ଲୋକଙ୍କ ସରକାରରେ ଲୋକଙ୍କ ଦ୍ୱାରା ଉଦଘାଟିତ ହେଲା ପଳାଶୁଣୀ ଶୁଖିଲା ଅଳିଆ ଟ୍ରିଟମେଣ୍ଟ ପ୍ଲାଣ୍ଟ .

ଲୋକଙ୍କ ସରକାରରେ ଲୋକଙ୍କ ଦ୍ୱାରା ଉଦଘାଟିତ ହେଲା ପଳାଶୁଣୀ ଶୁଖିଲା ଅଳିଆ ଟ୍ରିଟମେଣ୍ଟ ପ୍ଲାଣ୍ଟ .

ଲୋକଙ୍କ ସରକାରରେ ଲୋକଙ୍କ ଦ୍ୱାରା ଉଦଘାଟିତ ହେଲା ପଳାଶୁଣୀ ଶୁଖିଲା ଅଳିଆ ଟ୍ରିଟମେଣ୍ଟ ପ୍ଲାଣ୍ଟ .

ଭୁବନେଶ୍ୱର ତା 25ରିଖ l ଆଜି ସକାଳ 9 ଘଟିକା ରେ ପଳାଶୁଣୀସ୍ଥିତ ଶୁଖିଲା ବର୍ଯ୍ୟବସ୍ତୁ ପ୍ରକ୍ରିୟାକରଣ ପ୍ରକଳ୍ପର ଵିଧି ମୁତାବକ  ପୂଜା  ସହ ନଡ଼ିଆ ବାଡେଇ ଶୁଭ ଉଦଘାଟନ ଲୋକଙ୍କ ସରକାରରେ ଲୋକମାନେ କରିଛନ୍ତି l  ଆଜି ସୈନିକ ସ୍କୁଲ ବଞ୍ଚାଅ ଓ଼ ଅଳିଆ ଗଦା ହଟାଅ ଅଭିଯାନର କର୍ମକର୍ତ୍ତାଙ୍କ ତରଫରୁ ଗତ ସଭାର ନିଷ୍ପତି ଅନୁସାରେ ଆଜି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଅଭିଯାନର ବରିଷ୍ଠ କର୍ମକର୍ତା ତଥା ଭୁବନେଶ୍ୱର ଉନ୍ନୟନ ପରିଷଦ ସଭାପତି ବାସୁଦେବ ଭଟ୍ଟ, ପ୍ରତାପ ରାଉତରାୟ, ଚିନ୍ତାମଣି ବାରିକ, ଦିଲୀପ ଦାସଶର୍ମା, ଅଶୋକ ପାଇକରାୟ, ପ୍ରସନ୍ନ ବିଶୋଇ, ରିଙ୍କୁ ସାମନ୍ତରାୟ, ଅଶୋକ ପାଲଟାସିଂହ, ଆବାହକ ଭିକ୍ଷାକାରି ତ୍ରିପାଠୀ, ପ୍ରଦୀପ ପରିଡା, ଗୋବିନ୍ଦ ବେହେରା, ଯୋଗୀ ମହାରଣା, ନିରୁପମା ପାତ୍ର, ଶଙ୍କର୍ଷଣ ବାରିଜ, ନିମେଇ ଚରଣ ଦାସ, ସଞ୍ଜୟ ମଲ୍ଲିକ, ତାପସ ଦାସ, ଭୀମସେନ ଜେନା, ସୁବ୍ରତ ସାହୁ, ମେଘନା ମିଶ୍ର, ଦୀନବନ୍ଧୁ ଦାସ ଗୁରୁ, ଧାଇଁଆ ବାବୁ, ପ୍ରତାପ ସାହୁ, ରଶ୍ମିତା ସାହୁ, ସତ୍ୟବ୍ରତ ମହାନ୍ତି, ନରେନ୍ଦ୍ର ବିଶ୍ୱାଳ, ପରମ ମାଣିକ, ବୃନ୍ଦାବନ ଜେନା, ଗୋବିନ୍ଦ ବେହେରା, ଯୋଗୀ ମହାରଣା ଓ 500 ରୁ ଉର୍ଦ୍ଧ ସାଧାରଣ ଲୋକ ପଳାଶୁଣୀ ଠାରେ ପୂଜା କରିବା ସହ ନଡ଼ିଆ ବାଡେଇ ଉଦଘାଟନ କରିଛନ୍ତି l ପ୍ରକାଶ ଥାଉ କି ଭୁବନେଶ୍ୱର ସହରର  ଦୈନିକ ପ୍ରାୟ 350 ମେଟ୍ରିକ ଟନ ଶୁଖିଲା ଓ କଞ୍ଚା ଅଳିଆ ସୈନିକ ସ୍କୁଲ ଅଳିଆ ଗଦାକୁ ଯାଉଛି l ସେଥିପାଇଁ ସେହି ଅଂଚଳରେ ପ୍ରାୟ ଦଶ କିମି ପରିଧିରେ  ଦୁର୍ଗନ୍ଧ ସହ ଲୋକଙ୍କ ପାଇଁ  ବଂଚିବା ଦୁର୍ବିସହ ହୋଇ ପଡିଛି l ବହୁ ଦିନରୁ ବିଭିନ୍ନ ସ୍ତରରେ ବିରୋଧ ସହିତ  ବର୍ତମାନ ଅଳିଆଗଡା ଅଭିଯାନ ମଧ୍ୟ ଜୋରଦାର କାର୍ଯ୍ୟକ୍ରମ ଚାଲୁ ରଖିଛି l   ସମସ୍ତ ଶୁଖିଲା ବର୍ଯ୍ୟବସ୍ତୁର ପ୍ରକ୍ରିୟାକରଣ ସହ ସହରବାସୀଙ୍କୁ ଆବର୍ଜନା ଜନିତ କଷ୍ଟରୁ ମୁକ୍ତି ଦେବାକୁ ପଳାଶୁଣୀ ଠାରେ  ବୃହତ ଶୁଖିଲା ଅଳିଆ ପ୍ରକ୍ରିୟା କରଣ ପ୍ରକଳ୍ପ ସ୍ଥାପନ ଆଠ ମାସ ତଳୁ ସମ୍ପୂର୍ଣ  କରାଯାଇଛି l ଆଠ ମାସ ହେଲା ଏହି ପ୍ରକଳ୍ପ ସମ୍ପୂର୍ଣ କାର୍ଯ୍ୟକ୍ଷମ ଉପଯୋଗୀ ହୋଇ ସାରିଛି l ଦୈନିକ 150 ମେଟ୍ରିକ ଟନ ଶୁଖିଲା ଅଳିଆ ସେଠାରେ ପ୍ରକ୍ରିୟାକରଣ ହୋଇ ପାରିବ l ସମସ୍ତ ମେସିନ ସ୍ଥାପନ ସହ ସବୁ ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇଛି, ମାତ୍ର ସରକାରଙ୍କ ଅବହେଳା ପାଇଁ କେବଳ ଶୁଭ ଉଦଘାଟନ ସହ କାର୍ଯ୍ୟକାରୀ ଅପେକ୍ଷାରେ ଅଛି l ତେଣୁ ଆଜି ଏହାର ଲୋକଙ୍କ ସରକାରରେ ଲୋକଙ୍କ ଦ୍ୱାରା ଶୁଭ ଉଦଘାଟନ କରି ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ସରକାରଙ୍କ ନିକଟରେ ଚାପ ପ୍ରୟୋଗ କରିଛି ସୈନିକ ସ୍କୁଲ ବଞ୍ଚାଅ ଓ ଅଳିଆଗଦା ହଟାଓ ଅଭିଯାନ l ଏଥିରେ ସଦୟ ଉପସ୍ଥିତି ସହ ଲୋକଙ୍କ ସରକାର ଲୋକମାନଙ୍କ ଦ୍ୱାରା ଏହାର ଶୁଭ ଉଦଘାଟନ କରିବାକୁ ଯାଉଥିବାରୁ, ଏଥିରେ ଉପସ୍ଥିତ ରହିବାପାଇଁ ଅଭିଯାନ ମାନ୍ୟବର ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ମାନ୍ୟବର ମେୟର ଶୁଲୋଚନା ଦାସ, ନଗର ଉର୍ଣ୍ଣୟନ ପ୍ରମୁଖ ସଚିବ ଉଷା ପଢ଼ୀ, ବିଏମସି କମିଶନର ରାଜେଶ ପ୍ରଭାକର ପାଟିଲଙ୍କୁ ତରଫରୁ ନିମନ୍ତ୍ରଣ ମଧ୍ୟ୍ୟ କରାଯାଇଥିଲା l ସେମାନେ କେହି ଯୋଗଦାନ କରିନଥିଲେ l ଏହାକୁ ଅତ୍ୟନ୍ତ ଗୁରୁତର ଭାବେ ବିଚାର କରି ମୁଖ୍ୟମନ୍ତ୍ରୀ ବିଭାଗକୁ କଡା ନିର୍ଦ୍ଧେଶ ଦିଅନ୍ତୁ ଓ ଆସନ୍ତା କାଲି ଠାରୁ ଏହାକୁ କାଯ୍ୟକ୍ଷମ କରାନ୍ତୁ l ସୈନିକ ସ୍କୁଲ ଅଲିଆଗାଦାରୁ 150 ମେଟ୍ରିକ ଟନ ବା ସବୁ ଶୁଖିଲା ଅଳିଆ ପଳାଶୁଣୀ ଆଣନ୍ତୁ, ପ୍ରୋସେସିଂ କରାନ୍ତୁ ନଚେତ ଅଭିଯାନ ଆସନ୍ତା ମଙ୍ଗଳବାର ଦିନ ସୈନିକ ସ୍କୁଲ ଅଳିଆଗଦାକୁ ଗୋଟିଏ ଗାଡି ଭିତରକୁ ଛାଡିବ ନାହିଁ ବୋଲି ଅଭିଯାନର ବରିଷ୍ଠ ସଦଶ୍ୟ ଓ ଭୁବନେଶ୍ୱର ଉନ୍ନୟନ ପରିଷଦ ସଭାପତି ବାସୁଦେବ ଭଟ୍ଟ ଗଣମାଧ୍ୟମକୁ କହିଛନ୍ତି l ଆଜି ରସୁଲଗଡ, ପଳାଶୁଣୀ, ରଙ୍ଗାମାଟିଆ, ଭି ଏସ ଏସ ନଗର, ଗାଡ଼କଣ, ଲକ୍ଷ୍ମୀ ବିହାର, ଭୋଟପଡା, ଆଦିମାତା କଲୋନୀ, ପାତ୍ର ସାହି, ଧୀରୀକୁଟି ସାହି, ମଞ୍ଚେଶ୍ୱର ଓ ଅନ୍ୟାନ୍ୟ ଅଂଚଳରୁ ସ୍ୱତଃପୃତଃ ଭାବେ ଅନେକ ବରିଷ୍ଠ ନାଗରିକ ଙ୍କ ସହିତ ଶହ ଶହ ଜନସାଧାରଣଙ୍କ ଉପସ୍ଥିତ ରହି ଉଦଘାଟନ କାର୍ଯ୍ୟକ୍ରମ କରିଥିଲେ l ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେଲେ ଗଡ଼କଣ ଅଳିଆଗଦାରୁ ପ୍ରାୟ 50% ଅଳିଆ କମିଯିବ l ଫଳରେ ଭୁବନେଶ୍ୱରର ଅଧା ଅଂଚଳର ମୌଳିକ ସମସ୍ୟା ଲାଘବ ହେବ l ଗାଡକଣ ଅଳିଆ ଗଦା ଚତୁର୍ପାଶ୍ୱର ଦଶ କିମି ବ୍ୟାସାର୍ଧ ଅଂଚଳ ଦୁର୍ଗନ୍ଧରୁ ମୁକ୍ତି ପାଇବେ l ଯେହେତୁ ବର୍ଷାଦିନ ଆସୁଛି ଯଦି ଏବେ କାଯ୍ୟକ୍ଷମ n କରିବେ ତାହେଲେ ଏହା ଭୁବନେଶ୍ୱର ପାଇଁ ଏକ ବଡ଼ ସମସ୍ୟା ହୋଇପାରେ ଯାହାର ଭରଣା କରିବା ସମ୍ଭବ ନୁହେଁ ବୋଲି ଆବାହକ ଭିକ୍ଷାକରି ତ୍ରିପାଠୀ, ମୁଖପାତ୍ର ପ୍ରସନ୍ନ ବିଷୋୟୀ କହିଛନ୍ତି l ଉପରୋକ୍ତ ଉଦଘାଟନ ଓଡିଶାକୁ ଆସନ୍ତା ଦିନରେ ଏକ ନୂଆ ବାର୍ତା ଦେବ ଯେ ଅଧିକ ଅର୍ଥ ଏପରି ଉଦଘାଟନରେ ବାରବାଦ ଣ କରି ଜନସାଧାରଣ ଏହାକୁ ନିଜେ ଉଦଘାଟନ କଲେ ଲୋକଙ୍କ ସରକାର ଖୁସି ହେବାସହ ଅର୍ଥ ବଂଚେଇ ପାରିବେ ବୋଲି ଅଭିଯାନ ସଦଶ୍ୟ ଅଶୋକ ପାଇକରାୟ, ଦିଲୀପ ଦାଶଶର୍ମା, ଚିନ୍ତାମଣି ବାରିକ ଓ ଅଶୋକ ପାଲଟାସିଂ କହିଛନ୍ତି l