ପୁଷ୍ପଲତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।
ଗଦାଧର ଦାଶ ଙ୍କ ରିପୋର୍ଟ ବିଶେଷ ଖବର ପଟ୍ଟାମୁଣ୍ଡାଇ ବ୍ଲକ୍ ପ୍ରତିନିଧି


admin 
