ବ୍ଲକ ସ୍ତରୀୟ କର୍ମୀ ସମ୍ମିଳନୀ ଓ ନୂତନ କର୍ମକର୍ତ୍ତା ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା।

ବ୍ଲକ ସ୍ତରୀୟ କର୍ମୀ ସମ୍ମିଳନୀ ଓ ନୂତନ କର୍ମକର୍ତ୍ତା ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା।

ବ୍ଲକ ସ୍ତରୀୟ କର୍ମୀ ସମ୍ମିଳନୀ ଓ ନୂତନ କର୍ମକର୍ତ୍ତା ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା।

 (ଶିବପ୍ରସାଦ ପରିଛା ବିଶେଷ ଖବର) ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ଓ ନୂତନ କର୍ମକର୍ତ୍ତା ଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସଭାପତି ସଦାଶିଵ ପୂଜାରୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇ ଯାଇଛି।ମୁଖ୍ୟ ଅତିଥି ଭାବରେ ମାଲକାନଗିରି ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମୀ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଜିଲ୍ଲା ବିଜୁ ଜନତା ଦଳର ସମ୍ପାଦକ ଗୋପାଳ କୃଷ୍ଣ ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ବିଜୁ ଜନତା ଦଳର ଜିଲ୍ଲା ନିର୍ବାଚନ ଅଧିକାରୀ ଘନଶ୍ୟାମ ମାଡକାମୀ, ସରପଞ୍ଚ ସଙ୍ଘର ଜିଲ୍ଲା ସଭାପତି ଶ୍ରୀନିବାସ ମୁଦୁଲି, ଅତିରିକ୍ତ ବ୍ଲକ ନିର୍ବାଚନ ଅଧିକାରୀ ପ୍ରଶାନ୍ତ କୁମାର ଅଗରିଆ,ମାଥିଲି ଜିଲ୍ଲା ପରିଷଦ ଜୋନ-୩ ସଭ୍ୟା ସସ୍ମିତା ମାଝୀ, ପାଙ୍ଗାମ ପଞ୍ଚାୟତ ସରପଞ୍ଚ ଇନ୍ଦ୍ର ନାୟକ, ମେକ୍କା ସରପଞ୍ଚ ରଞ୍ଜିତା ପୂଜାରୀ, ଟେମୁରୁପାଲ୍ଲୀ ସରପଞ୍ଚ ତୁମ୍ବେଶ୍ୱର ସମରଥ,ଉଦୁଲିବେଡା ସରପଞ୍ଚ ଦେବାନନ୍ଦ ଖିଲ ,ଆମ୍ବାଗୁଡା ସରପଞ୍ଚ ସୁକୁମଣି ଚାଲାଣ,କୁଟୁଣି ପାଲ୍ଲୀ ସରପଞ୍ଚ କମିଳି ନାୟକ,ଭଣ୍ଡାରୀ ପାଙ୍ଗାମ ସରପଞ୍ଚ ଭାରତୀ କାଲାଖୁରା ଯୋଗ ଦେଇ ପ୍ରଥମେ ଓଡ଼ିଶାର ଜନ ନାୟକ ସ୍ବର୍ଗୀୟ ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ପରେ ମାଥିଲି ବ୍ଲକର ନୂତନ ଭାବରେ ଚୟନ ହୋଇଥିବା ସମସ୍ତ ୨୦ଟି ପଞ୍ଚାୟତ ର ସଭାପତି ଙ୍କୁ ଉତ୍ତରୀୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ଆଗାମୀ ଦିନରେ ବିଜୁ ଜନତା ଦଳକୁ କିପରି ଆଗକୁ ବଢ଼ିବାରେ ସହଯୋଗ କରିପାରିବେ ବୋଲି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ମାଡକାମୀ ସମସ୍ତ କର୍ମୀ ମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ।ଆଜିର ଏହି କାର୍ଯ୍ୟକ୍ରମରେ ମାଧବ ନାଲି ମଞ୍ଚ ପରିଚାଳନା କରିଥିବା ବେଳେ ମାଥିଲି ପଞ୍ଚାୟତ ସଭାପତି ଶ୍ୟାମ ପ୍ରସାଦ ପଟ୍ଟନାୟକ ସମସ୍ତ ପ୍ରକାର ସହଯୋଗ କରିଥିଲେ। ତାହା ସହିତ ବିଜୁ ଜନତା ଦଳର ଶହ ଶହ କର୍ମୀ ଉପସ୍ଥିତ ଥିବା ଦେଖିବକୁ ମିଳିଥିଲା।