ଆମ୍ବଝରୀ ନିକଟରୁ ବୋଲେରୋ ପିକପ୍ ଓ ବାଇକ ସହ ୫୦ କେଜି ଗଞ୍ଜେଇ ଜବତ, ୪ ଗିରଫ
ବୌଦ୍ଧ:୧୪/୫(ରବିନ୍ଦ୍ର ପଟ୍ଟନାୟକ) ବୌଦ୍ଧ ଥାନା ଅନ୍ତର୍ଗତ ଆମ୍ବଝରୀ ନିକଟରୁ ଗୁରୁବାର ଦିନ ୧ ଘଣ୍ଟା ସମୟରେ ଏକ ବୋଲେରୋ ପିକପ୍ ଓ ବାଇକ ସହ ୫୦ କେଜି ଗଞ୍ଜେଇ ଜବତ ମାମଲାରେ ୪ଜଣ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ବୌଦ୍ଧ ଅବକାରୀ ମୋବାଇଲ୍ ସ୍କ୍ୱାଡ l ମିଳିଥିବା ସୂଚନା ଅନୁଯାୟୀ ଆଜି ଭୋର ୪ ଘଣ୍ଟା ସମୟରେ ବୌଦ୍ଧ ଅବକାରୀ ମୋବାଇଲ୍ ସ୍କ୍ୱାଡ, ବୌଦ୍ଧ ଓ ହରଭଙ୍ଗା ଅବକାରୀ ଥାନା ପକ୍ଷରୁ ମିଳିତ ଭାବେ ଏକ ଟିମ୍ ଗଠନ କରି ବୌଦ୍ଧ ଥାନା ଆମ୍ବଝରୀ ଗ୍ରାମ ନିକଟରେ ଚଢାଉ କରା ଯାଇଥିଲା l ଏକ ବୋଲେରୋ ପିକପ୍ ନମ୍ବର ଓଡି୩୧ ଏନ ୩୭୨୫ କୁ ଅଟକାଇ ଯାଞ୍ଚ କରିବାରୁ ସେଥିରୁ ୫୦ କେଜି ଗଞ୍ଜେଇ ଓ ପାଇଲଟିଂ କରୁଥିବା ଗୋଟିଏ ହିରୋ ସିଡି ଡିଲକ୍ସ ବାଇକ ବାଇକ ଜବତ କରା ଯାଇଥିଲା l ଘଟଣା ସ୍ଥଳରୁ ୪ ଜଣ ଚାଲାଣକାରୀଙ୍କୁ ମଧ୍ୟ ଗିରଫ କରା ଯାଇଥିଲା l ଗିରଫ ମାନେ ହେଲେ ବାଉଁଶୁଣୀ ଗ୍ରାମର ସଂଜୀବ ବେରିହା ଓ ସିଦ୍ଧାନ୍ତ ପ୍ରଧାନ, ଗୁନ୍ଦୁଳିଆ ଗ୍ରାମ ପଞ୍ଚାୟତ ତିଲପଙ୍ଗା ଗ୍ରାମର ଭରତ ରଣା ଓ ତେଣ୍ଡା ପଦର ଗ୍ରାମର ନାରାୟଣ ରଣା l ସେମାନଙ୍କୁ ଆଜି କୋର୍ଟ ଚାଲାଣ କରା ଯାଇଛି | ଚଢାଉରେ ମୋବାଇଲ୍ ସ୍କ୍ୱାଡ ଇନ୍ସପେକ୍ଟର ସୁଧୀର କୁମାର୍ ମିଶ୍ର, ବୌଦ୍ଧ ଅବକାରୀ ରେଞ୍ଜ ଇନ୍ସପେକ୍ଟର ଦିଲ୍ଲୀପ କୁମାର ଶତପଥୀ, ମୋବାଇଲ୍ ସ୍କ୍ୱାଡ ସବ୍ ଇନ୍ସପେକ୍ଟର ସତ୍ୟ ନାରାୟଣ ପ୍ରଧାନ, ହରଭଙ୍ଗା ଅବକାରୀ ଥାନା ଭାରପ୍ରାପ୍ତ୍ ଅଧିକାରୀ ଅସୀତ୍ ପ୍ରଧାନ, କନେଷ୍ଟବଲ ସତ୍ୟ ନନ୍ଦନ ମୁଖି ଓ ଅନ୍ୟ ମାନେ ସାମିଲ ହୋଇଥିଲେ |


admin 
