ରାଜ୍ୟସ୍ତରୀୟ ଏଥଲେଟିକ୍ସରେ ଦଳପତିଗୁଡା ଛାତ୍ରୀଙ୍କ କୃତିତ୍ୱ

ଶଟ୍‌ପୁଟ୍‌ରେ କାଂସ୍ୟ ପଦକ ଜିତିଲେ କରୀନା ଦଲପତି

ରାଜ୍ୟସ୍ତରୀୟ ଏଥଲେଟିକ୍ସରେ ଦଳପତିଗୁଡା ଛାତ୍ରୀଙ୍କ କୃତିତ୍ୱ

ମାଥିଲି, ମାଲକାନଗିରି ଜିଲ୍ଲା ମାଥିଲି ବ୍ଳକ ରାଜ୍ୟସ୍ତରୀୟ ୭୦ତମ ଏଥଲେଟିକ୍ସ ପ୍ରତିଯୋଗିତାରେ ଦଳପତିଗୁଡା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରୀ କୁମାରୀ କରୀନା ଦଲପତି ଶଟ୍‌ପୁଟ୍‌ ବିଭାଗରେ ତୃତୀୟ ସ୍ଥାନ ଅଧିକାର କରି କାଂସ୍ୟ ପଦକ ହାସଲ କରିଛନ୍ତି। ତାଙ୍କର ଏହି ସଫଳତା ପାଇଁ ବିଦ୍ୟାଳୟ ସମେତ ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି।

କରୀନାଙ୍କ ଏହି ଗୌରବମୟ ସଫଳତାକୁ ସମ୍ମାନ ଜଣାଇ ବିଦ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପ୍ରଧାନଶିକ୍ଷକ ଶୁଭେନ୍ଦୁ ପଣ୍ଡାଙ୍କ ଆୟୋଜନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କ୍ରୀଡ଼ା ଶିକ୍ଷକ ରଞ୍ଜନ କୁମାର ସାହୁ, ସିଆରସିସି ସୁରେଶ ବ୍ରହ୍ମା, ଏସ୍‌ଏମ୍‌ସି ସଭାପତି ବାସନ୍ତୀ ରାଜୁଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ପରେଶ ପଧାନ, ଜ୍ୟୋତିର୍ମୟୀ କର, କେ.ଡି. ରାଓ, କୁନାରାମ ସମରଥ, ସୁଶାନ୍ତ ବାରିକ ଓ ରମେଶ ପଣ୍ଡା ଉପସ୍ଥିତ ଥିଲେ।

ଏହି ଅବସରରେ କରୀନାଙ୍କୁ ଫୁଲମାଳ ଓ ଉପଢ଼ୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। କରୀନାଙ୍କ ମା’ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଝିଅର ସଫଳତାରେ ଖୁସି ପ୍ରକାଶ କରିଥିଲେ।

କରୀନାଙ୍କ ଏହି ସଫଳତା ଅନ୍ୟ ଛାତ୍ରଛାତ୍ରୀଙ୍କୁ କ୍ରୀଡ଼ା କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଇବ ବୋଲି ଶିକ୍ଷକମାନେ ମତ ପ୍ରକାଶ କରିଥିଲେ।

(ମାଥିଲି ରୁ ପ୍ପେଶାଲ ରିପଟର ଶିବପ୍ରସାଦ ପରିଛା ବିଶେଷ ଖବର )