ଫେଲ ମାରିଛି ସ୍ୱଚ୍ଛ ଭାରତ ମିଶନ।.
ଫେଲ ମାରିଛି ସ୍ୱଚ୍ଛ ଭାରତ ମିଶନ।
ମାଲକାନଗିରି
ମାଥିଲି,୧୫,୦୫ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଉକ୍ତି ଥିଲା ସ୍ୱଚ୍ଛ ଭାରତ ସୁସ୍ଥ ଭାରତ।ଏହାର ଅର୍ଥ ଯଦି ସମାଜ ସ୍ୱଚ୍ଛ ରହିବ ଲୋକେ ରୋଗ ମୁକ୍ତ ରହିବା ସହିତ ସମାଜ ସୁସ୍ଥ ରହିବ।ଏହାକୁ ୨୦୨୪ମସିହାରେ ନରେନ୍ଦ୍ର ମୋଦି ପ୍ରଥମ ଥର ଭାରତର ପ୍ରଧାନମନ୍ତ୍ରୀ ହେବା ପରେ ମହାତ୍ମା ଗାନ୍ଧୀଙ୍କ ଉକ୍ତି ସ୍ୱଚ୍ଛ ଭାରତ ଓ ସୁସ୍ଥ ଭାରତ ପାଇଁ ଏକ ଯୋଜନା କରିଛନ୍ତି।ସେହି ଯୋଜନା ହେଉଛି ସ୍ୱଚ୍ଛ ଭାରତ ମିଶନ ନାମରେ ନାମିତ କରି ସ୍ୱଚ୍ଛ ଭାରତ ମିଶନ ମାଧ୍ୟମରେ ଘରେ ଘରେ ପାଇଖାନା ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ କୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ କୋଟି କୋଟି ଅର୍ଥ ବ୍ୟୟ କରୁଛନ୍ତି।ତାହା ସହିତ ବିଭିନ୍ନ ବ୍ୟାନର ପୋଷ୍ଟର ଓ ଗ୍ରାମାଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି।ସେବୀ କେବଳ ବର୍ଷା ଋତୁ ଛାଡି ଦେବା ପରେ ବାକି ଋତୁରେ ଏହାର ପ୍ରଚାର ପ୍ରସାର ବନ୍ଦ ରହୁଥିବା ଅଭିଯୋଗ ହେଉଛି।ଯାହା ଦ୍ୱାରା ବର୍ଷ ତମାମ ଗ୍ରାମାଞ୍ଚଳରେ ଥିବା ଡ୍ରେନ ଗୁଡିକ ସଫେଇ କାର୍ଯ୍ୟ ନହେବାରୁ ଡ୍ରେନ ଗୁଡିକ ଅଳିଆ ଆବର୍ଜନା ରେ ଭର୍ତ୍ତି ହୋଇ ରହୁଛି।ବର୍ଷା ଆରମ୍ଭରୁ ବର୍ଷା ପାଣି ରେ ସେହି ଅଳିଆ ଆବର୍ଜନା ଗୁଡିକ ଗାଁ ରାସ୍ତାରେ କୁଢ଼ କୁଢ଼ ଅଳିଆ ଆବର୍ଜନା ରେ ଭର୍ତ୍ତି ହୋଇ ନାନା ଅସୁବିଧା ର ସମ୍ମୁଖୀନ ସାମ୍ନା କରୁଛନ୍ତି ସାଧାରଣ ଲୋକେ।ସେହି ଅଳିଆ ଆବର୍ଜନା ପାଇଁ ବିଭିନ୍ନ ପ୍ରକାର ରୋଗାକ୍ରାନ୍ତ ହେବାର ଦୃଶ୍ୟ ଦେଖିବାକୁ ମିଳୁଛି।ସେହିପରି ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସଦର ମହକୁମାରେ ନାୟକ ସାହି, ତଳ ସାହି, ସାଗର ସାହି, ପୂଜାରୀ ସାହି, ଦେଉଳ ସାହି, ଉପର ସାହି, କମାର ସାହି, ବୁରୁଡ଼ି ସାହି, ହାଟପଦା ସାହି, ବ୍ଲକ କଲୋନୀ, ଇନ୍ଦିରା କଲୋନୀ, ନୂଆ। ଗୁଡା ମିଲୁ ଗୁଡା ଏପରି ଅନେକ ସାହିର ଡ୍ରେନ ଗୁଡିକ ଅଳିଆ ଆବର୍ଜନା ରେ ଭର୍ତ୍ତି ହୋଇ ରହିଛି।ଯଦି ଏବେ ଠାରୁ ଡ୍ରେନ ଗୁଡିକରେ ଭର୍ତ୍ତି ହୋଇଥିବା ଅଳିଆ ଆବର୍ଜନା ସଫା କରା ନଯାଏ ତାହେଲେ ଆଗାମୀ ବର୍ଷା ଦିନରେ ପ୍ରଥମ ଦିନ ବର୍ଷା ରେ ଡ୍ରେନ ଥିବା ଅଳିଆ ଆବର୍ଜନା ଗୁଡିକ ରାସ୍ତା ଘାଟ ଠାରୁ ଆରମ୍ଭ କରି ଲୋକଙ୍କ ନିଜର ଘରେ ମଧ୍ୟ ଅଳିଆ ଆବର୍ଜନା ପଶୁଥିବା ଲୋକେ ବାରମ୍ବାର ଅଭିଯୋଗ କରିଛନ୍ତି।ଏପରି ସ୍ଥିତି ଦେଖିଲେ ଏଠି ସ୍ୱଚ୍ଛ ଭାରତ ମିଶନ ଫେଲ ମାରିଛି ବୋଲି ଜଳ ଜଳ ଦୃଶ୍ୟମାନ ହେଉଛି।ଏ ବିଷୟରେ ଆମେ ମାଥିଲି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ମହାରଣା ଙ୍କୁ ପଚାରିବାରୁ ମାଥିଲି ସଦର ନାୟକ ସାହି ଠାରୁ ଡ୍ରେନ ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି।ବର୍ଷା ପୂର୍ବରୁ ମାଥିଲି ଅଞ୍ଚଳରେ ସମସ୍ତ ଡ୍ରେନ ଗୁଡିକ ସଫେଇ କାର୍ଯ୍ୟ ଶେଷ ହୋଇଯାଇଥିବ ବୋଲି ଆମକୁ ପ୍ରକାଶ କରିଛନ୍ତି।ତଥାପି ବ୍ଲକ ଓ ଜିଲ୍ଲା ପ୍ରଶାସନ ଏହା ପ୍ରତି ଧ୍ୟାନ ଦେଇ ତୁରନ୍ତ ଡ୍ରେନ ଗୁଡିକ ସଫେଇ କରିବାକୁ ଅଞ୍ଚଳ ବାସୀ ଦାବି କରିଛନ୍ତି।
ମାଲକାନଗିରି ରୁ ଶିବପ୍ରସାଦ ପରିଛା ବିଶେଷ ଖବର.